‘ବର୍ଷା ଭିଜା ରାତି’କୁ ଆନ୍ତର୍ଜାତିକ ସ୍ୱୀକୃତି
ଭୁବନେଶ୍ୱର /ମୋଅନୁଭବ.କମ୍:
ରୋମାଂଟିକ ଓଡ଼ିଆ ମ୍ୟୁଜିକ ଭିଡ଼ିଓ ‘ବର୍ଷା ଭିଜା ରାତି’ ଇତିମଧ୍ୟରେ ଆନ୍ତର୍ଜାତିକ ସ୍ୱୀକୃତି ପାଇଥିବା ଏହାର ନିର୍ଦେଶକ ଜଣାଶୁଣା ଫିଲ୍ମ ନିର୍ମାତା ବିଶ୍ୱନାଥ ରଥଙ୍କ ଠାରୁ ସୂଚନା ମିଳିଛି । ୟୁକେର ପାଇନଉଡ୍ ଷ୍ଟୁଡ଼ିଓ ଦ୍ୱାରା ସଂଗଠିତ ଏକ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭଲ ‘ଲିଟ୍-ଅଫ୍ ସେସନ୍ସ୍ -୨୦୧୯’ରେ ଏହି ଓଡ଼ିଆ ମ୍ୟାଜିକ ଭିଡ଼ିଓ ‘ଅଫିସିଆଲ୍ ସିଲେକ୍ସନ୍’ରେ ସ୍ଥାନ ପାଇବା ସହ ଆୟୋଜକ ଓ ଉପସ୍ଥିତ ସମାଲୋଚକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଛି । ବିଏନ୍ ଆର ଫିଲ୍ମସ୍ ଦ୍ୱାରା ନିର୍ମିତ ଏହି ମ୍ୟୁଜିକ ଭିଡ଼ିଓ ଏହି ସଂସ୍ଥାର ୟୁଟ୍ୟୁବ୍ ଚ୍ୟାନେଲରେ ସେପ୍ଟେମ୍ବର ୨୭ ତାରିଖରେ ରିଲିଜ୍ ହୋଇଥିଲା । ଡ଼ିସେମ୍ବର ୮ ତାରିଖ ଦିନ ବିଶ୍ୱସ୍ତରରେ ତାହାର ସ୍କ୍ରିନିଂ ଭିଡ଼ିଓର ପ୍ରୟୋଜକ ଶ୍ରୀମତୀ ଅନ୍ନପୂର୍ଣ୍ଣ ଦାସଙ୍କୁ ବେଶ୍ ଉତ୍ସାହିତ କରିଛନ୍ତି । ଏହି ଓଡ଼ିଆ ରୋମାଂଟିକ୍ ମ୍ୟୁଜିକ ଭିଡ଼ିଓର ସହ-ପ୍ରୟୋଜକ ଅଛନ୍ତି ରୁଦ୍ର ଶଂକର ପଟ୍ଟନାୟକ, ଅର୍ପିତା ଦେବତା ଓ ଜ୍ୟୋତି ପ୍ରକାଶ ଦାସ । ବିଏନ୍ ଆର ଫିଲ୍ମ୍ ଷ୍ଟୁଡ଼ିଓରେ ଏହି ମ୍ୟୁଜିକ ଭିଡ଼ିଓ ପ୍ରସ୍ତୁତ ହୋଇଥିବା ବେଳେ ଯୁବ ଗୀତିକାର ଓ କଂପୋଜର୍ ବଂକିମ୍ ପଟେଲ ‘ବର୍ଷା ଭିଜା ରାତି’ର ସଂଗୀତ ସଂଯୋଜନା କରିଛନ୍ତି । ପୂର୍ବତନ ଇଣ୍ଡିଆନ୍ ଆଇଡଲ୍ ଫାଇନାଲିଷ୍ଟ୍ (ଦ୍ୱାଦଶ ସ୍ଥାନ) ଅମ୍ରିତା ଭାରତୀ ଓ ନିଜେ ବଂକିମ୍ ପଟେଲ ଗୀତ ସବୁ ଗାଇଛନ୍ତି । ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବମାନଙ୍କରେ ସର୍ଟ ଫିଲ୍ମ ଓ ଡ଼କୁମେଂଟାରୀ ସ୍ଥାନ ପାଇବା ଓ ପ୍ରଶଂସିତ ହେବା ସାଧାରଣ କଥା । ପ୍ରଥମ ଥର ପାଇଁ ଏକ ଓଡ଼ିଆ ମ୍ୟୁଜିକ ଭିଡ଼ିଓ ଅନ୍ତର୍ଜାତିକ ସ୍ତରରେ ଫିଲ୍ମ୍୍ମ ଉତ୍ସବରେ ସ୍ଥାନ ପାଇା ଓ ପ୍ରଶଂସିତ ହେବା ନିଶ୍ଚିତ ଭାବେ ଗୌରବର ବିଷୟ ବୋଲି ପ୍ରୟୋଜିକା ଅନ୍ନପୂର୍ଣ୍ଣ ଦାସ ଓ ସହ ପ୍ରୟୋଜକ ଜ୍ୟୋତି ପ୍ରକାଶ ଦାସ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS