ଦେଶରେ କୋଭିଡ଼ ସଂକ୍ରମଣ ବଢୁଛି, ୨୪ ଘଂଟାରେ ୧୦,୧୫୮ ନୂଆ ଆକ୍ରାନ୍ତ ଚିହ୍ନଟ
ପ୍ରସାଦ ରାଓ
ଏପ୍ରିଲ ୧୩
ଦେଶରେ କୋଭିଡ଼ ସଂକ୍ରମଣ ବଢୁଛି । ଆଜି ସକାଳ ସୁଦ୍ଧା ଗତ ୨୪ ଘଂଟା ମଧ୍ୟରେ ୧୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ୧୦,୧୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତ ସଂଖ୍ୟା ୪୪,୯୯୮କୁ ବୃଦ୍ଧି ପାଇଛି । ଯାହାକି ଗତକାଲି ତୁଳନାରେ ୩୦ ପ୍ରତିଶତ ଅଧିକ । ଗତକାଲି ଦେଶରୁ ମୋଟ ୭,୮୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜିର ସଂଖ୍ୟାକୁ ମିଶାଇଲେ କୋଭିଡ଼ ପ୍ରାରମ୍ଭରୁ ଆଜି ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ୪ କୋଟି ୪୨ ଲକ୍ଷ ୧୦ ହଜାର ୧୨୭ରେ ପହଂଚିଛି । ଦେଶରେ ଦୈନିକ ପଜେଟିଭିଟି ହାର ୪.୪୨ ରେକର୍ଡ କରାଯାିଥିବା ବେଳେ ସାପ୍ତାହିକ ପଜେଟିଭିଟି ହାର ୪.୦୨ ରହିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ଚିହ୍ନଟ ଆକ୍ରାନ୍ତ ସଂଖ୍ୟାର ୦.୧୦ ପ୍ରତିଶତ ରହିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବ୍ ସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶବ୍ୟାପୀ କୋଭିଡ଼ରେ ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିବା ରୋଗୀଙ୍କ ହାର ୯୮.୭୧ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି । ଗତକାଲି ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଦେଶରେ କୋଭିଡ଼ ଏଣ୍ଡାମିକ୍ ଷ୍ଟେଜରେ ପଦାର୍ପଣ କରିଛି । ପରବର୍ତ୍ତୀ ୧୦ରୁ ୧୨ ଦିନ ନୂଆ କୋଭିଡ଼ ରୋଗୀ ସଂଖ୍ୟା ବଢିବ ଏବଂ ତାହାପରେ ସଂଖ୍ୟା କମିବାରେ ଲାଗିବ । ପେଣ୍ଡାମିକ ଷ୍ଟେଜରେ କୋଭିଡ଼ ସଂକ୍ରମଣ ନିର୍ଦ୍ଧିଷ୍ଟ ଅଂଚଳରେ ସୀମିତ ରହିଥାଏ । ଏଣ୍ଡାମିକ ଷ୍ଟେଜରେ ତାହା ଦୃତ ବେଗରେ ବ୍ୟାପକ ଅଂଚଳରେ ବ୍ୟାପିଥାଏ । ଏବେ ଓମିକ୍ରନର ଯେଉଁ ନୂଆ ପ୍ରଜାତି ଏକ୍ସବିବି.୧.୧୬ ଚିହ୍ନଟ ହୋଇଛି ତାହା ଦୃତ ଗତିରେ ବ୍ୟାପୁଥିଲେ ମଧ୍ୟ ଚିନ୍ତାର କାରଣ ନୁହେଁ । ଏହାର ପ୍ରତିକାର ନିମନ୍ତେ ଭ୍ୟାକ୍ସନ୍ ଉପଲବ୍ଧ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଏହି ପ୍ରଜାତି ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ଫେବୃୟାରୀ ମାସରେ ୨୧.୬ ପ୍ରତିଶତ ଥିବା ବେଳେ ମାର୍ଚ୍ଚରେ ତାହା ୩୫.୮ପ୍ରତିଶତକୁ ବୃଦ୍ଧି ପାଇଥିଲା । ତେବେ, ଏହି ପ୍ରଜାତି ଦ୍ୱାରା ଆକ୍ରାନ୍ତ ହୋଇ କେହି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇନାହାନ୍ତି ବା କାହାରି ମୃତ୍ୟୁ ଘଟି ନାହିଁ ବୋଲି ସରକାରୀ ଭାବେ କୁହାଯାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS