ସୁରତରେ ମେରୁ ଯାତ୍ରା
ସୁରତ,୧୬ ଏପ୍ରିଲ ( ରାଜେଶ କୁମାର ପାଢୀ): ଶନିବାର ୧୪ ତାରିଖ ପ୍ରସିଦ୍ଧ ମେରୁ ସଂକ୍ରାନ୍ତୀ ଅବସରରେ ଗୁଜରାତର ସୁରତ ସ୍ଥିତ ବମରୋଲି ରୋଡରେ ଥିବା ମୁକ୍ତେଶ୍ୱର ମହାକାଳୀ ମନ୍ଦିରରେ ମା’ଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଯାତ୍ରା ଦେଖିବା ସକାଶେ ସୁରତ ଓ ଆଖପାଖ ଅଂଚଳରୁ ୨୫୦୦୦ରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ । ମା’ଙ୍କ ଏହି ଯାତ୍ରା ଗତ ୨୦ ବର୍ଷ ହେଲା ଏଠାରେ ହୋଇ ଆସୁଛି । ଏହି ଅବସରରେ ବହୁ ସ୍ୱେଚ୍ଛାସବୀ ଅନୁଷ୍ଠାନ ପକ୍ଷରୁ ପାନୀୟ ଜଳ, ନବାତ ପଣା, ଚଲ୍ହା ପଣାର ବ୍ୟବସ୍ଥା କରାଯାଇ ଥିଲା । ସେହିପରି, ସୁରତର ପାଣ୍ଡେସରା କୃଷ୍ଣନଗର ଠାରେ ମଧ୍ୟ ଝାମି ଯାତ୍ରା ଦେଖିବାକୁ ମିଳିଥିଲା ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS