ଅଙ୍ଗାର କଫି
ଇଣ୍ଡୋନେସିଆର ଏକ ଛୋଟିଆ ସହର ୟୋଗ୍ୟାକର୍ତ୍ତାରେ ପରଷାଯାଏ ଏକ ନିଆରା ଧରଣର ଅଙ୍ଗାର କଫି । ଏହାର ନାମ ହେଲା ‘କୋପି ଜୋସ୍’ । ଗରମ କଫିରେ ଜଳନ୍ତା ଅଙ୍ଗାର ପକାଇ ଦିଆଯାଏ । ୧୯୬୦ ମସିହାରେ ମିଷ୍ଟର୍ ମ୍ୟାନ୍ ନାମକ ବ୍ୟକ୍ତି ଏହି ଅଙ୍ଗାର କଫି ପ୍ରଥା ପ୍ରଚଳନ କରିଥିଲେ । ସେ ସେଠିକାର ଜଣେ ଚାହା ଦୋକାନୀ ଥିଲେ ଏବଂ ଉଦର ଜନିତ ବ୍ୟାଧିରେ ପିଡିତ ଥିଲେ । ଜଳନ୍ତା ଅଙ୍ଗାର ପଡିଥିବା କଫି ପିଇବା ଦ୍ୱାରା ଏହି ରୋଗ ଭଲ ହେବ ବୋଲି ଜାଣି ସେ ପ୍ରଥମେ ଏହାକୁ ପିଇଥିଲେ । ଭଲ ହେବା ପରେ ଜଳନ୍ତା ଅଙ୍ଗାର କଫିର ଉପକାରିତା ସବୁଠି ପ୍ରଚାର କରିଥିଲେ । ଏହା ପରଠାରୁ ଏହି ଅଙ୍ଗାର କଫି ଏବଂ ଏହା ବିକ୍ରି ହେଉଥିବା କଫିସପ୍ ଇଣ୍ଡୋନେସିଆରେ ଜଣାଶୁଣା ହୋଇଗଲା ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS