ଆମେରିକାରେ ବାଘକୁ କରୋନା, ଭାରତରେ ସତର୍କତା
ଆମେରିକାରେ ବାଘକୁ କରୋନା ହେବା ଘଟଣା ଭାରତ ସରକାରଙ୍କୁ ସତର୍କ କରି ଦେଇଛି । କେନ୍ଦ୍ର ସରକାର ଆଜି ଏକ ଆଡଭାଇଜରୀ ଜାରି କରି ଦେଶର ସମସ୍ତ ଚିଡ଼ିଆଖାନାରେ ସିସିଟିଭି ମାଧ୍ୟମରେ ୨୪ ଘଂଟିଆ ନଜର ରଖିବାକୁ ଚିଡ଼ିଆଖାନା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଚିଫ୍ ୱାଇଲ୍ଡଲାଇଫ ୱାଡ଼େନମାନଙ୍କୁ କେନ୍ଦ୍ର ସରକାରଙ୍କ ପରିବେଶ, ଜଂଗଲ ଓ କ୍ଲାଇମେଟ୍ ଚେଂଜ୍ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇ ଚିଡ଼ିଆଖାନାରେ ଥିବା ବିଭିନ୍ନ ପଶୁଙ୍କ ସ୍ୱାସ୍ଥ୍ୟ ଉପରେ କଡା ନଜର ରଖିବାକୁ ନିର୍ଦେଶ ଦିଆଯାଇଛି । ଚିଡ଼ିଆଖାନା କର୍ତୃପକ୍ଷମାନେ ସିସିଟିଭି ମାଧ୍ୟମରେ ପଶୁପକ୍ଷୀଙ୍କ ଉପରେ ୨୪ ଘଂଟିଆ ନଜର ରଖିବା ସହ କୌଣସି ପଶୁ ଅସୁସ୍ଥ ଥିବା ଜାଣିଲେ ତୁରନ୍ତ ସ୍ୱାବ୍ ପରୀକ୍ଷା କରାଇବାକୁ ନିର୍ଦେଶ ଦେଇଛନ୍ତି ବୋଲି ସୂଚନା ମିଳିଛି । ସୁରକ୍ଷା ଉପକରଣ ନ ଥାଇ ଜନ୍ତୁଙ୍କ ନିକଟକୁ ଯିବାକୁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ମନା କରାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS