ବାଏଫ ତରଫରୁ କୃଷକ ତାଲିମ ଓ ଭ୍ରାମ୍ୟମାଣ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ
ରିପୋର୍ଟ : ଶିବ ପ୍ରସାଦ ଦାସ
ସ୍ୱେଚ୍ଛାସେବୀ ସଂସ୍ଥା ‘ବାଏଫ’ ଅନ୍ତର୍ଗତ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ ଜିଲ୍ଲାର ୨୨ ଜଣ କୃଷକଙ୍କୁ ନେଇ ଏକ ଭ୍ରାମ୍ୟମାଣ ତାଲିମ କାର୍ଯ୍ୟକ୍ରମ ଝାରଖଂଡ ସ୍ଥିତ ରାଂଚି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝାରଖଂଡସ୍ଥିତ ଖୁଂଟି ଓ ରାଂଚି ଜିଲ୍ଲାରେ ନାବାର୍ଡ ଓ ବାଏଫର ମିଳିତ ସହଯୋଗରେ କରାଯାଇଥିବା ବାଡି (ଉଦ୍ୟାନ) କୃଷକମାନେ ପରିଦର୍ଶନ କରିବା ସହ ଖୁଂଟି ଠାରେ ‘ବାଏଫ୍’ର ସମ୍ବଳ ବ୍ୟକ୍ତି କମଲେଶ କୁମାର ମିଶ୍ରା କୃଷକମାନଙ୍କୁ ବାଡି ପ୍ରକଳ୍ପ ବିଷୟରେ ତାଲିମ ଦେବା ସହ ବାଡି ଇନଚାର୍ଜ ଗଣପତି କୁମାର ପରିଦର୍ଶନରେ ସହାୟତା କରିଥିଲେ । ଏହି ଅବସରରେ ରାଂଚିସ୍ଥିତ ‘ପୂର୍ବାଂଚଳ କୃଷି ଅନୁଧ୍ୟାନ କେନ୍ଦ୍ର’ ପରିଭ୍ରମଣ କରିବା ସହ ସେଠାରେ କୃଷି ବିଶେଷଜ୍ଞ ଚନ୍ଦ୍ରଶେଖର ପ୍ରସାଦ ନୂତନ କୃଷି ପଦ୍ଧତି ଓ ଉଦାନ କୃଷକ ଲାଭ ବିଷୟରେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । “ମହାନଦୀ କେଲ୍ ଫିଲ୍ଡ୍” ସହଯୋଗରେ ଭାରତ ଏଗ୍ରୋଇଣ୍ଡଷ୍ଟିଜ୍ ଫାଉଣ୍ଡେସନ୍ (ବାଏଫ୍) ପ୍ରୟୋଜିତ “ସିସିଡିପି- ଉତଥାନ” ପ୍ରକଳ୍ପର ପ୍ରକଳ୍ପ ଅଧିକାରୀ ଗୋଲାପ ପାଲ, ପବନ ବତକ, ଯୁଗ୍ମ ପ୍ରକଳ୍ପ ଅଧିକାରୀ ଶିବ ପ୍ରସାଦ ଦାସ, ନରବେଟ୍ କେରକେଟା, ଦିଲିପ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଲେଫ୍ରିପଡା ବ୍ଲକର ବାଢ଼ୁନଝରିଆ, ଭେଡିବାହାଲ, ସାଲେଟ୍ରିକା ଗ୍ରାମର ଚାଷୀ ଅରବିନ ଟପୋ, ଅରବିନ ବେକ, ସେଲିବ୍ରିଅସ କେରକେଟା, ବାଜିଆ ମାଝି, ମୁକ୍ତେଶ୍ୱର କଟାର, ଶରତ ଚନ୍ଦ୍ର ପଟେଲ ପ୍ରମୁଖ ଭାଗ ନେଇଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS