ସାଂସଦ ଅମର ପଟ୍ଟନାୟକଙ୍କୁ ‘ସଂସଦ ରତ୍ନ ପୁରସ୍କାର’
ପ୍ରସାଦ ରାଓ
ନୂଆଦିଲ୍ଲୀ
ଫେବୃୟାରୀ ୨୨
ପ୍ରାଇମ୍ ପଏଂଟ୍ ଫାଉଣ୍ଡେସନ ପକ୍ଷରୁ ଆଜି ୨୦୨୨ର ‘ସଂସଦ ରତ୍ନ ପୁରସ୍କାର’ ଘୋଷଣା କରାଯାଇଛି । ୧୧ ଜଣ ସାଂସଦଙ୍କୁ ଏହି ପୁରସ୍କାର ମିଳୁଥିବା ଫାଉଣ୍ଡେସନ ଘୋଷଣା କରିଥିବା ବେଳେ ଓଡ଼ିଶାର ବିଜେଡ଼ି ସାଂସଦ ଅମର ପଟ୍ଟନାୟକ (ରାଜ୍ୟସଭା) ଏଥିରେ ସ୍ଥାନ ପାଇଛନ୍ତି । ମହାରାଷ୍ଟ୍ରର ଏନସିପି ସାଂସଦ ସୁପ୍ରିୟା ସୁଲୋଙ୍କ ନାମ ମଧ୍ୟ ତାଲିକାରେ ରହିଛି । ତାମିଲନାଡ଼ରୁ ବରିଷ୍ଠ ବିଜେପି ନେତା ଏଚ.ଭି.ହାଣ୍ଡେ ଓ ବରିଷ୍ଠ କଂଗ୍ରେସ ନେତା ଏମ.ବୀରାପ୍ପା ମୋଇଲିଙ୍କ ନାମ ‘ଲାଇଫ୍ ଟାଇମ ଆଚିଭମେଂଟ ଆୱାର୍ଡ’ ପାଇଁ ମନୋନୀତ ହୋଇଥିବା ବେଳେ ଚାରିଟି ସଂସଦୀୟ ଷ୍ଟାଣ୍ଡିଂ କମିଟି ( କୃଷି, ଅର୍ଥ, ଶିକ୍ଷା ଓ ଶ୍ରମ)କୁ ମଧ୍ୟ ପୁରସ୍କୃତ କରିବା ଘୋଷଣା ହୋଇଛି । ଜୁରୀ କମିଟି ଯେଉଁ ୧୧ ଜଣ ସାଂସଦଙ୍କୁ ପୁରସ୍କୃତ କରିବାକୁ ମନୋନୀତ କରିଛନ୍ତି ସେଥିରେ ଲୋକସଭାରୁ ୮ ଜଣ ଓ ରାଜ୍ୟସଭାରୁ ୩ ଜଣ ଅଛନ୍ତି । ଫାଉଣ୍ଡେସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏନସିପି ସାଂସଦ ସୁପ୍ରିୟା ସୁଲେ, ଆରଏସପି ସାଂସଦ ଏନ.କେ.ପ୍ରେମଚନ୍ଦ୍ରନ ଓ ଶିବସେନା ସାଂସଦ ଶ୍ରାରଂଗ ଆପା ବର୍ଣ୍ଣେଙ୍କୁ ସଂସଦରେ ସେମାନଙ୍କ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ‘ସାଂସଦ ଭିସିଷ୍ଟ ରତ୍ନ’ ପୁରସ୍କାରରେ ସମ୍ମାନୀତ କରାଯିବ । ୧୭ତମ ଲୋକସଭାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ତୃଣମୂଳ କଂଗ୍ରେସ ପାର୍ଟି ସାଂସଦ ସୌଗତ ରାୟ (ପଶ୍ଚିମ ବଂଗ), କଂଗ୍ରେସ ସାଂସଦ କୁଲଦୀପ ରାଏ ଶର୍ମା (ଆଣ୍ଡାମାନ ଓ ନିକୋବର ଦ୍ୱୀପ), ବିଜେପି ସାଂସଦ ବିଦ୍ୟୁତ ବରଣ ମହାତୋ (ଝାଡ଼ଖଣ୍ଡ), ହିନା ବିଜୟକୁମାର ଗାଭିଟି (ମହାରାଷ୍ଟ୍ର) ଓ ସୁଧୀର ଗୁପ୍ତା (ମଧ୍ୟ ପ୍ରଦେଶ) ‘ସାଂସଦ ରତ୍ନ ପୁରସ୍କାର’ରେ ସମ୍ମାନୀତ ହେବେ । ‘ସିଟିଂ ମେମ୍ବର୍ସ କାଟାଗୋରୀ’ରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ (ବିଜେଡ଼ି) ଓ ମହାରାଷ୍ଟ୍ରର ଏନସିପି ସାଂସଦ ଫୌଜିଆ ତହସିନ ଅହମ୍ମଦ ଖାନ ପୁରସ୍କୃତ ହେବାକୁ ଯାୁଥିବା ବେଳେ ୨୦୨୧ରେ ଅବସର ଗ୍ରହଣ କରିଥିବା ରାଜ୍ୟସଭା ସାଂସଦ ସିପିଏମର କେ.କେ.ରାଗେଶ (କେରଳ)ଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ‘ଅବସରପ୍ରାପ୍ତ ସାଂସଦ କାଟାଗୋରୀରେ’ ‘ସଂସଦ ରତ୍ନ ପୁରସ୍କାର’ ପ୍ରଦାନ କରାଯିବ । ଫେବୃୟାରୀ ୨୬ ତାରିଖ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସବୁ ପୁରସ୍କାର ଦିଆଯିବ । ସଂସଦର ୧୭ତମ ଅଧିବେଶନରେ ଶୀତକାଳୀନ ଅଧିବେଶନ ପର୍ଯ୍ୟନ୍ତ ସାଂସଦମାନଙ୍କ ପ୍ରଦର୍ଶନକୁ ବିଚାରକୁ ନିଆଯାଇ ଫାଉଣ୍ଡେସନ ଏହି ମନୋନୟନ କରିଥିବା ଅଧ୍ୟକ୍ଷ କେ.ଶ୍ରୀନିବାସନ କହିଛନ୍ତି । ‘ସଂସଦ ରତ୍ନ ପୁରସ୍କାର’ କମିଟିରେ କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ ଅଧ୍ୟକ୍ଷ ଥିବା ବେଳେ ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏସ.କୃଷ୍ଣମୂର୍ତ୍ତୀ ସହ-ଅଧ୍ୟକ୍ଷ ରହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS