ଦୁଷ୍କର୍ମ ମାମଲା ରଦ୍ଦ, ଅନାଥ ଶିଶୁଙ୍କୁ ‘ବର୍ଗର’ ଖୁଆଇବାକୁ ନିର୍ଦେଶ ଦେଲେ ବିଚାରପତି
ପ୍ରସାଦ ରାଓ
ଅକ୍ଟୋବର ୦୫
ଅଭିଯୁକ୍ତଙ୍କ ବିରୋଧରେ ଥିବା ଦୁଷ୍କର୍ମ ଏତାଲାକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଜସମିତ୍ ସିଂହ ଅଭିଯୁକ୍ତଙ୍କୁ ଦୁଇଟି ଅନାଥାଳୟର ଅନ୍ତତଃ ଦୁଇ ଶହ ଶିଶୁଙ୍କୁ ଉଚ୍ଚ ଗୁଣବର୍ତ୍ତା ସଂପନ୍ନ ‘ବର୍ଗର’ ଖୁଆଇବାକୁ ନିର୍ଦେଶ ଦେଇଛନ୍ତି । ସେହିଭଳି, ଦୁଷ୍କର୍ମ ଅଭିଯୋଗ ଆଣି ଥିବା ତାଙ୍କ ପୂର୍ବତନ ପତ୍ନୀଙ୍କୁ ୪ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ଅଭିଯୁକ୍ତଙ୍କୁ କହିଛନ୍ତି । ଟଙ୍କା ଜମା ହେଲେ ଅଭିଯୋଗକାରିଣୀଙ୍କ ଆକାଉଂଟକୁ ଟ୍ରାନ୍ସଫର୍ ହେବ ବୋଲି ବିଚାରପତି ସିଂହ କହିଥିବା ଜଣାପହିଛି । ଅଭିଯୁକ୍ତଙ୍କ ବିରୋଧରେ ତାଙ୍କ ପୂର୍ବତନ ପତ୍ନୀ ଦୁଷ୍କର୍ମ, ଦୁର୍ବ୍ୟବହାର ଏବଂ ଆପରାଧୀକ ଶକ୍ତି ପ୍ରୟୋଗ ଭଳି ଗୁରୁତର ଅଭିଯୋଗ ଆଣି ୨୦୨୦ରେ ପୁଲିସରେ ଏତଲା ଦେଇଥିଲେ । ଦିଲ୍ଲୀ ହାଇକୋର୍ଟ ଏକକ ବେଂଚର ଅଧ୍ୟକ୍ଷତା କରୁଥିବା ବିଚାରପତି ସିଂହ ମାମଲା ରଦ୍ଦ ପାଇଁ ହୋଇଥିବା ଆବେଦନର ବିଚାର କରି ତାହାକୁ ରଦ୍ଦ କରିବା ସହ କହିଛନ୍ତି, ଅଭିଯୁକ୍ତ ଓ ଅଭିଯୋଗକାରୀଣୀ ପରସ୍ପରକୁ ବିବାହ କରିଥିଲେ । ତେବେ, ସେମାନଙ୍କ ମଧ୍ୟରେ ବିରୋଧାତ୍ମକ ମନୋଭାବ ରହିବାରୁ ସେମାନେ ଅଲଗା ହୋଇଯିବାକୁ ନିଷ୍ପତ୍ତି ନେଇଥିଲେ । ଏହା ଏକ ‘ବୈବାହିକ ବିବାଦ’ । ଦୁଇ ପକ୍ଷ ଜୁଲାଇ ୪ ତାରିଖରେ ଦିଲ୍ଲୀର ସାକେତ କୋର୍ଟରେ ଥିବା ମଧ୍ୟସ୍ଥତା କେନ୍ଦ୍ରରେ ସେମାନଙ୍କ ମଧ୍ୟରେ ଥିବା ବାବାଦର ସମାଧାନ କରିଥିଲେ ଏବଂ ଦିଲ୍ଲୀ ହାଇକୋର୍ଟରେ ତାହା ଉପସ୍ଥାପନ କରିଥିଲେ । ବିନା କୌଣସି ଧମକ, ଚାପ ବା ଶକ୍ତି ପ୍ରୟୋଗରେ ଏହି ସମାଧାନ ହୋଇଥିବା ସେମାନେ ହାଇକୋର୍ଟଙ୍କୁ ଜଣାଇ ଥିଲେ । ୨୦୨୦ରୁ ଏହି ମାମଲା ଚାଲିବା ଫଳରେ ପୁଲିସ ଓ ଅଦାଲତର ଅଯଥାରେ ବହୁ ସମୟ ନଷ୍ଟ ହୋଇଛି, ଯାହାକି ଅନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବିନିଯୋଗ ହୋଇପାରିଥା’ନ୍ତା । ତେଣୁ, ପିଟିସନକାରୀ ସମାଜରେ ମଂଗଳ ପାଇଁ କିଛି ଭଲ କାମ କରିବା ଆବଶ୍ୟକ ବୋଲି ବିଚାରପତି ସିଂହ କହିଥିଲେ । ଅଭିଯୁକ୍ତ ନୋଏଡାରୁ ମୟୁର ବିହାର ମଧ୍ୟରେ ‘ବର୍ଗର ସିଂହ’ ଓ ୱାଟ୍-ଏ-ବର୍ଗର’ ନାମରେ ଦୁଇଟି ବର୍ଗର ରେଷ୍ଟାଉରାଂଟ ଚଳାଇ ଥିବାରୁ ଅନ୍ତତଃ ଦୁଇଟି ଅନାଥାଶ୍ରମର ଶହେ ଲେଖାଏଁ ପିଲାଙ୍କୁ ସେ ପରିଚ୍ଛନ୍ନ ପରିବେଶରେ ପ୍ରସ୍ତୁତ ହୋଇଥିବା ଉପଯୁକ୍ତ ମାନର ବର୍ଗର ଖୁଆଇବାକୁ ବିଚାରପତି ନିର୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଦୁଇଟି ଅନାଥାଳୟ ଶିଶୁଙ୍କୁ ଯେଉଁ ବର୍ଗର ଯୋଗାଇବେ ତାହା ଯେପରି ପରିଚ୍ଛନ୍ନ ପରିବେଶରେ ପ୍ରସ୍ତୁତ ହୋଇଥିବ ଏବଂ ଉଚ୍ଚମାନର ଥବା ତାହା ଦେଖିବାକୁ ବିଚାରପତି ସିଂହ ସଂପୃକ୍ତ ଅଂଚଳର ପୁଲିସକୁ ନିର୍ଦେଶ ଦେଇଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS