ବଲିଉଡରେ ଓଡ଼ିଆଙ୍କ ରାଜୁତି
ବଲିଉଡ ଯିବା ସ୍ୱପ୍ନ ତ ଅନେକ ଓଡ଼ିଆଙ୍କ ରହିଛି । କିନ୍ତୁ, ନିଜ ପ୍ରତିଭା ବଳରେ ଏହି ସ୍ୱପ୍ନକୁ ସାକାର କରିବା ସାହାସ କରିଛନ୍ତି କିଛି ହାତଗଣତି ଓଡ଼ିଆ । ଅଭିନୟ ଠାରୁ ନିଦେ୍ର୍ଦଶନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେମାନେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରି ଅଜସ୍ର ସଫଳତା ହାସଲ କରିବା ସହ ଓଡ଼ିଶାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଏକ ନୂତନ ପରିଚୟ ଦେଇଛନ୍ତି । ଆସନ୍ତୁ ଜାଣିବା ଏପରି କିଛି ଓଡ଼ିଆଙ୍କୁ ଯେଉଁମାନେ କି ବଲିଉଡ୍ରେ ନିଜ ପ୍ରତିଭା ମାଧ୍ୟମରେ ପ୍ରତିଷ୍ଠା ଅର୍ଜନ କରିବା ସହ ନିଜ ନାମକୁ ସ୍ୱର୍ଣ୍ଣାକ୍ଷରରେ ଲେଖିଛନ୍ତି ।
ସାଧୁ ମେହେର୍ : ବଲିଉଡ୍ରେ ଜଣେ ଦିଗ୍ଗଜ କଳାକାର ଭାବେ ପରିଚିତ ସାଧୁ ମେହେର ଭର୍ସାଷ୍ଟାଇଲ୍ ଅଭିନେତା ଭାବେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରୁ କାମ ଆରମ୍ଭ କରିଥିଲେ ମଧ୍ୟ ୭୦ ଦଶକରେ ତାଙ୍କ ଅଭିନୀତ କିଛି ବଲିଉଡ୍ ସିନେମା ଆଜି ବି ଦର୍ଶକ ଭୁଲି ନାହାନ୍ତି । ‘ଅଙ୍କୁର’, ‘ଘରୋନ୍ଦା’, ‘ସଫେଦ୍ ହାତୀ’ ହେଉଛି ଅନ୍ୟତମ । ତାଙ୍କ ନିଖୁଣ ଅଭିନୟ ଆଜି ମଧ୍ୟ ତାଙ୍କୁ ପ୍ରଥମ ଶ୍ରେଣୀର କଳାକାର ଭାବେ ପ୍ରତିଷ୍ଠା ଦେଇଛି । ସେ କେବଳ ଅଭିନୟ କରୁ ନ ଥିଲେ, କିଛି ଚଳଚ୍ଚିତ୍ରର ନିର୍ଦେଶନା ଦେଇ ବେଶ୍ ସୁନାମ ଅର୍ଜନ କରିଛନ୍ତି । ୧୯୭୪ରେ ସାଧୁଙ୍କୁ ଶ୍ରେଷ୍ଠ ଅଭିନେତାର ଜାତୀୟ ପୁରସ୍କାର ମିଳି ଥିଲା । ସେ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଜଣେ ଯୋଗ୍ୟ ସନ୍ତାନ ।
ନୀଳ ମାଧବ ପଣ୍ଡା : ପଶ୍ଚିମ ଓଡ଼ିଶାର ସୋନପୁରରେ ଜନ୍ମିତ ନୀଳମାଧବ ପଣ୍ଡା ମଧ୍ୟ ବଲିଉଡ୍ରେ ବେଶ୍ ନାମ କଲେଣି । ‘କୋନ୍ କିତନେ ପାନି ମେଁ’, ‘ଜଲପରୀ’, ‘ହଲଲ୍କା’, ‘କଡ୍ୱା ହୱା’ ଭଳି ବହୁ ଫିଲ୍ମ ଏବଂ ଡକ୍ୟୁମେଂଟାରିର ନିର୍ଦେଶନା ଦେଇ ସେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । ନୀଳମାଧବଙ୍କ ନିର୍ଦେଶିତ ‘ଆଇ ଏମ୍ କଲାମ’ ଚଳଚ୍ଚିତ୍ର ତାଙ୍କୁ ୩୪ଟି ଅନ୍ତର୍ଜାତୀୟ ଏବଂ ଗୋଟିଏ ଜାତୀୟ ସମ୍ମାନର ଅଧିକାରୀ କରିଛି। ପୀତବାସ ତ୍ରିପାଠୀ: ପୀତବାସ ତ୍ରିପାଠୀ ରୁପେଲି ପରଦାର ଗୋଟିଏ ପରିଚିତ ନାମ । ‘ଥ୍ରୀ ଇଡିଏଟ୍୍ସ୍’, ‘ସୋର୍ ଇନ୍ ଦ ସିଟି’, ‘ଆଇ ଏମ୍ କଲାମ୍’, ‘ସାଂଘାଇ’, ‘ଜୋକର୍’ ଭଳି ଫିଲ୍ମରେ ବିଭିନ୍ନ ଚରିତ୍ରରେ ପୀତବାସଙ୍କୁ ଦେଖି ଥିବେ ଦର୍ଶକ । ନୟାଗଡ଼ ଦେଉଳି ଗାଁରେ ପୀତବାସଙ୍କ ଜନ୍ମ । ସେ ଭୁବନେଶ୍ୱର ୟୁନିଟ୍ -୧ ସରକାରୀ ଉଚ୍ଚବିଦ୍ୟାଳୟରୁ ସ୍କୁଲ ଶିକ୍ଷା ଶେଷ କରି ବିଜେବି କଲେଜରୁ ସ୍ନାତକ ଡ଼ିଗ୍ରୀ ହାସଲ କରିଥିଲେ ।
କ୍ରିଷ୍ଣା ବେଉରା: ନିଜର ସୁମଧୁର କଣ୍ଠରେ ସାରା ଦୁନିଆଙ୍କୁ ବିଭୋର କରୁଥିବା କଣ୍ଠଶିଳ୍ପୀ କି୍ରିଷ୍ଣା ବେଉରାଙ୍କ ଘର କଟକ ଜିଲ୍ଲାର ବାଙ୍କିରେ । ‘ମୌଲା ମେରେ ଲେଲେ ମେରି ଜାନ୍…’, ‘ମେଁ ଜାହାଁ ରହୁଁ…’ଭଳି ଅନେକ ଶୃତି ମଧୁର ଗୀତ ଗାଇ ସେ ବଲିଉଡ୍ରେ ନାମ କମାଇଛନ୍ତି ।
ନନ୍ଦିତା ଦାସ: ମୟୁରଭଂଜ ବାରିପଦାର ଝିଅ ହେଉଛନ୍ତି ନନ୍ଦିତା ଦାସ, ଯିଏକି ଜଣେ ବହୁମୁଖୀ ପ୍ରତିଭା ଭାବେ ବଲିଉଡ୍ରେ ପରିଚିତ । କେବଳ ଅଭିନୟ ନୁହେଁ, ନିର୍ଦେଶନା କ୍ଷେତ୍ରରେ ମଧ୍ୟ ତାଙ୍କର ପରଦର୍ଶୀତା ରହିଛି । ‘ଫାୟାର୍’, ‘ୱାଟର୍’, ‘ଆର୍ଥ’, ‘ଫିରାକ୍’ ଭଳି ଜାତୀୟ, ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ଫିଲ୍ମ ତାଙ୍କ ଖାତାରେ ରହିଛି । ‘ଫିରାକ୍’ଫିଲ୍ମରୁ ସେ ନିର୍ଦେଶନା ଆରମ୍ଭ କରିଥିଲେ ।
ସୋନା ମହାପାତ୍ର : ‘ଆଇ ହେଟ୍ ଲଭ୍ ଷ୍ଟୋରିସ୍୍’ ଫିଲ୍ମର ‘ବାହାରା’ ଗୀତ ଭଳି ଅନେକ ଲୋକପ୍ରିୟ ହିନ୍ଦୀ ଗୀତରେ କଣ୍ଠଦାନ କରି ଥିବା ସୋନା ମହାପାତ୍ର ମଧ୍ୟ ଓଡ଼ିଆ ଝିଅ । ପିଲାଦିନୁ ବାପାଙ୍କ ଚାକିରି ଯୋଗୁଁ ସେ ଓଡ଼ିଶା ବାହାରେ ରହିଥିଲେ । ତଥାପି ସେ ତାଙ୍କ ମୂଳ ପରିଚୟ ଭୁଲି ନାହାନ୍ତି । ଆଜି ବି ଓଡ଼ିଶା ପ୍ରତି ତାଙ୍କର ଅଜସ୍ର ଭଲ ପାଇବା ରହିଛି । ବର୍ଷେ ତଳେ ଏମ୍୍ଟିଭି କୋକ୍୍ ଷ୍ଟୁଡିଓରେ ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରର ଲୋକପ୍ରିୟ ଗୀତ ‘ରଙ୍ଗବତୀ’କୁ ବିକୃତ କରି ଗାଇବା ଦ୍ୱାରା ସେ ବିବାଦର ସମ୍ମୁଖୀନ ହୋଇଥିଲେ । ଓଡ଼ିଆ କହୁଥିଲେ ଓ ଗୀତ ଗାଉ ଥିଲେ ବି ସେ ଓଡ଼ିଆ ଭାଷାଠାରୁ କୋଷେ ଦୂରରେ ତାହା ‘ରଂଗବତୀ’ ଗୀତରେ ତାଙ୍କ ଉଚ୍ଚାରଣ ସବୁ ସ୍ପଷ୍ଟ କରିଥିଲା । ତେବେ, ଏହି ବିବାଦ ତାଙ୍କୁ ନିନ୍ଦିତ କରିବା ସହ ଲୋକପ୍ରିୟତା ମଧ୍ୟ ବଢ଼ାଇଛି । ଆଜି ବି ତାଙ୍କ ଗୀତ ବାଜିଲେ ମତୁଆଲ ହେଉଛନ୍ତି ସ୍ରୋତା ।
ସୁଲଗ୍ନା ପାଣିଗ୍ରାହୀ: ନିକଟରେ ରିଲିଜ୍ ହୋଇଥିବା ‘ରେଡ୍’ରେ ପାଶ୍ୱର୍କଳାକାର ‘ତାରା’ ଭାବେ ଅଭିନୟ କରିଥିବା ସୁଲଗ୍ନା ହେଉଛନ୍ତି ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁରର ଝିଅ । ‘ମର୍ଡର୍-୨’ରୁ ବଲିଉଡ୍ ଏଂଟ୍ରି କରି ଥିବା ସୁଲଗ୍ନା ‘ଇସ୍କ ୱାଲା ଲଭ୍’, ‘ଇସାଇ’, ‘ଗୁରୁଦକ୍ଷିଣା’ ଫିଲ୍ମରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । ସୋନି ଟିଭିରେ ପ୍ରସାରିତ ‘ଅମ୍ବର ଧରା’ ଧାରାବାହିକରୁ ସେ ହିନ୍ଦୀ ଟେଲିଭିଜନ୍ ଦୁନିଆରେ ପାଦ ଥାପିଥିଲେ । ସେ ‘ଦୋ ସହେଲିୟାଁ’, ‘ବିଦାଇ’ ଧାରାବାହିକରେ ବି ତାଙ୍କୁ ଦେଖିବାକୁ ମିଳିଛି ।
ରମଣୀ ରଂଜନ ଦାସ : କେବଳ ସିଲଭର ସ୍କ୍ରିନ୍ରେ ନୁହେଁ, ବଲିଉଡ୍ରେ ପରଦା ପଛରେ ରହି ଚଳଚ୍ଚିତ୍ରକୁ ସଫଳ କରିବାରେ ପ୍ରମୁଖ ଭୂମିକା ନେଉ ଥିବା ଓଡ଼ିଆଙ୍କ ମଧ୍ୟରୁ ଅନ୍ୟତମ ନାୟକ ହେଉଛନ୍ତି କ୍ୟାମେରାମ୍ୟାନ୍ ରମଣୀ ରଂଜନ ଦାସ । ‘ଲଗେ ରହୋ ମୁନ୍ନା ଭାଇ’, ‘ଗାନ୍ଧିଗିରି’, ‘ଜନି ଗଦ୍ଦାର’, ‘ଥ୍ରୀ ଇଡିଏଟ୍ସ’, ‘ଏଜେଂଟ ବିନୋଦ’ ଭଳି ଅନେକ ସିନେମାରେ ସେ କ୍ୟାମେରାମ୍ୟାନ୍ ଭାବେ କାମ କରିଛନ୍ତି । ରମଣୀ ଭୁବନେଶ୍ୱରର ସୈନିକ ସ୍କୁଲର ଛାତ୍ର ଥିଲେ ।
ସୁବାଷ ସାହୁ: ‘ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ’ ଫିଲ୍ମର ମନଲୋଭା ମ୍ୟୁଜିକ୍ ଆଜି ବି ସ୍ରୋତାଙ୍କ ମନରେ ଘର କରିଛି । ଏହି ମ୍ୟୁଜିକ ପଛରେ ଜଣେ ଓଡ଼ିଆ କଳାକାରଙ୍କ ହାତ ରହି ଥିବା ଖୁବ୍ କମ୍ ଜାଣନ୍ତି । କେନ୍ଦ୍ରାପଡ଼ାର ସୁବାଷ ସାହୁ ଏଭଳି ଅନେକ ଫିଲ୍ମର ମ୍ୟୁଜିକ୍ ଦେଇଛନ୍ତି । ‘କମିନେ’, ‘ଖୋସଲା କା ଘୋଷଲା’, ‘ଓମ୍କାରା’ର ସେ ମ୍ୟୁଜିକ୍ କମ୍ପୋଜର୍ ଥିଲେ । ବଲିଉଡ୍୍ରେ ମ୍ୟୁଜିକ୍୍ କମ୍ପୋଜର୍ ହେବା ପୂର୍ବରୁ ସୁବାଷ ଗୋଟିଏ କମ୍ପାନିରେ ଇଲେକ୍୍ଟ୍ରିକାଲ୍ ଆଣ୍ଡ୍ କମ୍ୟୁନିକେସନ୍ ଇଞ୍ଜିନିୟର୍ ଭାବେ କାମ କରୁଥିଲେ ।
ମନୋଜ ମିଶ୍ର: ବଲିଉଡ୍ ଏବଂ ଓଲିଉଡ୍ ସିନେ ଜଗତରେ ଅନେକ ଫିଲ୍ମରେ ଅଭିନୟ କରିଥିବା ଅଭିନେତା ମନୋଜ ମିଶ୍ର ସମ୍ବଲପୁରର ସୁଯୋଗ୍ୟ ସନ୍ତାନ । ଷ୍ଟାର୍ ପ୍ଲସ୍ ପ୍ରସାରିତ “ବେହେନେଁ” ଧାରାବାହିକରେ ପ୍ରମୁଖ ଭୂମିକା ବହନ କରି ହିନ୍ଦୀ ଧାରାବାହିକ ଜଗତରେ ଏଂଟି୍ରି କରିଥିଲେ ମନୋଜ । ଏହାପରେ ସିଲଭର୍ ସ୍କ୍ରିନ୍୍ରେ ଅଭିନୟ କରିବା ସୁଯୋଗ ମିଳିଥିଲା ତାଙ୍କୁ । “ମିଶନ କଶ୍ମୀର”, “ରାବଣ”, “ଦୃଶ୍ୟମ୍”, “ମଙ୍ଗଲ୍ ପାଣ୍ଡେ” ଆଦି ହିନ୍ଦୀ ଫିଲ୍ମରେ ପାର୍ଶ୍ୱକଳାକାର ଭାବେ ଅଭିନୟ କରି ବହୁତ ପ୍ରଶଂସା ପାଇଛନ୍ତି ମନୋଜ । ଏହାଛଡ଼ା ଅଳ୍ପ କିଛି ଦକ୍ଷିଣୀ ସିନେମାରେ ବି ପାଶ୍ୱର୍ ଅଭିନେତା ଭାବେ କାମ କରିଛନ୍ତି ସେ । ବର୍ତ୍ତମାନ ମନୋଜ ଓଲିଉଡ୍୍ରେ ଅଧିକ ସକ୍ରୀୟ । ଅଭୟ, ଭଉଁରୀ ଆଦି ଓଡ଼ିଆ ସିନେମା, କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଆଲବମ୍ରେ ମନୋଜ ମିଶ୍ରଙ୍କୁ ଦେଖିବାକୁ ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS