କଲଚରାଲ ଏକାଡେମୀର ମାସିକ ସାହିତ୍ୟ ଆସର
ରାଉରକେଲା (ମୋ ଅନୁଭବ): ରାଉରକେଲା କଲଚରାଲ ଏକାଡେମୀର ମାସିକ ସାହିତ୍ୟ ଆଲୋଚନା ଓ କବିତା ଆସର ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ.ପ୍ରଭାତ ମଲ୍ଲିକ ଏଥିରେ ସଭାପତିତ୍ୱ କରିଥିବା ବେଳେ ଡ. ନଗେନ ଦାସ ମାର୍କ୍ସବାଦ-ବ୍ୟକ୍ତିବାଦ ଓ ସାହିତ୍ୟ ସର୍ଜନା ଶୀର୍ଷକରେ ସାରଗର୍ଭକ ମତ ରଖିଥିଲେ । ସେ ମାର୍କ୍ସବାଦ ଓ ବ୍ୟକ୍ତିବାଦ ସମ୍ପର୍କରେ ଆମ ଇତିହାସର ବିଭିନ୍ନ ଘଟଣାବଳୀର ଉଦାହରଣ ଦେବା ସହ ଆମ ସାହିତ୍ୟ କିପରି ଏହି ଆଦର୍ଶ ଦ୍ୱାରା ପ୍ରଭାବିତ ସେ ସମ୍ପର୍କରେ ମତବ୍ୟକ୍ତ କହିଥିଲେ । ଦ୍ୱିତୀୟ ଅଧିବେଶନରେ କବି ବିଜୟ ରାୟଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଉରକେଲାର ବହୁ ଲବ୍ଧ ପ୍ରତିଷ୍ଠିତ କବି ଯଥା କୁଂଜ ବିହାରୀ ରାଉତ, ଅଶୋକ ରାଉତ, ଡ.କୃପାସିନ୍ଧୁ ନାୟକ, ମୀନକେତନ ପାଶାୟତ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଧାରଣ ସଂପାଦକ ଅକ୍ଷୟ ସାମଲ ସଂଯୋଜନା କରିଥିବା ବେଳେ ଶେଷରେ ସାହିତ୍ୟ ସଂଯୋଜିକା ବବିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS