ରୋମାଂଟିକ ବଲିଉଡ୍ ତାରକା ଶଶି କପୁରଙ୍କ ପରଲୋକ
ମୁମ୍ବାଇ, ୫ ଡ଼ିସେମ୍ବର: ରୋମାଂଟିକ୍ ବଲିଉଡ୍ ତାରକା ଶଶି କପୁରଙ୍କ ୪ ତାରିଖ ସନ୍ଧା ୫ଟା ୨୦ ମିନିଟରେ ସ୍ଥାନୀୟ କୋକିଲାବେନ୍ ଧୀରୁଭାଇ ଆମ୍ବାନୀ ହସପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ଛାତିରେ ସଂକ୍ରମଣ ଯୋଗୁ କଷ୍ଟ ଅନୁଭବ କରି ସେ ଗତ ରବିବାର ରାତିରେ ଅନେ୍ଧରୀ ସ୍ଥିତ ଏହି ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ସୋମବାର ସନ୍ଧ୍ୟାରେ ତାଙ୍କ ପରଲୋକ ଘଟି ଥିବା ହସପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଚଳଚ୍ଚିତ୍ର ଅଭିନୟରେ ଶ୍ରେଷ୍ଠତା ପାଇଁ ୨୦୧୫ ମସିହାରେ ଶଶିଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ମିଳି ଥିଲା । ତାଙ୍କ ପୁର୍ବରୁ କପୁର ପରିବାରରୁ ପୃଥ୍ୱୀରାଜ କପୁର (ତାଙ୍କ ପିତା) ଓ ରାଜ୍ କପୁର (ଭାଇ) ଏହି ସମ୍ମାନଜନକ ପୁରସ୍କାର ପାଇ ଥିଲେ । ଶଶି କପୁରଙ୍କୁ ଭାରତ ସରକାର ୨୦୧୧ ମସିହାରେ ପଦ୍ମ ଭୂଷଣ ଉପାଧୀରେ ମଧ୍ୟ ଭୂଷିତ କରିଥିଲେ । ଶଶି କପୁର ୧୯୬୧ ମସିହାରେ ‘ଧର୍ମପୁତ୍ର’ରୁ ଅଭିନୟ ଆରମ୍ଭ କରି ବଲିଉଡ୍କୁ ବହୁ ସଫଳ ଚଳଚ୍ଚିତ୍ର ଦେଇଛନ୍ତି । ସେ ଲୋକପ୍ରିୟତାର ଶିଖରରେ ପହଂଚି ପାରିବା ସହ ୧୧୬ଟି ଚଳଚ୍ଚିତ୍ରରେ ଅଭିନୟ କରି ଥିବା ଜଣାପଡିଛି । ଶଶିଙ୍କ ପିତା ପୃଥ୍ୱୀରାଜ କପୁର, ଭାଇ ରାଜ୍ କପୁର ଓ ଶମ୍ମି କପୁର ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପରେ ଯେଉଁ ଲିଗାସୀ ସୃଷ୍ଟି କରିଥିଲେ ତାହା ରଣବୀର କପୁର ଓ ଶଶି କପୁରଙ୍କ ପରେ କପୁର ପରିବାରର ଅନ୍ୟ ସଦସ୍ୟମାନେ ଆଗେଇ ନେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS