ବାନ୍ଧବୀଙ୍କୁ ହତ୍ୟା କରି ଆମେରିକୀୟ ଧାରାବାହିକ ଷ୍ଟାଇଲରେ ଠିକଣା ଲଗାଇ ଥିଲା ଯୁବକ !
ପ୍ରସାଦ ରାଓ
ନଭେମ୍ବର ୧୪
ଦିଲ୍ଲୀର ମେହେରୁଲି ଥାନା ପୁଲିସ ଶନିବାର ଦିନ ଆଫତାବ ଅମିନ ପୁନାୱାଲା ନାମକ ଜଣେ ୨୮ ବର୍ଷ ଯୁବକଙ୍କୁ ଗିରଫ କରି ପାଂଚ ମାସ ତଳେ (ମେ’ ମାସରେ) ସେ ଘଟାଇ ଥିବା ଏକ ନୃଶଂସ ହତ୍ୟା ଘଟଣା ଉପରୁ ପରଦା ଉଠାଇଛନ୍ତି । ତଦନ୍ତକାରୀ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ମହାରାଷ୍ଟ୍ରର ମୂଳ ବାସିନ୍ଦା ଆଫତାବ ଅମିନ ପୁନାୱାଲା ତାଙ୍କ ୨୬ ବର୍ଷ ବୟସ୍କ ବାନ୍ଧବୀ ଶ୍ରଦ୍ଧା ୱାଲକରଙ୍କ ସହ ଚଳିତ ବର୍ଷ ପ୍ରାରମ୍ଭରେ ମହାରାଷ୍ଟ୍ରରୁ ଦିଲ୍ଲୀ ଚାଲି ଆସି ମେହେରୁଲି ଅଂଚଳରେ ଏକ ଆପାର୍ଟମେଂଟରେ ଏକ ଭଡା ଘରେ ରହୁଥିଲେ । ଦୁହେଁ ବିବାହ କରିନଥିଲେ ମଧ୍ୟ ଲିଭ୍-ଇନ୍ ରେ ଥିଲେ । ମେହେରୁଲିରେ ଥିବା ଏକ ମଲ୍ଟିନ୍ୟାସନାଲ କଂପାନୀର କଲ୍ ସେଂଟରରେ ସେମାନେ ଏକାଠି କାମ କରୁଥିଲେ । ଆଫତାବ ମୁସଲମାନ ହୋଇଥିବା ବେଳେ ଶ୍ରଦ୍ଧା ଥିଲେ ହିନ୍ଦୁ । ତେଣୁ, ଶ୍ରଦ୍ଧାଙ୍କ ପରିବାର ସେମାନଙ୍କ ବିବାହ ପ୍ରସ୍ତାବରେ ଆପତ୍ତି ଉଠାଇବାରୁ ଦୁହେଁ ଦିଲ୍ଲୀ ପଳାଇ ଆସିଥିଲେ । ଗତ ମେ’ ୧୮ ତାରିଖ ଦିନ ବିବାହ ପ୍ରସଙ୍ଗକୁ ନେଇ ଆଫତାବ ଓ ଶ୍ରଦ୍ଧାଙ୍କ ଝଗଡା ହୋଇଥିଲା ଏବଂ ବିବାହ କରିବାକୁ ଚାହୁଁ ଥିବା ଶ୍ରଦ୍ଧାଙ୍କୁ ଆଫତାବ ତଂଟି ଚିପି ହତ୍ୟା କରିଥିଲେ । ଆଫତାବ ଚେଫ୍ ଭାବେ ପ୍ରଶିକ୍ଷିତ ଥିଲେ । ସେ ହତ୍ୟା ପରେ ଶ୍ରଦ୍ଧାଙ୍କ ମୃତ ଶରୀରକୁ ୩୫ ଖଣ୍ଡ କରି ତାହାକୁ ସାଇତି ରଖିବା ପାଇଁ ୩୦୦ଲିଟିର କ୍ଷମତାସଂପନ୍ନ ଏକ ନୂଆ ଫ୍ରିଜ୍ କିଣି ଥିଲେ । ହତ୍ୟାକାଣ୍ଡର ୧୮ ଦିନ ପର୍ଯ୍ୟନ୍ତ ସେ ଶ୍ରଦ୍ଧାଙ୍କ ଶରୀରର ଅଂଶଗୁଡିକୁ ମେହେରୁଲି ସହର ନିକଟସ୍ଥ ଜଂଗଲରେ ଫିଙ୍ଗ ଚାଲି ଥିଲେ । ଆପାର୍ଟମେଂଟରୁ ଯେଭଳି ଦୁର୍ଗନ୍ଧ ପଦାକୁ ନ ଆସିବ ସେଥିପାଇଁ ଆଫତାବ ଅଗରବତୀ ଜଳାଉ ଥିଲେ ବୋଲି ତଦନ୍ତ ସମୟରେ ପୁଲିସ ସୂଚନା ପାଇଛି । ପୁଲିସ ଏହାମଧ୍ୟ କହିଛି ଯେ, ଆଫତାବ ଏକ ଆମେରିକୀୟ ଟିଭି ଧାରାବାହିକ ‘ଡ଼କ୍ସଟେର୍’ ଦ୍ୱାରା ପ୍ରଭାବିତ ଥିଲେ, ଯେଉଁଥିରେ କି ଜଣେ ଫୋରେନ୍ସିକ୍ ବିଶେଷଜ୍ଞ ତଥା ସିରିଅଲ୍ କିଲର୍ କିଭଳି ହତ୍ୟା ପରେ ମୃତ ଦେହକୁ ଖଣ୍ଡଖଣ୍ଡ କରି ସାଇତି ରଖୁଛି ଓ ସୁବିଧା ଦେଖି ସେସବୁକୁ ଠିକଣା ଲଗାଉଛି । ଶ୍ରଦ୍ଧାଙ୍କ ମୃତ ଶରୀରର କଟା ଅଂଶଗୁଡିକୁ ସମୟ ଦେଖି ଠିକଣା ଲାଗଇବାକୁ ଆଫତାବ ସେହି କୌଶଳ ଆପଣାଇ ଥିଲେ । ପୁଲିସ ତଦନ୍ତରୁ ଜଣାପଡିଛି, ଆଫତାବ ଓ ଶ୍ରଦ୍ଧା ମୁମ୍ବାଇରେ ଏକାଠି କାମ କରୁଥିବା ବେଳେ ପରସ୍ପରର ନିକଟତର ହୋଇଥିଲେ ମଧ୍ୟ ଶ୍ରଦ୍ଧା ହିନ୍ଦୁ ପରିବାରର ହୋଇଥିବାରୁ ଆଫତାବଙ୍କ ସହ ତାଙ୍କ ସଂପର୍କକୁ ଶ୍ରଦ୍ଧାଙ୍କ ପରିବାର ଅନୁମୋଦନ ଦେଇ ନଥିଲେ । ଫଳରେ, ଦୁହେଁ ମହାରାଷ୍ଟ୍ରରୁ ଦିଲ୍ଲୀ ପଳାଇ ଆସି ମେହେରୁଲିରେ ଏକ ମଲ୍ଟିନ୍ୟାସନାଲ କଂପାନୀର କଲ୍ ସେଂଟରରେ ଏକାଠି କାମ କରୁଥିଲେ ଏବଂ ସେହି ଅଂଚଳରେ ଥିବା ଏକ ଆପାର୍ଟମେଂଟରେ ଲିଭ୍-ଇନରେ ଥିଲେ । ଶ୍ରଦ୍ଧା ଘର ଛାଡି ଚାଲି ଆସିବା ପରେ ନିଜ ପରିବାର ସହ କୌଣସି ସଂପର୍କ ରଖି ନଥିଲେ ବୋଲି ତାଙ୍କ ପିତା ପୁଲିସକୁ କହିଛନ୍ତି । ପୁଲିସ ତଦନ୍ତ ବେଳେ ଜଣାପଡିଛି, ଶ୍ରଦ୍ଧା ବିବାହ କରିବାକୁ ଚାହିଁବାରୁ ମେ’ ୧୮ ତାରିଖ ଦିନ ଆଫତାବଙ୍କ ସହ ତାଙ୍କର ଝଗଡା ହୋଇଥିଲା ଏବଂ ଆଫତାବ ଶ୍ରଦ୍ଧାଙ୍କୁ ତଂଟିଚିପି ହତ୍ୟା କରିବା ସହ ଅମାନବୀୟ ଢଙ୍ଗରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ପରିବର୍ତ୍ତୀ ୧୮ ଦିନରେ ଆମେରିକୀୟ କ୍ରାଇମ ଧାରାବାହିକ ‘ଡ଼କ୍ସଟେର୍’ ଢଙ୍ଗରେ ଠିକଣା ଲଗାଇ ଥିଲେ । ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡ କରି ୩୦୦ ଲିଟର କ୍ଷମତା ବିଶିଷ୍ଟ ନୂଆ ଫ୍ରିଜ୍ ରେ ସାଇତି ରଖି ଥିଲେ ଓ ପରବର୍ତ୍ତୀ ୧୮ ଦିନ ଧରି ସେ ରାତି ୨ଟା ପରେ ଘରୁ ବାହାରି ସେସବୁ ଖଣ୍ଡକୁ ନିକଟସ୍ଥ ଜଂଗଲରେ ଫିଙ୍ଗୁ ଥିଲେ । କିଛି ସପ୍ତାହ ହେଲା ଶ୍ରଦ୍ଧାଙ୍କ ଫୋନ୍ ସ୍ୱିଚ୍ ଅଫ୍ ରହୁଥିବା ଓ ତାଙ୍କ ସହ ଯୋଗଯୋଗ ହୋଇପାରୁ ନଥିବା ନେଇ ଶ୍ରଦ୍ଧାଙ୍କ ଜଣେ ବାନ୍ଧବୀ ତାଙ୍କ ପିତାଙ୍କୁ ଜଣାଇବାରୁ ଶ୍ରଦ୍ଧାଙ୍କ ପିତା ମହାରାଷ୍ଟ୍ରରରୁ ଦିଲ୍ଲୀ ଆସି ପୁଲିସରେ ଅପହରଣ ଅଭିଯୋଗ କରିଥିଲେ । ଜେରା ବେଳେ ଅଫତାବ ପୁଲିସ ନିକଟରେ ଏସବୁ ସ୍ୱୀକାର କରିଥିବା ତଦନ୍ତ ଅଧିକାରୀ କହିଛନ୍ତି । ପାଂଚ ମାସ ତଳେ ଘଟି ଥିବା ଏହି ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS