୨୦୧୯ ସାଧାରଣ ନିର୍ବାଚନ: ଏପ୍ରିଲ ୧୧ରୁ ମେ’ ୧୯ ପର୍ଯ୍ୟନ୍ତ ଭୋଟ, ମେ’ ୨୩ରେ ଗଣତି ଓ ଫଳାଫଳ
ନୂଆଦିଲ୍ଲୀ, ୧୦ ମାର୍ଚ୍ଚ: ଆଜି ସନ୍ଧ୍ୟାରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରା ଯାଇଛି । ଏପ୍ରିଲ ୧୧ ତାରିଖରୁ ମେ’ ୧୯ ତାରିଖ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ଲୋକସଭା ଭୋଟ ହେବ । ମେ’ ୨୩ ତାରିଖରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ । ଏସଂକ୍ରାନ୍ତରେ ଆଜି ସନ୍ଧ୍ୟାରେ ନିର୍ବାଚନ କମିସନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ନିର୍ବାଚନ ତାରିଖ ଘୋଷଣା ହୋଇ ଥିବାରୁ ଆଜି ଠାରୁ ନିର୍ବାଚନ କମିସନଙ୍କ ସମସ୍ତ କଟକଣା ମଧ୍ୟ ଲାଗୁ ହୋଇଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ସମସ୍ତ ସରକାରୀ ବିଜ୍ଞାପନର ପ୍ରସାରଣ ଉପରେ ରୋକ୍ ଲାଗୁ ହୋଇଛି। ଦେଶରେ ଲୋକସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟ ଏହି ସାତ ପର୍ଯ୍ୟାୟ ମଧ୍ୟରେ ଅନ୍ତର୍ଭୁକ୍ତ । ସାଧାରଣତଃ ନିର୍ବାଚନ କମିସନ ମାର୍ଚ୍ଚ ମାସରେ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥା’ନ୍ତି । ୨୦୦୯ରେ ମାର୍ଚ୍ଚ ୨ରେ ଓ ୨୦୧୪ରେ ମାର୍ଚ୍ଚ ୫ରେ ଏହି ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇ ଥିବା ବେଳେ ୨୦୧୯ରେ ଲୋକସଭା ନିର୍ବାଚନ ବିଜ୍ଞପ୍ତି ମାର୍ଚ୍ଚ ୧୦ରେ ପ୍ରକାଶ ପାଇଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS