ବିଜୟ ରୁପାନୀ ଗୁଜରାଟ ମୁଖ୍ୟମନ୍ତ୍ରୀ, ନିତୀନ ପଟେଲ ଉପ ମୁଖ୍ୟ ମନ୍ତ୍ରୀ
ଅହମ୍ମଦାବାଦ,୨୩ ଡ଼ିସେମ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ପୁଣିି ଥରେ ଗୁଜରାଟ ମୁଖ୍ୟମନ୍ତ୍ରୀ କରାଯାଇଛି । ଶୁକ୍ରବାର ଦିନ ଦଳ ପକ୍ଷରୁ ତାଙ୍କ ନାମ ଘୋଷଣା କରାଯାଇଥିଲା । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ରାଜ୍ୟ ବିଜେପି ୨୦୧୭ ବିଧାନସଭା ନିର୍ବାଚନର ସମ୍ମୁଖୀନ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିଲେ । ଦଳ ୨୦୧୭ ନିର୍ବାଚନରେ ରାଜ୍ୟ ବିଧାନସଭାର ୧୮୨ ଆସନରୁ ୯୯ଟି ପାଇଥିବା ବେଳେ କଂଗ୍ରେସ ଦଳ ୮୦ ଆସନ ପାଇଁ ଏକ ଦୃଢ ବିରୋଦୀ ଦଳର ଭୂମିକା ନେବାକୁ ଯାଉଛି । ବିଦାୟୀ ମୁଖ୍ୟମନ୍ତ୍ରୀ ରୁପାନୀ ଦଳ ପକ୍ଷରୁ ୧୩ ତମ ଗୁଜରାଟ ବିଧାନ ସଭାରେ ମୁଖ୍ୟମନ୍ତ୍ରୀ ଭାବେ ପୁନଃ ଅବସ୍ଥାପିତ କରିବାକୁ ଗତ ୧୮ ତାରିଖ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନୂଆଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରଦାନମନ୍ତ୍ରୀ ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା, କେନ୍ଦ୍ର ବିତ୍ତ ମନ୍ତ୍ରୀ ଅରୁଣ ଜେଯଲି, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ତେବେ, ଗୁଜରାଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୂଡାନ୍ତ କରିବା ସକାଶେ ଜେଟଲୀଙ୍କୁ ଦାୟିତ୍ୱ ଦିଆ ଯିବା ସହ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାମ ସମେତ ଅନ୍ୟ କେତେକ ନାମ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଆଲୋଚନା ପରିସରରେ ରହିବାରୁ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କଳ୍ପନାଜଳ୍ପନା ଚାଲିଥିଲା ।
ରୁପାନୀ ପୁନର୍ବାର ମୁଖ୍ୟମନ୍ତ୍ରୀ ହେଉଥିବା ଦଳ ପକ୍ଷରୁ ଶୁକ୍ରବାର ଦିନ ଘୋଷଣା କରାଯିବା ପରେ କଳ୍ପନା ଜଲ୍ପନାର ଅବସାନ ଘଟିଛି । ମୁଖ୍ୟମନ୍ତ୍ରୀ ଭାବେ ତାଭ୍କ ନାମ ଘୋଷଣା କରାଯିବା ପରେ ରୁପାନି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ଭେଟି ତାଙ୍କ ଟିମ୍ ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବାକୁ ବଦ୍ଧ ପରିକର ବୋଲି ଘୋଷଣା କରିଛନ୍ତି । ଜାତି, ଧର୍ମ, ବୃତ୍ତି ନିର୍ବିଶେଷରେ ଜନସାଧାରଣଙ୍କ ସମୂହ ବିକାଶ ପ୍ରତି ଧ୍ୟାନ ଦିଆଯିବ, ସମସ୍ତଙ୍କ ଆକାଂକ୍ଷା ପୂରଣ କରାଯିବ ବୋଲି ସେ କହିଛନ୍ତି । ଗତ ସରକାରରେ ୁପ ମୁଖ୍ୟମନ୍ତ୍ରୀ ଥିବା ନିତୀନ ପଟେଲ ପୁନର୍ବାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଶୁକ୍ରବାର ଦିନ ଗୁଜରାଟ ବିଜେପି ବିଧାୟକ ଦଳର ବୈଠକରେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ଉପସ୍ଥିତ ଥିଲେ । ବୈଠକରେ ରୁପାନୀ ଓ ପଟେଳଙ୍କ ନାମ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ କରାଯାଇଥିଲା ଏବଂ ସର୍ବସମ୍ମତି ଭାବେ ସମସ୍ତେ ଏହାକୁ ଗ୍ରହଣ କରିଛନ୍ତି । କୌଣସି ବିକଳ୍ପ ପ୍ରସ୍ତାବ ଆସି ନଥିଲା ବୋଲି କେନ୍ଦ୍ର ମନ୍ତ୍ରୀ ଜେଟଲୀ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS