ବେଲଗୁଣ୍ଠାରେ ପଂଚଶମ୍ଭୁ ମହାମିଳନ
ବେଲଗୁଣ୍ଠା, ୪.୪:ବେଲଗୁଣ୍ଠା ସହର କୋଳିସାହି ଠାରେ ଆଜି ଅପରାହ୍ନ ୩ ଘଂଟା ସମୟରେ ମାନସିକଧାରୀ ତ୍ରିନାଥ ପାତ୍ରଙ୍କ ବାସଭବନ ସମ୍ମୁଖରେ ପଂଚଶମ୍ଭୁ ମହାମିଳନ ଏକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଐତିହାସିକ ମହାମିଳନ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ବେଲଗୁଣ୍ଠା ତଥା ଆଖପାଖ ଅଂଚଳରୁ ଆସି ଭିଡ ଜମାଇଥିଲେ । ଆଜି ସକାଳ ୭ ଘଂଟା ସମୟରେ ବେଲଗୁଣ୍ଠା ଦଣ୍ଡ ଦଳ ସମେତ ବଣପଲୀ, ପନ୍ଥିଖାରୀ, ଏ. କରଡବାଡି ଓ ଢ଼ୁଢ଼ୁଆ ଦଣ୍ଡ ଦଳ ଆସି ବେଲଗୁଣ୍ଠାରେ ପହଂଚିବା ପରେ କର୍ତ୍ତା ଓ ସାହି ବାସିନ୍ଦା ଫୁଲଚନ୍ଦନ ଦେଇ ମାଁ କାଳୀଙ୍କୁ ଆମନ୍ତ୍ରଣ କରିଥିଲେ । ଦିନ ୧୨.୩୦ରେ ସମସ୍ତ ଦଳ ନିର୍ଦ୍ଧାରିତ ସ୍ଥଳରେ ପହଂଚିବା ପରେ ଧୂଳି ଦଣ୍ଠ ଅନୁଷ୍ଠିତ ହୋଇଥିଲା । ପ୍ରାୟ ଦେଢ଼ ଘଂଟା ଧୂଳି ଦଣ୍ଠ ହେବା ପରେ ନିକଟସ୍ଥ ନୂଆ ବନ୍ଧ ଠାରେ ପାଣି ଦଣ୍ଠ ଭାଙ୍ଗି ଥିଲେ । ଚଂପା ବରରୁ ଦଣ୍ଡରେ ଅଗ୍ନି ସଂଯୋଗ କରିବା ପରେ ମାଁ କାଳୀ ଓ ମହାଦେବଙ୍କୁ ଆରତୀ କରାଯାଇଥିଲା । ଆରତୀ ପରେ ସମସ୍ତ ଦଣ୍ଡ ଦଳ କର୍ତ୍ତାଙ୍କ ବାସଭବନରେ ଏକତ୍ରିତ ହୋଇଥିଲେ । ଅପରାହ୍ନ ୪.୩୦ ମିନିଟ୍ରେ ପ୍ରତ୍ୟେକ ଦଣ୍ଡ ଦଳରୁ ପାଟଦଣ୍ଡୁଆ, ପଢ଼ି ଦଣ୍ଡୁଆ, ଚଂପା ବର, ପାଟ ଢ଼ୋଲିଆ, ଝୁଣା ହାଣ୍ଡି ବାହକ ଓ ପରଭା ଏହିପରି ସାତଜଣ ଲେଖାଏଁ ପଂଚଶମ୍ଭୁ ମହାମିଳନରେ ଭାଗ ନେଇଥିଲେ । ରାତ୍ରରେ ବିଭିନ୍ନ ଦଣ୍ଡ ଦଳ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଜୟ ସାମଲ, ଭି. ଦେବୀ ପ୍ରସାଦ ପାତ୍ର, ଦିଲ୍ଲୀପ ଆଚାରୀ, ରାଧାକୃଷ୍ଣ ସ୍ୱାଇଁ, ଚନ୍ଦନ ସାହୁ, ପ୍ରଦୀପ ସାହୁ, ନାରାୟଣ ପାତ୍ର, ନୀଳ ପାତ୍ର, ଲୋକନାଥ ପାତ୍ର, ଅବନୀ ପାତ୍ର ପ୍ରମୁଖ ସମେତ ସାହି ଯୁବକ ସଂଘ ଓ ସାହି ବାସିନ୍ଦା ପରିଚାଳନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS