“ଫାୟାର୍ଭାସ୍” ରୋକିବ ଅଗ୍ନିକାଣ୍ଡ
ଏବେ ଘରସଜ୍ଜାରେ ବ୍ୟବହାର କରାଯାଉଥିବା ଫୁଲଦାନୀ ଘର ଭିତରେ ଛୋଟ ମୋଟ ଅଗ୍ନିକାଣ୍ଡ ଘଟିଲେ ତାହାକୁ ରୋକି ପାରିବ । ଦକ୍ଷିଣ କୋରିଆର ‘ସାମସଙ୍ଗ’ କଂପାନୀ ଏଭଳି ଏକ ଫୁଲଦାନୀ ନିର୍ମାଣ କରିଛି, ଯାହାର ନାମ ରଖିଛି ‘ଫାୟାର୍ଭାସ୍’ । ଏହି ଫୁଲଦାନୀରେ ରହିଛି ପୋଟାସିୟମ୍ ଏବଂ କାର୍ବୋନେଟ୍ ର ଏକ ତରଳ ମିଶ୍ରଣ । ଏହି ମିଶ୍ରଣ ଅଗ୍ନି ସଂସ୍ପର୍ଶରେ ଆଶିବା ମାତ୍ରେ ଲାଗି ଥିବା ନିଆଁକୁ ଲିଭାଇବା କ୍ଷମତା ରଖେ । ଅଗ୍ନି ନିର୍ବାପକ ପରିବର୍ତେ ଏହାର ବ୍ୟବହାର ସହଜ ବୋଲି ଏହାର ନିର୍ମାଣକର୍ତା େଇଲ୍ ୱାର୍ଲଡ୍ୱାଇଡ୍ କହିଛନ୍ତି । ଏହି ଫୁଲଦାନୀର ପ୍ରଚାର ଦିନ ଦକ୍ଷିଣ କୋରିଆରେ ପ୍ରାୟ ୨ ଲକ୍ଷ ଫୁଲଦାନୀ ମାଗଣାରେ ବଂଟା ଯାଇଥିଲା ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS