ଲତାଙ୍କ ମୃତ୍ୟୁକୁ ନେଇ ଅପପ୍ରଚାର ଯୋଗୁ ପରିବାର ବ୍ୟତିବ୍ୟସ୍ତ
ମୋଅନୁଭବ.କମ୍
୧୮ ନଭେମ୍ବର
ମୁମ୍ବାଇ: ୯୦ ବର୍ଷ ବୟସ୍କା ଭାରତୀୟ ଗାୟିକା ଲତା ମଂଗେସକର୍ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଗଲା ୧୧ ତାରିଖରୁ ମୁମ୍ବାଇର ବ୍ରିଚ୍ କାଣ୍ଡି ହସପିଟାଲର ଆଇସିୟୁରେ ଚିକିତ୍ସାଧିନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ । ତେବେ, ଅବସ୍ଥା ସ୍ଥିର ଅଛି, ଧୀରେ ଧୀରେ ସେଥିରେ ଉନ୍ନତି ଘଟୁଛି ବୋଲି ହସପିଟାଲ କର୍ତୃପକ୍ଷ ଓ ତାଙ୍କ ପରିବାର ମୁମ୍ବାଇରେ ସୂଚନା ଦେଇଛନ୍ତି । କୋକିଳକଂଠି ଲତାଙ୍କ ମୃତ୍ୟୁକୁ ନେଇ କିଛି ଦିନ ହେଲା ଇଂଟରନେଟ୍ ମାଧ୍ୟମରେ ପ୍ରସାରିତ ହେଉଥିବା ଖବରକୁ ନେଇ ବ୍ୟତିବ୍ୟସ୍ତ ତାଙ୍କ ପରିବାର ସେସବୁ ଖବର ‘ବିଭ୍ରାନ୍ତିକର’ ବୋଲି ସ୍ପଷ୍ଟ କରିବାକୁ ବାଧ୍ୟ ହୋଇଛନ୍ତି । ଲତାଙ୍କ ଝିଆରୀ ରଚନା ଏଭଳି ସ୍ପଷ୍ଟିକରଣ ଦେଇଥିବା ବେଳେ ଆରପିଜି ଏଂଟରପ୍ରାଇଜେସ୍ ର ଅଧ୍ୟକ୍ଷ ହର୍ଷ ଗୋଏଙ୍କା ଟ୍ୱିଟ୍ କରି ଆମେରିକାର କ୍ଲେଭଲାଣ୍ଡ୍ ରୁ ଏକ ବିଶେଷଜ୍ଞ ଡ଼ାକ୍ତର ଦଳ ରବିବାର ମୁମ୍ବାଇ ଆସି ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିବା ଓ ତାହା ସ୍ଥିର ରହିଥିବା ସୂଚନା ଦେଇଛନ୍ତି । ଲତାଙ୍କ ପିଆର ଟିମ୍ ମଧ୍ୟ ଏକ ବିବୃତିରେ କହିଛନ୍ତି, ଲତାଜୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ୧୧ ତାରିଖ ତାଙ୍କୁ ବ୍ରିଚ୍ କାଣ୍ଡି ହସପିଟାଲରେ ଭର୍ତି କରାଯାଇଛି । ବୟସକୁ ଦୃଷ୍ଟିରେ ରଖି ତାଙ୍କର ଯେପରି ଠିକ୍ ଭାବେ ଆଂଟିବାୟୋଟିକ ଚିକିତ୍ସା ହୋଇପାରିବ ସେଥି ସକାଶେ ଏହି ପଦକ୍ଷେପ ନିଆଯାଇଛି । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅତିଶୀଘ୍ର ସେ ହସପିଟାଲରୁ ଡ଼ିସଚାର୍ଜ ହୋଇପାରନ୍ତି । ଲତାଜୀଙ୍କ ଜନ୍ମ ୨୦୨୯ ସେପ୍ଟେମ୍ବର ୨୯ ତାରିଖରେ । ୨୦୦୧ରେ ତାଙ୍କୁ ଦେଶର ସର୍ବୋଚ୍ଚ ସିଭିଲିଆନ୍ ସମ୍ମାନ ‘ଭାରତ ରତ୍ନ’ରେ ଭୂଷିତ କରାଯାଇଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS