ସାକ୍ଷୀମାନଙ୍କ ସୁରକ୍ଷା ନେଇ ନୀତି ପ୍ରଣୟନ କରିବାକୁ ଚାହୁଁଛନ୍ତି ସୁପ୍ରିମ କୋର୍ଟ, ମତାମତ ରଖିବାକୁ ରାଜ୍ୟମାନଙ୍କୁ ନୋଟିସ
ନୂଆଦିଲ୍ଲୀ, ୯ ସେପ୍ଟେମ୍ବର: ଦେଶର ସର୍ବୋଚ୍ଚ ନ୍ୟାୟପାଳିକା ସୁପ୍ରିମ କୋର୍ଟ ସବୁ ରାଜ୍ୟକୁ ନୋଟିସ ଜାରୀ କରି ସାକ୍ଷୀଙ୍କ ସୁରକ୍ଷା ନେଇ ନୀତି ପ୍ରଣୟନ ସକାଶେ ମତାମତ ରଖି ବାକୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ଦୁଷ୍କର୍ମ ଅଭିଯୋଗରେ ଜେଲ୍ରେ ଥିବା ସନ୍ଥ ଆଶାରାମ ବାପୁଙ୍କ ମାମଲାରେ ସାକ୍ଷୀ ଥିବା ମହେନ୍ଦ୍ର ଚାୱଲା ଓ ଅନ୍ୟ ତିନି ଜଣଙ୍କ ସାକ୍ଷୀଙ୍କ ଆବେଦନ ଉପରେ ବିଚାର କରି ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ରାଜ୍ୟମାନଙ୍କୁ ଏହି ନିଦେ୍ର୍ଦଶ ଦେଇଛନ୍ତି ।
ସନ୍ଥ ଆଶାରାମ ବାପୁ ଏକ ଦୁଷ୍କର୍ମ ମାଲାରେ ଗିରଫ ହୋଇ ୨୦୧୩ ଅଗଷ୍ଟ ୩ ତାରିଖରୁ ଜେଲ୍ରେ ଅଛନ୍ତି । ଏହି ମାମଲାରେ ସାକ୍ଷୀ ଥିବା ମହେନ୍ଦ୍ର ଚାୱଲା ଓ ଅନ୍ୟ ତିନି ଜଣ ସାକ୍ଷୀ ସେମାନଙ୍କୁ ସୁରକ୍ଷା ଦିଆଯିବା ସହ ଏକ ‘ନ୍ୟାସନାଲ ୱିଟ୍ନେସ୍ ପ୍ରେଟେକ୍ସନ୍ ପ୍ରୋଗ୍ରାମ୍’ ପ୍ରଣୟନ କରାଯିବାକୁ ମାନ୍ୟବର ସୁପ୍ରିମ କୋର୍ଟଙ୍କୁ ଆବେଦନ କରିଛନ୍ତି । ମାମଲାର ବିଚାର କରୁଥିବା ସୁପ୍ରିମ କୋର୍ଟର ଖଣ୍ଡପୀଠ ସେମାନଙ୍କ ଆବେଦନ ବିଚାରକୁ ନେଇ ସବୁ ରାଜ୍ୟକୁ ନୋଟିସ ଜାରୀ କରିବା ସହ ସାକ୍ଷୀଙ୍କ ସୁରକ୍ଷା ଉପରେ ଜବାବ ରଖିବାକୁ ନିଦେ୍ର୍ଦଶନାମା ଜାରୀ କରିଛନ୍ତିି । ଜଷ୍ଟିସ୍ ଏ.କେ. ସିକ୍ରି ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣୀ ସମୟରେ ସବୁ ରାଜ୍ୟକୁ ଏଥିରେ ପକ୍ଷଭୁକ୍ତ କରିବାକୁ ଆବେଦନକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ ଏବଂ ସବୁ ରାଜ୍ୟକୁ ନୋଟିସ ଜାରୀ କରି ସାକ୍ଷୀମାନଙ୍କୁ ସୁରକ୍ଷା ଦେବା ସକାଶେ ଏକ ନୀତି ପ୍ରଣୟନ ପାଇଁ ମତାମତ ରଖିବାକୁ କହିଥିଲେ । ମାମଲା ଅତ୍ୟନ୍ତ ଗୁରୁତ୍ୱତ୍ପୂର୍ଣ୍ଣ ହୋଇଥିବାରୁ ସବୁ ରାଜ୍ୟ ଏଥିରେ ପକ୍ଷଭୁକ୍ତ ହେବା ଆବଶ୍ୟକ ବୋଲି କୋର୍ଟ ମତ ଦେଇଛନ୍ତି । ଏହାସହ, ମାମଲାରେ ମୂଳରୁ ପକ୍ଷଭୁକ୍ତ ଥିବା ଗୁଜୁରାଟ ଓ ୟୁପି ସରକାରଙ୍କୁ ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।
ଗତ ମାର୍ଚ୍ଚ ୨୪ ତାରିଖରେ କୋର୍ଟ ଆବେଦନକରୀଙ୍କ ପିଟିସନ ଉପରେ ଶୁଣାଣୀ କରି ସନ୍ଥ ଆଶାରାମ ବାପୁଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ମାମଲାର ସମସ୍ତ ସଂପୃକ୍ତ ସାକ୍ଷୀକୁ ସୁରକ୍ଷା ଯୋଗାଇ ଦେବାକୁ ୟୁପି ଓ ହରିଆନା ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ମାମଲାରେ ସାକ୍ଷୀ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦ ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇ ସାରିଛି ଏବଂ ସେଥିରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ତେଣୁ, ଆବେଦନକାରୀ ମହେନ୍ଦ୍ର ଚାୱଲା ଓ ଅନ୍ୟ ତିନି ଜଣ ସାକ୍ଷୀ କୋର୍ଟର ସୁରକ୍ଷା ଲୋଡିଛନ୍ତି । ଏହାଛଡା, ଆଶାରାମ ବାପୁଙ୍କ ବିରୋଧରେ ଯୌନ ଶେଷଣ ଅଭିଯୋଗ ଆଣି ଥିବା ପରିବାରକୁ ମଧ୍ୟ ପୂର୍ଣ୍ଣ ସୁରକ୍ଷା ଯୋଗାି ଦେବାକୁ କୋର୍ଟରେ ଆବେଦନ କରାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS