ସୋନିଆଙ୍କ ପରାମର୍ଶଦାତା ତାଲିକାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ
ପ୍ରସାଦ ରାଓ
ମେ’ ୨୫
ଉଦୟପୁର ଚିନ୍ତନ ଶିବିର ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରସଙ୍ଗରେ ତାଙ୍କୁ ପରାମର୍ଶ ଦେବା ପାଇଁ ଯେଉଁ ଆଠ ଜଣିଆ ରାଜନୈତିକ ବ୍ୟାପାର ଗୋଷ୍ଠୀ ଗଠନ କରିଛନ୍ତି ସେଥିରେ ରାଜସ୍ଥାନର ୫୦ବର୍ଷ ବୟସ୍କ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ସ୍ଥାନ ପାଇଛନ୍ତି । ସେ ହେଉଛନ୍ତି ପରାମର୍ଶଦାତା ଗୋଷ୍ଠୀର ସର୍ବ କନିଷ୍ଠ ସଦସ୍ୟ । ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ମଲ୍ଲିକାର୍ଜୁନ ଖାର୍ଗେ ପ୍ରମୁଖ ଏହି ପରାମର୍ଶଦାତା ଗୋଷ୍ଠୀରେ ରହିଛନ୍ତି । ତେବେ, ଜିତେନ୍ଦ୍ର ସିଂହଙ୍କ ଏହି ପଦୋନ୍ନତିକୁ ନେଇ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ, ସିଂହ ରାଜସ୍ଥାନ ଅଲୱାର ରାଜ ପରିବାରର ସଦସ୍ୟ ଏବଂ ରାହୁଲଙ୍କ ସହ ସର୍ବଦା ରହି ଆସିଛନ୍ତି । ଗାନ୍ଧୀ ପରିବାର ସହ ରାଜସ୍ଥାନର ଯେଉଁ କିଛି ନେତାଙ୍କ ଘନିଷ୍ଟତା ରହିଛି ସେମାନଙ୍କ ମଧ୍ୟରେ ସିଂହ ଅଛନ୍ତି । ଅନ୍ୟମାନେ ହେଉଛନ୍ତି, ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଏବଂ ସିପି ଯୋଶୀ । ଦୁଇ ଥରର ବିଧାୟକ ଜିତେନ୍ଦ୍ର ସିଂହ ୨୦୦୯ରେ ଅଲୱାର ଆସନରୁ ଲୋକସଭାକୁ ପ୍ରଥମ କରି ନିର୍ବାଚିତ ହୋଇଥିଲେ ସୁଦ୍ଧା ୨୦୧୧ରେ ଡକ୍ଟର ମନମୋହନ ସିଂହଙ୍କ ୟୁପିଏ ସରକାରରେ ଗୃହ ରାଷ୍ଟ୍ରମନ୍ତ୍ରୀ ହୋଇ ଥିଲେ । ୨୦୧୨ରେ ଡକ୍ଟର ସିଂହଙ୍କ ମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦରେ ଅଦଳବଦଳ କରି ଜିତେନ୍ଦ୍ର ସିଂହଙ୍କୁ କେନ୍ଦ୍ରରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଏବଂ କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଦେଇଥିଲେ । ଦଳର ବହୁ ନେତା ନେତୃତ୍ୱ ବିରୋଧରେ ବିଦ୍ରୋହ କରି କଂଗ୍ରେସ ଛାଡୁ ଥିବା ବେଳେ ଜିତେନ୍ଦ୍ର ସିଂହ ଗାନ୍ଧୀ ପରିବାରର ବିଶ୍ୱସ୍ତଙ୍କ ମଧ୍ୟରେ ଥିବାରୁ ତାଙ୍କୁ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି)ରେ ରଖାଯିବା ସହ ଏଆଇସିସି ସାଧାରଣ ସଂପାଦକ ଭାବେ ଆସାମ ଦାୟିତ୍ୱ ଦିଆଯାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS