ଅବନିନ୍ଦ୍ର ଓଝାଙ୍କ ଉପନ୍ୟାସ ‘ତୋ ପାଇଁ’ର ଉନ୍ମୋଚନ ଓ ଆଲୋଚନାଚକ୍ର
ରାଉରକେଲା: ସ୍ଥାନୀୟ ମୁନସିପାଲିଟି କଲେଜ ପରିସରରେ ଅବନିନ୍ଦ୍ର ଓଝାଙ୍କ ପ୍ରଥମ ଉପନ୍ୟାସ ‘ତୋ ପାଇଁ’ ପୂର୍ବତନ ମନ୍ତ୍ରୀ ତଥା ଆରଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କ ଦ୍ୱାରା ଉନ୍ମୋଚନ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟକ ଡାକ୍ତର କୃପାସିନ୍ଧୁ ନାୟକ, ଆଲୋଚକ ଭାବେ କବି ତଥା ସାହିତ୍ୟ ଏକାଡେମିର ପୂର୍ବତନ ସଦସ୍ୟ କବି ରାଜୀବ ପାଣି, ମୁନସିପାଲିଟି କଲେଜର ଅଧ୍ୟକ୍ଷ ବିଜୟ ନାରାୟଣ ମହାନ୍ତି,ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି ପ୍ରମୁଖ ଯୋଗ ଦେଇଥିଲେ । ପୁସ୍ତକର ବିଭିନ୍ନ ଦିଗ ସଂପର୍କରେ ସେମାନେ ଆଲୋଚନା କରିବା ସହ ଯୁବ ବୟସରେ ଶ୍ରୀ ଓଝା ଏକ ଉପନ୍ୟାସର ରଚନା ଓ ପ୍ରକାଶନ କରିଥିବା ଯୋଗୁଁ ତାଙ୍କ ସାହିତ୍ୟ କୃତିର ପ୍ରଶଂସା କରିଥିଲେ । ଏହି ଅବସରରେ ରାଉରକେଲାର ବହୁ ସୁନାମଧନ୍ୟ ସାହିତ୍ୟକ, କବି ଉନ୍ମୋଚନ ଉସôବରେ ଯୋଗ ଦେଇ ଆଲୋଚନରେ ଅଂଶ ଗ୍ରହଣ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS