ନେପାଳର ପୋଖରାରେ ବିମାନ ଦୁର୍ଘଟଣା, ୫ ଭାରତୀୟଙ୍କ ସହ ୬୭ ଯାତ୍ରୀଙ୍କ ମୃତ୍ୟୁ !
ପ୍ରସାଦ ରାଓ
ଜାନୁଆରୀ ୧୫/୨୩
ନେପାଳର କାଠମାଣ୍ଡୁରୁ ପୋଖରା ଯାଉଥିବା ଏକ ଯାତ୍ରୀବାହୀ ବିମାନ ପୋଖରା ନିକଟରେ ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣ ଭାରତୀୟ ଯାତ୍ରୀଙ୍କ ସମେତ ୬୭ ଜଣଙ୍କ ମୃତ୍ୟୁ ଘଟିଥିବା ଅପରାହ୍ନ ସୁଦ୍ଧା ସୂଚନା ମିଳିଛି । ଏକ ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥା ପୋଲିସ ସୂତ୍ରକୁ ଉଦ୍ଧାର କରି ଅପରାହ୍ନରେ ଏହି ସୂଚନା ଦେଇଛି । ସଂପୃକ୍ତ ବିମାନରେ ୧୮ ଜଣ ବିଦେଶୀ ଯାତ୍ରୀଙ୍କ ସମତେ ୭୨ ଜଣ ଯାତ୍ରୀ ଥିଲେ । ବିମାନଟି ପୋଖରା ନିକଟରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେପାଳର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଟ୍ୱିଟ୍ କରିଛନ୍ତି । ପୋଖରା ହେଉଛି ନେପାଳର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ । ୟେତି ଏୟାର ଲାଇନ୍ସର ଏହି ଦୁଇ ଇଂଜିନ ବିଶିଷ୍ଟ ଏଟିଆର ୭୨ ଯାତ୍ରୀବାହୀ ବିମାନ କାଠମାଣ୍ଡୁ ବିମାନ ବନ୍ଦରରୁ ପୋଖରା ଅଭିମୁଖେ ଯାତ୍ରା ଅରମ୍ଭ କରିବାର ୨୦ ମିନିଟ ପରେ ସେତି ନଦୀ କୂଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଆକାଶ ମାର୍ଗରେ କାଠମାଣ୍ଡୁରୁ ପୋଖରା ଯିବାକୁ ୨୫ ମିନିଟ ସମୟ ଲାଗୁ ଥିବା ବେଳେ ଯାତ୍ରାର ୨୦ ମିନିଟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଅବତରଣ ସମୟରେ ଦୁର୍ଘଟଣା ଘଟି ଥିବା ଅନୁମାନ କରାଯାଉଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ବିମାନ ଦୁର୍ଘଟଣାରେ ୫ ଜଣ ଭାରତୀୟଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକବ୍ୟକ୍ତ କରିଛନ୍ତି । ନୋପଳରେ ଥିବା ଭାରତୀୟ ଦୂତାବାସ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଥିବା ଜଣାପଡିଛି । ଗତ ବର୍ଷ ମେ’ ୨୯ ତାରିଖରେ ନୋପାଳର ପାର୍ବତ୍ୟାଂଚଳ ମୁସ୍ତାଂଗ ଜିଲ୍ଲାରେ ତାରା ଏୟାର ଦ୍ୱାରା ପରିଚାଳିତ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ୨୨ ଜଣ ଯାତ୍ରୀ ପ୍ରାଣ ହରାଇ ଥିଲେ । ମୃତକଙ୍କ ମଧ୍ୟରେ ଗୋଟିଏ ଭାରତୀୟ ପରିବାରର ୪ ଜଣ ସଦସ୍ୟଙ୍କ ସମେତ ୧୬ ଜଣ ନେପାଳୀ ଓ ଦୁଇ ଜଣ ଜର୍ମାନ ଯାତ୍ରୀ ଥିଲେ । ୨୦୧୮ ମାର୍ଚ୍ଚ ମାସରେ କାଠମାଣ୍ଡୁ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଏକ ୟୁଏସ-ବାଂଗଲା ଯାତ୍ରୀବାହୀ ବିମାନ କ୍ରାସ୍-ଲ୍ୟାଣ୍ଡିଂ କରିବାରୁ ୫୧ ଜଣ ବିମାନ ଯାତ୍ରୀଙ୍କ ମୃତ୍ୟୁ ଘଟି ଥିଲା ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS