୨୪ ଘଂଟାରେ ୨ ହଜାରରୁ ଅଧିକ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
ପ୍ରସାଦ ରାଓ
ମାର୍ଚ୍ଚ ୨୯
ଦେଶରେ କରୋନା ସଂକ୍ରମଣ ପୁନର୍ବାର ଉପର ମୁହାଁ ହୋଇଛି । ଆଜି ସକାଳ ସୁଦ୍ଧା ଗତ ୨୪ ଘଂଟା ମଧ୍ୟରେ ଦେଶରୁ ୨,୧୫୧ ଜଣ ନୂୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଗତ ପାଂଚ ମାସ ମଧ୍ୟରେ ସର୍ବାଧିକ ବୋଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଫଳରେ, ସକ୍ରିୟ କୋଭିଡ଼ ରୋଗୀ ସଂଖ୍ୟା ୧୧,୯୦୩କୁ ବୃଦ୍ଧି ପାଇଛି । କୋଭିଡ଼ରେ ମହାରାଷ୍ଟ୍ରରେ ତିନି ଜଣ, କର୍ଣ୍ଣାଟକରେ ଜଣେ ମୃତ୍ୟୁବରଣ କରିଥିବା ବେଳେ କେରଳରେ ତିନିଟି ମୃତ୍ୟୁ ଘଟଣାକୁ ସରକାରୀ ଭାବେ ସ୍ୱୀକାର କରାଯାଇଛି । ଏହି ସାତଟି ମୃତ୍ୟୁ ଘଟଣା ପରେ ଦେଶରେ ମୋଟ କୋଭିଡ଼ ମୃତ୍ୟୁ ସଂଖ୍ୟା ୫ଲକ୍ଷ ୩୦ ହଜାର ୮୪୮ରେ ପହଂଚିଛି । ଦୈନିକ ପଜେଟିଭିଟି ହାର ୧.୫୧ ପ୍ରତିଶତ ଓ ସାପ୍ତାହିକ ପଜେଟିଭିଟି ହାର ୧.୫୩ ପ୍ରତିଶତରେ ପହଂଚି ଥିବା ରେକର୍ଡ କରାଯାଇଛି । ଗତ ୨୪ ଘଂଟାରେ ନୂଆ ୨ ହଜାର କୋଭିଡ଼ ରୋଗୀ ଚିହ୍ନଟ ହେବା ପରେ କୋଭିଡ଼ ଆରମ୍ଭରୁ ଏଯାବତ ମୋଟ ଆକ୍ରାନ୍ତ ସଂଖ୍ୟା ୪ କୋଟି ୪୭ ଲକ୍ଷ ୦୯ ହଜାରରେ ପହଂଚିଛି । ଦେଶରେ ମୋଟ ସକ୍ରିୟ କୋଭିଡ଼ ରୋଗୀ ମୋଟ ଆକ୍ରାନ୍ତଙ୍କ ୦.୦୩ ପ୍ରତିଶତ ଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୯୮.୭୮ ପ୍ରତିଶତ ଚିକିତ୍ସା ପରେ ସୁସ୍ଥ ହୋଇଥିବା ମନ୍ତ୍ରଣାଳୟ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS