ଜଳ ସଂରକ୍ଷଣ ବିଶେଷଜ୍ଞ କମିଟି ଓ ଜାଭିୟର ବିଶ୍ୱବିଦ୍ୟାଳୟ ଶିକ୍ଷାନବୀସଙ୍କ ‘ବାଏଫ’ କ୍ଷେତ୍ର ଅଂଚଳ ପରିଦର୍ଶନ
ସୁନ୍ଦରଗଡ:ନିକଟରେ ‘ବାଏଫ’ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରାକୃତିକ ସମ୍ପଦ ପରିଚାଳନା ଓ ଜଳ ସଂରକ୍ଷଣ ବିଭାଗର ବିଶେଷଜ୍ଞ ଶିଶିକାନ୍ତ ମେହେତ୍ରେ ଓ ‘ବାଏଫ’ ଓଡିଶାର ସହ ପରିଚାଳକ ସୁରଜ କୁମାର ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ଲେଫ୍ରିପଡା ବ୍ଳକର ସାଲେଟିକ୍ରା, ଦନାର୍ଦନପୁର ଗ୍ରାମ ବୁଲି ବିଭିନ୍ନ ଜଳ ଉତ୍ସ ଓ ମୃତିକା କ୍ଷୟର କାରଣ ସଂପର୍କରେ ନିରୀକ୍ଷଣ କରିଥିଲେ । ଏହି ଅବସରରେ ସେମାନେ ସାଲେଟିକ୍ରାଠାରେ ମହାନଦୀ କୋଲ୍ ଫିଲ୍ଡ୍ ସହଯୋଗରେ ଓ ‘ବାଏଫ’ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ସାମଗ୍ରିକ ଗୋଷ୍ଠି ବିକାଶ ଯୋଜନାର ବାଡି କାର୍ଯ୍ୟକ୍ରମ ପରିଭ୍ରମଣ କରିବା ସହ ଚାଷୀଙ୍କୁ ନରେଗା ଯୋଜନାରେ ବହୁମୂଖୀ ପୋଖରୀ ଖନନ କରିବାକୁ ପରାମର୍ଶ ଦେଇଥିଲେ । ଜଳର ସଠିକ ଉପଯୋଗ କରିବାକୁ ମଧ୍ୟ ସେମାନେ କହିଥିଲେ । ସେହିପରି, ଦନାର୍ଦନପୁର ଗ୍ରାମ ପରିଦର୍ଶନ ଅବସରରେ ସେମାନେ ଜଳ ଉତ୍ସଗୁଡିକ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରି ଅତ୍ୟଧିକ ମୃତିକା କ୍ଷୟ ରୋକିବା ନିମନ୍ତେ ନଦୀ ଉପତ୍ୟକା ଓ ଜଙ୍ଗଲ ତଳି ଅଂଚଳରେ ଥିବା ଭୂମିରେ ବର୍ଷା ଜଳ କିପରି ଗଚ୍ଛିତ ରଖା ଯାଇ ପାରିବ ତାହା ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ସାଲେଟିକ୍ରା ଓ ଦନାର୍ଦନପୁରର ଚାଷୀ ସେଲିବ୍ରେସ କେରକେଟା, ପ୍ରତାପ କେରକେଟା, ବାଜିଆ ମାଝି, ବିନୋଦ କୁଜୁର ପ୍ରମୁଖ ଅଂଶ ଗ୍ରହଣ କରି ପ୍ରକୃତିକ ସମ୍ପଦର ପରିଚାଳନା, ଜଳ ଓ ମୃତ୍ତିକା ସଂରକ୍ଷଣର କ୍ଷେତ୍ରରେ ଗୋଷ୍ଠି ସହଭାଗିତା ସଂପର୍କରେ ନିଜ ମତାମତ ଦେଇଥିଲେ । ଦ୍ୱିତୀୟ ଦିବସରେ ଭୁବନେଶ୍ୱର ସ୍ଥିତ ଜାଭିୟର ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପିକା ଏଲିଜାବେଥ ଆବାଙ୍କ ନେତୃତ୍ୱରେ ଶିକ୍ଷା ନବୀସ ସୌମ୍ୟରଂଜନ ଦଳାଇ, ମରୁସ୍କା ଡିସୁଜା ପ୍ରମୁଖ ସାମଗ୍ରିକ ଗୋଷ୍ଠି ବିକାଶ ଯୋଜନା ଅନ୍ତର୍ଗତ ବିଭିନ୍ନ ଗ୍ରାମ ଯଥା ବିନ୍ଦୁଝରିଆ, ବାଡୁନଝରିଆ, ଦେଉଳଡିହି, ଭେଡିବାହାଲ ଗ୍ରାମ ପରିଦର୍ଶନ କରି ବିଦ୍ୟାଳୟ ଓ ସ୍ୱୟଂସହାୟକ ଗୋଷ୍ଠି ମାଧ୍ୟମରେ ଚାଲିଥିବା ସ୍ୱାସ୍ଥ୍ୟ, ପରିଷ୍କାର ପରିଛନ୍ନତା କାର୍ଯ୍ୟକ୍ରମ, ବାଡିବଗିଚା, ଛତୁଚାଷ, ଉଦ୍ୟାନ କୃଷି କାର୍ଯ୍ୟକ୍ରମ ପରିଦର୍ଶନ କରିବା ସହ ଦେଉଳଡିହି ଓ ବାଢ଼ୁନଝରିହା ଠାରେ ‘ବାଏଫ’ ଦ୍ୱାରା ଗଠନ କରାଯାଇଥିôବା ଛେଳି ଚାଷୀ ଗୃପ୍ ମାନଙ୍କ ସହ ଆଲୋଚନା କରିଥିଲେ । ଗ୍ରମୀଣ ବିକାଶ କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ‘ବାଏଫ’ ଯୁଗ୍ମ କାର୍ଯ୍ୟକ୍ରମ ଅଧିକାରୀ ଶିବ ପ୍ରସାଦ ଦାସ, ସୁନୀତା ଏକ୍କା, ଗୋଷ୍ଠି ସମ୍ବଳ ବ୍ୟକ୍ତି ଉମାକାନ୍ତ ପଟେଲ, ଅରବିନ ବେକ୍, ଆନ୍ଧ୍ରିଆସ ଟପୋ, ବିନୀତା ଭୋଇ, ଉପାସି ପ୍ରଧାନ, ବିପିନ ମିଂଜ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS