ରାହୁଲ ସାଂସ୍କୃତ୍ୟାୟନଙ୍କ ୧୨୫ତମ ଜୟନ୍ତୀ ପାଳିତ
ରାଉରକେଲା,୦୭ ମେ’(ମୋ ଅନୁଭବ): ଭାରତୀୟ ସାଂସ୍କୃତିକ-ସହଯୋଗ, ମୈତ୍ରୀ ସମିତି ରାଜ୍ୟ ପରିଷଦ ବୈଠକ ଅବସରରେ ରାହୁଲ ସାଂସ୍କୃତ୍ୟାୟନଙ୍କ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ‘ରାହୁଲ ସାଂସ୍କୃତ୍ୟାୟନ ଓ ଆଜିର ପ୍ରାସଙ୍ଗିକତା’ ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ହୋଟେଲ ‘ଆସ୍ଥା’ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଥିଲା । ବିଶିଷ୍ଟ ବାମପନ୍ଥୀ ନେତା ତଥା ଆଡଭୋକେଟ୍ ଗୋବର୍ଦ୍ଧନ ପୂଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜାତୀୟ ସାଧାରଣ ସଂପାଦକ ବିଜୟ ପଢ଼ିହାରୀ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ବାଗ୍ମୀ ତଥା ରାଜ୍ୟ ସହିତ୍ୟ ଏକାଡେମୀର ସଦସ୍ୟ ପ୍ରଫେସର ପ୍ରଭାତ କୁମାର ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ବଧାୟକ ପ୍ରଭାତ ମହାପାତ୍ର ପ୍ରମୁଖ ଯୋଗ ଦେଇ ରାହୁଲ ସାଂସ୍କୃତ୍ୟାୟନଙ୍କ ଭ୍ରମଣ କାହାଣୀ, ସାହିତ୍ୟ ସୃଷ୍ଟି ଓ ଦର୍ଶନ ଉପରେ ଆଲୋକପାତ କରିଥିଲେ ।
ରାହୁଲ ସାଂସ୍କୃତ୍ୟାୟନ ଖୁବ କମ୍ ବୟସରେ ବିଶେଷ ଶିକ୍ଷାଗତ ଯୋଗ୍ୟତା ନଥାଇ ମଧ୍ୟ ୩୦ଟି ଭାଷାରେ ଦକ୍ଷତା ହାସଲ କରିବା ସହ ପାଦରେ ଚାଲି ଚାଲି ୧୪ଟି ଦେଶ ଭ୍ରମଣ କରି ଥିଲେ । ହିନ୍ଦୁ ଧର୍ମରେ ବ୍ରହ୍ମଣବାଦର ବିରୋଧ କରିବା ସହ ସେ ବୌଦ୍ଧ ଧର୍ମକୁ ପସନ୍ଦ କରି ଭାରତର ପଡୋଶୀ ସିଂହଳ, ତିବ୍ବତ, ନେପାଳ, ଭୁଟାନ, ଆଫଗାନିସ୍ଥାନ, ଖାଜାଗାସ୍ଥାନ, ରୁଷ ପରି ବିଭିନ୍ନ ଏସୀୟ ରାଷ୍ଟ୍ର ସମୂହ ଓ ମଧ୍ୟ ପ୍ରଚ୍ୟ ଭ୍ରମଣ କରିଥିଲେ । ରାହୁଲ ସେସବୁକୁ ଲିପିବଦ୍ଧ କରିବା ସହ ବୌଦ୍ଧ ସନ୍ନ୍ୟସୀ ମାନେ ଚାଇନାକୁ ନେଇ ଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥଗୁଡିକୁ ପୁନଃ ଭାରତକୁ ଫେରାଇ ଆଣି ଥିଲେ । ଏହା ବ୍ୟତୀତ ସେ ତାଙ୍କ ରଚିତ ପୁସ୍ତକ ‘ଭୋଲଗା ସେ ଗଙ୍ଗା’ରେ ଯେଭଳି ମଧ୍ୟପ୍ରାଚ୍ୟର ସଭ୍ୟତା, ଏ÷ତିହ୍ୟ, ସାଂସ୍କୃତିକ ବୈଶିଷ୍ଟ୍ୟର ଚିତ୍ର ପ୍ରଦାନ କରିଛନ୍ତି ନିଶ୍ଚିତ ଭାବେ ତାହା ତାଙ୍କ ବ୍ୟକ୍ତିତ୍ୱର ଏକ ଶ୍ରେଷ୍ଠ ନିଦର୍ଶନ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ରାହୁଲ ସାଂସ୍କୃତ୍ୟାୟନଙ୍କ ମାର୍କସବାଦ ଦର୍ଶନ ଓ ସମାଜବାଦ ଉପରେ ବକ୍ତାମାନେ ମତବ୍ୟକ୍ତ କରିବା ସହ ତାଙ୍କ ରଚିତ ପୁସ୍ତକ ଗୁଡିକର ପୁନଃ ମୁଦ୍ରଣ ଲାଗି ସରକାର ଉଦ୍ୟମ କରିବାକୁ ବହୁ ବୁଦ୍ଧିଜିବୀ ଏହି ଅବସରରେ ମତ ଦେଇ ଥିଲେ । ଶ୍ରୀ ପୂଜାରୀ ଭାରତୀୟ ସାଂସ୍କୃତିକ-ସହଯୋଗ, ମୈତ୍ରୀ ସମିତିର ଉଦେ୍ଦଶ୍ୟ ଓ ଏହାର ଦୀର୍ଘମିଆଦି ଯୋଜନା ସଂପର୍କରେ ସାମ୍ୟକ ମତବ୍ୟକ୍ତ କରିଥିବା ବେଳେ ସମିତିର ଅନ୍ୟତମ ବରିଷ୍ଠ ସଦସ୍ୟ ଜାନକୀଭଲ୍ଳଭ ମହାନ୍ତି,ସଦାନନ୍ଦ ସାହୁ ପ୍ରମୁଖ ଆଲୋଚନାରେ ଭାଗନେଇ ଆର୍ନ୍ତଜାତୀୟ ସଂପର୍କ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବିହାରରେ ନବନିଯୁକ୍ତ ଜିଲ୍ଲା ଜଜ୍ ଶୈଳେନ୍ଦ୍ର ପଣ୍ଡା ଓ ସୁଶ୍ରୀ ସ୍ୱାତୀ ସିଂହଙ୍କୁ ମାନପତ୍ର ଓ ଫୁଲତୋଡା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ରାଉରକେଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ବୁଦ୍ଧିଜିବୀ ଓ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS