୭୨ ବର୍ଷରେ ପପ୍ କୁଇନ୍ ଉଷା
ବଲିଉଡ୍ ଇଣ୍ଡଷ୍ଟି୍ରିର ମୋଷ୍ଟ୍ ଷ୍ଟାଇଲିସ୍ ପପ୍ ଗାୟିକା ଉଷା ଉଥପ୍ ଙ୍କ ଆଜି ୭୨ତମ ଜନ୍ମଦିନ । ଭାରତୀୟ ଗାୟିକା ହୋଇ ସେ ପପ୍ – ଜାଜ୍ ସଙ୍ଗୀତରେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ନିଜ ଦମଦାର୍୍ ସୁରରେ ସେ ସ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଦିଅନ୍ତି । ଏଥିସହ, ହିନ୍ଦୀ, ତେଲୁଗୁ, ତାମିଲ ଭଳି ବିଭିନ୍ନ ଭାଷାରେ ଗୀତ ଗାଇ ବିଶ୍ୱସ୍ତରରେ ପ୍ରସିଦ୍ଧି ଲାଭ କରିଛନ୍ତି । ଆସନ୍ତୁ ଜାଣିବା ଏହି ଷ୍ଟାଇଲିସ୍ ଗାୟିକାଙ୍କ ସଂପର୍କୀତ କିଛି ଅଜଣା କଥା…
– ୧୯୪୭ ମସିହା ନଭେମ୍ବର ୮ ତାରିଖରେ ମାନ୍ଦାସରେ ଜନ୍ମଗ୍ରହଣ କରିଥିଲେ ଉଷା ।
– ୨୦ ବର୍ଷ ବୟସରେ ପ୍ରଥମ ଥର ଶାଢ଼ି ପିନ୍ଧିଥିଲେ । ସେହି ଦିନ ହିଁ ସେ ପ୍ରଥମେ ଷ୍ଟେଜ୍ରେ ଚଢି ଥିଲେ ଗୀତ ଗାଇବାକୁ ..
– ଚେନ୍ନାଇର ମାଉଂଟ୍ ରୋଡ୍ରେ ଥିବା ‘ଜେମ୍ସ୍’ ନାଇଟ୍ କ୍ଲବ୍ରେ ପ୍ରଥମ ଗୀତ ଗାଇ ଥିଲେ ଉଷା ।
– ଏହା ପରେ ମୁମ୍ବାଇର ‘ଟକ୍ ଅଫ୍ ଦା ଟାଉନ୍’ ଏବଂ କଲିକତାର ‘ଟ୍ରିନ୍କସ୍’ ନାଇଟ୍ କ୍ଲବ୍ରେ ଗାୟିକା ଭାବେ କାମ କରିଥିଲେ ।
– ‘ଟ୍ରିନ୍କସ୍’ ପରେ ଦିଲ୍ଲୀ ଯାଇ ସେଠାକାର ଓବରଏ ହୋଟେଲରେ ଗାୟିକା ହେଲେ ।
– ଓବରଏ ହୋଟେଲରେ ଶଶି କପୁରଙ୍କ ସହିତ ତାଙ୍କର ପ୍ରଥମ ଭେଟି । ସେଠାରେ ଉଷାଙ୍କ ସ୍ୱରକୁ ନେଇ ବହୁତ ପ୍ରଭାବିତ ହୋଇଥିଲେ ଶଶି କପୁର ଏବଂ ହିନ୍ଦୀ ଫିଲ୍ମରେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ ।
– ୧୯୭୦ ମସିହାରେ ‘ବମ୍ବେ ଟକିଜ୍’ ଫିଲ୍ମରେ ଇଂରାଜୀ ଭାଷାରେ ଉଷା ପ୍ରଥମ ଗୀତ ଗାଇଥିଲେ । ଏହାପରେ ‘ହରେ ରାମ ହରେ କ୍ରିଷ୍ଣା’ ଫିଲ୍ମରେ ସେ ଆଶା ଭୋସଲେଁଙ୍କ ସହ ‘ଦମ୍୍ ମାରୋ ଦମ୍…’ଗୀତର କିଛି ଇଂରାଜୀ ଲାଇନ୍ ଗାଇଥିଲେ ।
– ‘ସାଲିମାର’, ‘ଶାନ୍’, ‘ବାରଦାତ’୍, ‘ପ୍ୟାରା ଦୁ୍ଷ୍ମନ’୍, ‘ଅର୍ମାନ୍’, ‘ଦୌଡ୍’, ‘ଡିସ୍କୋ ଡାନ୍ସର୍’, ‘ଭୁତ୍’, ‘ଜୋଗର୍ସ ପାକ’ର୍, ‘ହେଟ୍ରିକ୍’ – ଏମିତି ବହୁତ ହିନ୍ଦୀ ସିନେମାରେ ନିଜ ଦମ୍୍ଦାର ସୁରରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି ଉଷା ।
– ବିଶାଳ ଭରଦ୍ୱଜ୍୍ଙ୍କ ଫିଲ୍ମ ‘ସାତ୍ ଖୁନ୍ ମାଫ୍’ରେ ଉଷା ଗାଇଥିବା ‘ଡାର୍ଲିଙ୍ଗ୍’ ଗୀତ ବହୁତ ପ୍ରଶଂସିତ ହୋଇଥିଲା । ଏଥିପାଇଁ ସେ ୨୦୧୨ରେ ଶ୍ରେଷ୍ଠ ଗାୟିକା (ଫିମେଲ୍) ଭାବେ ଫିଲ୍ମ ଫେୟାର୍ ପରସ୍କାର ପାଇ ଥିଲେ ।
– କେବଳ ଦମ୍ଦାର ସୁର ନୁହେଁ, କାଞ୍ଜିବରମ୍ ଶାଢ଼ି, ମଥାରେ ବଡ଼ ଲାଲ୍ ବିନ୍ଦି ଆଉ ମୁଣ୍ଡରେ ଫୁଲ ଉଷାଙ୍କ ଆଉ ଏକ ପରିଚୟ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS