କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ରାହୁଲ କୋଲାରରୁ ପ୍ରଚାର ଆରମ୍ଭ କରିବେ
ପ୍ରସାଦ ରାଓ
ମାର୍ଚ୍ଚ ୨୯
କର୍ଣ୍ଣାଟକରେ ମେ’ ୧୦ ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କଂଗ୍ରେସ ପକ୍ଷରୁ ଏପ୍ରିଲ ପ୍ରଥମ ସପ୍ତାହରୁ ପ୍ରଚାର ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏପ୍ରିଲ ୫ ତାରିଖ କୋଲାରରେ ଆୟୋଜିତ ଏକ ନିର୍ବାଚନ ସଭାରେ ଉଦବୋଧନ ଦେଇ ପ୍ରଚାର ଅଭିଯାନ ଆରମ୍ଭ କରିବେ । ୨୦୧୯ ସାଧାରଣ ନିର୍ବାଚନରେ ରାହୁଲ କୋଲାରରେ ଆୟୋଜି କଂଗ୍ରେସ ରାଲିରେ ‘ମୋଦୀ ସାଂଗିଆ’ ବିରୋଧୀ ମନ୍ତବ୍ୟ ଦେଇ ନିକଟରେ ସୁରଟର ଏକ କୋର୍ଟ ଦ୍ୱାରା ଦଣ୍ଡିତ ହୋଇଛନ୍ତି । ରାହୁଲଙ୍କୁ ଦୁଇ ବର୍ଷ କାରାଦଣ୍ଡ ହେବା ଦ୍ୱାରା ତାଙ୍କ ସାଂସଦ ପଦ ରଦ୍ଦ ହୋଇଛି । ରାହୁଲଙ୍କ ୨୦୧୯ର ମନ୍ତବ୍ୟ ଓବିସି ବିରୋଧୀ କହି ବିଜେପି କ୍ୟାଂପେନ ଚଳାଇବା ସହ ଓବିସି ଭୋଟ ଗୋଟାଇବା ଉଦ୍ୟମ ଆରମ୍ଭ କରି ଦେଇଛି । କର୍ଣ୍ଣାଟକରେ ବିଜେପି ବିରୋଧୀ ହାୱା ରହିଛି । ରାହୁଲ ଗାନ୍ଧୀଙ୍କ ପ୍ରଚାର ଅଭିଯାନ କଂଗ୍ରେସକୁ କ୍ଷମତାକୁ ଆଣିବାରେ କେତେଦୂର ସହାୟକ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS