ବଲିଉଡ୍ ରେ ଖୁସି
ଖୁବ୍ କମ୍ ପ୍ରତୀକ୍ଷା, ଆଉ ବଡ ପରଦାରେ ଦେଖା ଦେବ ଆଉ ଜଣେ ଷ୍ଟାର-କିଡ୍ଙ୍କ ଫ୍ରେସ୍ ଫେସ୍ । ଏହି ଷ୍ଟାର୍ କିଡ୍ ଆଉ କେହି ନୁହଁନ୍ତି, ବିଗତ ଦିନର ନମ୍ବର ୱାନ୍ ନାୟିକା ଶ୍ରୀଦେବୀ ଓ ନିର୍ଦେଶକ ବୋନି କପୁରଙ୍କ ସାନ ଝିଅ ଖୁସି କପୁର । ଅଭିନେତ୍ରୀ ନେହା ଧୁପିଆ ହୋଷ୍ଟ୍ ଥିବା ଏକ ଟକ୍-ଶୋ’ରେ ଏକଥା ସେ ନିଜେ ଘୋଷଣା କରିଛନ୍ତି । ଖୁସି ନିଜ ବଲିଉଡ୍ ଡେବ୍ୟୁକୁ ନେଇ ଆଶାବାଦୀ ଏବଂ ଖୁସି । କରନ ଜୋହରଙ୍କ ଚଳଚ୍ଚିତ୍ରରେ କାମ କରିବାକୁ ସେ କ୍ରେଜି । ଯଦି କେବେ ସୁଯୋଗ ମିଳେ ସେ ଆହାନ୍ ପାଣ୍ଡେଙ୍କ ସହ କାମ କରିବାକୁ ପସନ୍ଦ କରିବେ ବୋଲି ଖୁସି କହିଛନ୍ତି । ତେବେ, ବଡ ଭଉଣୀ ଜାହ୍ନବୀ ତାଙ୍କୁ ମିଜାଜ୍ ଜାଫ୍ରିଙ୍କ ସହ ଦେଖିବାକୁ ଚାହାନ୍ତି ବୋଲି କହିଥିଲେ । ଖୁସି ପ୍ରଥମେ ନ୍ୟୁୟର୍କରେ ଥିବା ଫିଲ୍ମ ଏକାଡେମୀରେ ଆକ୍ଟିଂ କୋର୍ସ ସାରିବା ପରେ ବଲିଉଡ୍ ରେ ପ୍ରବେଶ କରିବେ ବୋଲି ଜାହ୍ନବୀ ସ୍ୱଷ୍ଟ କରିଛନ୍ତି । ୨୦୧୮ରେ ‘ଧଡକ୍’ ଚଳଚ୍ଚିତ୍ରରୁ ନିଜ ଅଭିନୟ କ୍ୟାରିୟର ଆରଂଭ କରିଥିଲେ ଜାହ୍ନବୀ । ବର୍ତମାନ ସେ ଭାରତୀୟ ବାୟୁ ସେନା ପାଇଲଟ୍ ଗୁଂଜନ ସକ୍ସେନାଙ୍କ ଉପରେ ଆଧାରିତ ଏକ ବାୟୋପିକରେ ବ୍ୟସ୍ତ । ସୁଟିଂ ଚାଲି ଥିବା ଫିଲ୍ମର ନାମ ହେଉଛି ‘କାରଗିଲ୍ ଗାର୍ଲ’ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS