ମୁଖ୍ୟମନ୍ତ୍ରୀ କେଜିରିୱାଲଙ୍କ ପ୍ରସ୍ତାବକୁ ମାନି ନେଲେ ଦିଲ୍ଲୀ ଏଲ୍.ଜି
ନୂଆଦିଲ୍ଲୀ, ୧୬ ଜାନୁୟାରୀ: ଦିଲ୍ଲୀବାସୀଙ୍କ ଦୁଆର ମୁହଁରେ ୪୦ଟି ସେବା ପହଂଚାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କ ସରକାର ଗତ ନଭେମ୍ବର ମାସରେ ଯେଉଁ ଯୋଜନା କରିଥିଲେ ତାହା ବାସ୍ତବ ରୂପ ନେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ସେମାବାର ଦିଲ୍ଲୀର ଲେଫ୍ଟନାଂଟ ଗଭର୍ଣ୍ଣର (ଏଲ୍.ଜି) ଅନିଲ ବୈଜଲ ଅନୁମୋଦନ ଦେଇଛନ୍ତି । ଏହି ସେବା ଗୁଡ଼ିକ ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ ଓ ଜାତିଗତ ପ୍ରମାଣପତ୍ର ପ୍ରଦାନ, ପାଇପ ଜଳ ସଂଯୋଗ ଅନୁମୋଦନ ପ୍ରଭୃତି ଅନ୍ତର୍ଭୁକ୍ତ । ଦିଲ୍ଲୀ ସରକାରଙ୍କ କର୍ମଚାରୀମାନେ ଘର ଘର ଯାଇ ଜନସାଧାରଣଙ୍କୁ ଏସବୁ ସେବା ଯୋଗାଇ ଦେବା ସକାଶେ ଫର୍ମ ପୂରଣ, କାଗଜପତ୍ର ପ୍ରସ୍ତୁତି, ଆବଶ୍ୟକ ଫି’ ସଂଗ୍ରହ ପ୍ରଭୃତି କାର୍ଯ୍ୟ ସମାପନ କରିବା ସହ ଏହି ସେବା ଯୋଗାଇ ଦିଆଯିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିବେ । ଜନସାଧାରଣଙ୍କୁ ଆଉ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ । ଏହି ଯୋଜନା କାର୍ଯ୍ୟକାରୀ କରିବା ସକାଶେ ଦିଲ୍ଲୀ ଲେଫ୍ଟନାଂଟ ଗଭର୍ଣ୍ଣରଙ୍କ ଅନୁମୋଦନ ଆବଶ୍ୟକ ଥିଲା । କେଜିରିୱାଲ ସରକାର ଗତ ବର୍ଷ ଡ଼ିସେମ୍ବର ମାସରେ ଯୋଜନା ଅନୁମୋଦନ ପାଇଁ ଏଲ.ଜିଙ୍କ କାର୍ଯ୍ୟାଳୟକୁ ପଠାଇ ଥିଲେ । ତେବେ, ଦିଲ୍ଲୀ ଏଲ.ଜି ଶ୍ରୀଯୁକ୍ତ ବୈଜଲ ଏହି ଯୋଜନାର କାର୍ଯ୍ୟକାରୀତାରେ ମହିଳାଙ୍କ ସୁରକ୍ଷା, ଦୁର୍ନୀତି, ଖରାପ ବ୍ୟବହାର, ଗୋପନୀୟତା ପଦାରେ ପଡିବା ପ୍ରଭୃତି ପ୍ରସଙ୍ଗ ଉଠାଇ ସରକାର ଏହାର ପୁନର୍ବିଚାର କରିବାକୁ ଓ ବିକଳ୍ପ ପ୍ରସ୍ତାବ ଦେବାକୁ କହି ତାହା ରାଜ୍ୟ ସରକାରଙ୍କୁ ଫେରାଇ ଦେଇଥିଲେ । ଦିଲ୍ଲୀ ସରକାର ଜନସାଧାରଣଙ୍କ ଦୁଆର ମୁହଁରେ ବିଭିନ୍ନ ସେବା ପହଂଚାଇ ‘ଏକ ଦୁର୍ନୀତିମୁକ୍ତ ଓ ସୁଶାସନ’ ଦେବାକୁ ଚାହୁଁଥିବା ବେଳେ ଏଲ.ଜିଙ୍କ ପ୍ରତ୍ୟାଖାନ ସରକାରଙ୍କ ଆଭିମୁଖ୍ୟ କାର୍ଯ୍ୟକାରୀ ହେବାରେ ରେ ପ୍ରତିବନ୍ଧକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କେଜିରିୱାଲ ଅଭିଯୋଗ କରିଥିଲେ । ସେମାବାର ଦିଲ୍ଲୀ ଏଲ୍.ଜିଙ୍କ କାର୍ଯ୍ୟାଳୟ ଏକ ବିବୃତି ମାଧ୍ୟମରେ ଏହି ଯୋଜନାକୁ ଅନୁମୋଦନ ଦେଇଛନ୍ତି । ଯେଜନା କାର୍ଯ୍ୟକାରୀତାରେ ଯେଉଁ ସବୁ ଅସୁବିଧା ରହୁଛି ସେସବୁ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ଯୋଜନାକୁ ଅନୁମୋଦନ ଦିଆ ଗଲା ବୋଲି ଏଲ୍.ଜି ଜଣାଇଛନ୍ତି । ଏହା କେଜିରିୱାଲ ସରକାରଙ୍କ ବଡ ବିଜୟ ବୋଲି ଆପ୍ ପକ୍ଷରୁ କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS