୬ ବର୍ଷର ବର, ୫ ବର୍ଷର ବଧୂ
ୁସ୍କଟଲ୍ୟାଣ୍ଡ୍ରେ ଆୟୋଜିତ ହୋଇଛି ଏକ ନିଆରା ବିବାହ । ବରର ବୟସ ୬ ବର୍ଷ ଥିବା ବେଳେ ବଧୂ ୫ ବର୍ଷର । ଦୁହିଁଙ୍କ ବିବାହ ଖ୍ରୀଷ୍ଟିଆନ୍ ରିତିରେ କରାଯାଇଥିଲା । ଡିଜ୍ନୀ କାର୍ଟୁନ୍ ଶୋ’ର ମ୍ୟୁଜିକ୍ରେ ବଧୂର ସ୍ୱାଗତ କରାଯାଇଥିଲା ଚର୍ଚ୍ଚକୁ । ବିବାହ ମନ୍ତ୍ରରେ ବାଇବେଲ୍ର ପବିତ୍ର ଚାରିଧାଡି ନୁହେଁ କବିତା ପାଠ କରାଗଲା । ଏହି ସବୁ ପଢ଼ି ଆପଣ ଭାବୁଥିବେ ଇଏ ବିବାହ ନା କଂଢ଼େଇ ଖେଳ! କିନ୍ତୁ ଏହା ସତସତିକା ବିବାହ । ୫ ବର୍ଷର ଏଲିସ୍ ପାର୍ଟସନ୍ ନ୍ୟୁରୋବୋଷ୍ଟାନୋମା ନାମକ କର୍କଟ ରୋଗରେ ପିଡିତ । ଆଉ କିଛି ଦିନ ତାଙ୍କର ଜୀବନ କାଳ । ଏଥିମଧ୍ୟରେ ତାଙ୍କର କ’ଣ କ’ଣ ଇଚ୍ଛା ରହିଛି ସେ ସମ୍ବନ୍ଧୀୟ ଏକ ତାଲିକା ପ୍ରସ୍ତୁତ କରିଥିଲେ ଏଲିସ୍ । ଏହି ତାଲିକାରେ ପ୍ରଥମ ଇଚ୍ଛା ବେଷ୍ଟ୍ ଫ୍ରେଣ୍ଡ୍ ହେରିସନ୍ଙ୍କ ସହ ବିବାହ ରହିଥିଲା । ଏହି ଇଚ୍ଛାକୁ ପୂରଣ କରିବାରେ ହେରିସନ୍ଙ୍କ ପରିବାରବର୍ଗ ମଧ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS