ମେହେର ନଗରରେ ମେହେର ଜୟନ୍ତୀ
ରାଉରକେଲା, ୩୦ ଅଗଷ୍ଟ (ମୋଅନୁଭବ.କମ୍): ରାଉରକେଲା ସେକ୍ଟର-୧୪ କମ୍ୟୁନିଟି ସେଂଟର ଠାରେ ନିକଟରେ ଓଡ଼ିଆ ଭାଷା ବିକାଶ ମଂଚ ଆନୁକୂଲ୍ୟରେ ସ୍ୱାଭାବକବି ଗଂଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । କମ୍ୟୁନିଟି ସେଂଟର୍ ର ସଭାପତି ଅରୁଣ କୁମାର ମହାପାତ୍ର ଏଥିରେ ସଭାପତିତ୍ୱ କରିଥିଲେ । ଡଃ ନଗେନ୍ଦ୍ର କୁମାର ଦାସ, ହରମୋହନ ରଥ, କୁଂଜ ବିହାରୀ ରାଉତ, ଆର୍ତତ୍ରାଣ ମହାପାତ୍ର, ଚନ୍ଦ୍ରଶେଖର ପାଇକରାୟ, ଗନ୍ଧର୍ବରାଜ ନାୟକ ପ୍ରମୁଖ ଏଥିରେ ଯୋଗ ଦେଇ ଗଂଗାଧରଙ୍କ କାବ୍ୟକୃତି ଉପରେ ଆଲୋଚନା କରିଥିଲେ । ମଧୁସୂଦନ ବିଦ୍ୟାଳୟ ଛାତ୍ରୀମାନେ ଏହି ଅବସରରେ ଗଂଗାଧରଙ୍କ କବିତା ଆବୃତ୍ତି କରିଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS