ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ
ରାଉରକେଲା, ଜୁଲାଇ ୦୧ (ମୋ ଅନୁଭବ): ପୁରୁଷର ସହାବସ୍ଥାନ ଠାରୁ ଯଦି ନାରୀ ନିଜକୁ ପୃଥକ କରିବା ସହ ପୁରୁଷ ଲିଖିତ ସାହିତ୍ୟକୁ ଅଧ୍ୟୟନ ନ କରନ୍ତି ତେବେ ସେହି ସାହିତ୍ୟ ହେବ ନାରୀର ଏକାନ୍ତ ନିଜସ୍ୱ । କିନ୍ତୁ, ବାସ୍ତବ କ୍ଷେତ୍ରରେ ସେମେତି ଘଟି ନ ଥାଏ । ଏକ ସାଂସ୍କୃତିକ ରାଜନୀତି ଏହା ପଛରେ କାମ କରୁଥାଏ । ବାମାବାଦୀ ସାହିତ୍ୟର ଅର୍ଥ ସାମାଜିକ ଓ ସାଂସ୍କୃତିକ ପୃଷ୍ଠଭୂମିର ବ୍ୟାଖାନ ସମୟରେ ଜୈବିକ ଅନୁଭୂତି ସହ ସଂସ୍କୃତିଗତ ସୃଜନକ୍ରିୟାକୁ ସଂଯୋଗ କରି ଏକ ଭିନ୍ନ ଚେତାନର ଉନ୍ମୋଳନ କରିବା । ବାମାବାଦ ସାହିତ୍ୟ କୁହେ ନାରୀଟି ଜନ୍ମରୁ ନାରୀ ହୋଇ ଜନ୍ମ ହୋଇ ନ ଥାଏ । ସମାଜ ତାକୁ ନାରୀରେ ରୂପାନ୍ତରିତ କରେ ଓ ବିଜ୍ଞାନ ଦୃଷ୍ଟିରୁ ନାରୀ ପୁରୁଷ ଯେପରି ପୃଥକ ସେପରି ସୋନଙ୍କ ମାନସିକ ଓ ପାରିବେଶିକ ସ୍ଥିତ ମଧ୍ୟ ଭିନ୍ନ । ଶୈଶବ ଠାରୁ ଆରମ୍ଭ କରି ଜୀବନର ଅନ୍ତିମ ମୁହୂର୍ତ ପର୍ଯ୍ୟନ୍ତ ନାରୀ ଏପରି ଏକ ପରିବେଶ ଓ ମାନସିକ ସ୍ଥିତିର ସମ୍ମୁଖୀନ ହୋଇଥାଏ ଯାହା ତାର ଜୀବନ ଧାରା ଓ ଚିନ୍ତାଧାରାକୁ ପ୍ରଭାବିତ କରେ । ପୁରୁଷ ଦୃଷ୍ଟିରେ ନାରୀ ଗୋଟିଏ ଯୌନ ଉଦ୍ଦୀପନକାରୀ ବସ୍ତୁ ଏବଂ ବ୍ୟକ୍ତଗତ ସଂପତି । ତେଣୁ, ତାର ଇଛା, ଅଭିଳାଷା, ଆକାଂକ୍ଷା, ପୁରୁଷତନ୍ତ୍ର ସମାଜ ନିୟନ୍ତ୍ରିତ ଏବଂ ଧର୍ମ ଦ୍ୱାରା ପରିଚାଳିତ । ନାରୀକୁ ସମାନତା, ସହଭାଗିତା ଠାରୁ ବିଛିନ୍ନ କରାଯାଉଥିବା ହେତୁ ଏହି ବାମାବାଦୀ ଆନେ୍ଦାଳନର ସୂତ୍ରପାତ ହୋଇଥିବା ଆମ ସାହିତ୍ୟର ବିବର୍ତନ ଧାରା ଆମକୁ ସୂଚାଇ ଦେଉଛି ବୋଲି ସାହିତ୍ୟ ଏକାଡେମୀ ଦ୍ୱାରା ରାଉରକେଲା ସିଭିକ ସେଂଟର ପରିସରରେ ଆୟୋଜିତ ସାହିତ୍ୟ ଆଲୋଚନାଚକ୍ରରେ ବିଭିନ୍ନ ବକ୍ତା ମତବ୍ୟକ୍ତ କରିଛନ୍ତି । ଓଡିଆ ସାହିତ୍ୟରେ ଜଗନମୋହନ ଲାଲା, କୁନ୍ତଳା କୁମାରୀ ସାବତ, ଫକିରମୋହନଙ୍କ ପରି ଅନେକ ସଂଭ୍ରାନ୍ତ ଲେଖକ ବାମାବାଦ ସାହିତ୍ୟର ପ୍ରଥମ ଉଦଘୋଷକ ଥିଲେ ବୋଲି ସେମାନେ କହିଛନ୍ତି ।
ଆଜିର ପ୍ରଥମ ଅଧିବେଶନର ଉଦଘାଟନୀ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ରାଉରକେଲା ବିଧାୟକ ସୁବ୍ରତ ତରାଇ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆରଏସପିର କାର୍ଯ୍ୟକାରୀ ନିଦେ୍ର୍ଦଶକ ଶୁଭେନ୍ଦ୍ର ଦାଶ ଯୋଗ ଦେଇ ଓଡିଆ ସାହିତ୍ୟ ଏକାଡେମୀର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀର ସଦସ୍ୟ ଡ. ପ୍ରଭାତ ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ । ବିଶିଷ୍ଠ ସାହିତିକ ଭୂପେନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅଲୋଚନାଚକ୍ରରେ ପ୍ରଥମେ ଡ. ନଗେନ ଦାସ ‘ଓଡିଆ ସାହିତ୍ୟରେ ବାମାବାଦ’ ଶୀର୍ଷକ ଉପରେ ନିଜସ୍ୱ ରଚିତ ଭିତ୍ତିପ୍ରବନ୍ଧ ପାଠ କରିଥିଲେ । ବିଶିଷ୍ଟ ସାହିତିକ ଡ. ଅପର୍ଣ୍ଣା ମହାନ୍ତି, ରାଜୀବ ପାଣି, ମୋନାଲିସା ମିଶ୍ର, ଭଗବାନ ପଟେଲ, ଅଧ୍ୟାପିକା ସୁପ୍ରିୟା ପାଲ, ଅଧ୍ୟାପିକା ମନ୍ଦାକିନି ଶତପଥି ପ୍ରମୁଖ ଏହା ଉପରେ ଆଲୋଚନାରେ ଭାଗ ନେଇଥିଲେ । ଅନ୍ତିମ ଅଧିବେଶନରେ ଡ. କୃପାସିନ୍ଧୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବିୟତ୍ରୀ ଅଙ୍ଗୁରବାଳା ପରିଡା, କବି ମୀନକେତନ ପଶାୟତଙ୍କ ସଂଯୋଜନାରେ କବିତା ପାଠୋସôବ ଅନୁଷ୍ଠିତ ହୋଇଥିଲା । ଶେଷରେ ବିଷ୍ଣୁପ୍ରିୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS