ଆଂଚଳିକ ଶ୍ରମିକ ଶିକ୍ଷାକେନ୍ଦ୍ର ଓ ସିଡ୍ଲ୍ୟୁଏସର ଶିକ୍ଷା ଓ ରୋଜଗାର ଭିତ୍ତିକ କର୍ମଶାଳା
ରାଉରକେଲା, ଜୁଲାଇ ୦୬ (ମୋଅନୁଭବ): କେନ୍ଦ୍ର ସରକାରଙ୍କ ଶ୍ରମ ଓ ସାମାଜିକ ସଶକ୍ତିକରଣ ବିଭାଗ ଅଧିନସ୍ଥ ଆଂଚଳିକ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ଓ ସ୍ୱେଚ୍ଛାସେବୀ ସଂସ୍ଥା କମ୍ୟୁନିଟି ୱେଲଫେୟାର ସୋସାଇଟିର ମଳିତ ଆନୁକଲ୍ୟରେ ଗୋପବନ୍ଧୁପାଲ୍ଲୀ ସିଡ଼ବ୍ଳ୍ୟୁଏସ୍ ସେଂଟର ଠାରେ ଅଣ ସଂଗଠିତ ଶ୍ରମିକ ମାନଙ୍କୁ ନେଇ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁପାଲ୍ଲୀ ସିଆରସିସି ସୁଷୁମା ଜେନା ଓ ସିଡ଼ବ୍ଲ୍ୟୁଏସ୍ କୋର୍ଡିନେଟର ଶିବ ପ୍ରସାଦ ଦାସ ରିସୋର୍ସ ପରସନ୍ (ସମ୍ବଳ ବ୍ୟକ୍ତି) ଭାବେ ଯୋଗ ଦେଇ ଶିକ୍ଷା ଅଧିକାର ଆଇନ ଓ ସହରାଂଚଳ ବସ୍ତିରେ ଶିକ୍ଷା କ୍ଷେତ୍ରରେ ରହି ଥିବା ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଅଭିଭାବକମାନେ ଏକ୍ଷେତ୍ରରେ ସଚେତନ ହେବା ସହ ନିଜ ସନ୍ତାନମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ନିମନ୍ତେ ସେମାନେ ପରାମର୍ଶ ଦେଇଥିଲେ । ଦ୍ୱିତୀୟ ଦିବସରେ ଆଂଚଳିକ ଶିଳ୍ପ କେନ୍ଦ୍ରର ସହ ପରିଚାଳକ ଏ.ବି ରାଓ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପରିବାରର ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ଓ ବ୍ୟକ୍ତିଗତ ଭାବେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉ ଥିବା ତାଲିମ ଓ ଆର୍ଥିକ ସହାୟତା ସଂପର୍କରେ ଅବଗତ କରାଇବା ସହ ସଫଳ ଉଦ୍ୟୋଗୀ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଗୋପବନ୍ଧୁପାଲ୍ଲୀ ସେଂଟର କୋର୍ଡିନେଟର ସିଷ୍ଟର ପ୍ରମିଳା ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକ ସାମନା କରୁଥିବା ବିଭିନ୍ନ ପ୍ରତିବନ୍ଧକ ସଂପର୍କରେ ନିଜ ମତ ଉପସ୍ଥାପନ କରିଥିଲେ । ଦୁଇ ଦିନିଆ କର୍ମଶାଳାକୁ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡର ଶିକ୍ଷା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପାଢ଼ୀ ସଂଯୋଜନା କରିବା ସହ ବହୁ ଉପାଦେୟ ତଥ୍ୟ ସହ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ଦେଇ ଥିଲେ । କାର୍ଯ୍ୟକ୍ରମରେ ଗୋପବନ୍ଧୁପାଲ୍ଲୀ ଓ ଇନ୍ଦିରାନଗର ବସ୍ତିର ୪୦ଜଣ ପ୍ରଶିକ୍ଷାର୍ଥୀ ଭାଗ ନେଇଥିଲେ । ଆନିମେଟର ଉମା ଜାନା , ସୁନିତା ଭଗତ, ରୀନା ମଂଡଳ, ପଦ୍ମିନୀ ଦୀପ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS