ଦେଶରେ ଆକ୍ରାନ୍ତଂକ ମଧ୍ୟରୁ ୭୬ ପ୍ରତିଶତ ପୁରୁଷ
ମୋଅନୁଭବ.କମ୍
ଏପ୍ରିଲ ୦୬
ଆଜି ଅପରାହ୍ନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଂକ ସଂଖ୍ୟା ୪,୦୬୭ରେ ଏବଂ ମୃତ୍ୟୁ ସଂଖ୍ୟା ୧୦୯ରେ ପହଂଚିଛି । ଦିଲ୍ଲୀର ନିଜାମୁଦ୍ଦିନ ତବଲିଘ୍ (ମୁସଲିମ୍ ଧର୍ମସଭା) ପରେ ହଠାତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କେନ୍ଦ୍ର ସରକାର କହିଛନ୍ତି । କରୋନା ସଂକ୍ରମିତ ୪୦୬୭ଙ୍କ ମଧ୍ୟରୁ ୧୪୪୫ କେସ୍ ନିଜାମୁଦ୍ଦିନ ତବଲିଘି ଜାମାତ୍ ସହ ସିଧାସଳଖ ସଂପୃକ୍ତ ବୋଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । କୋଭିଡ଼-୧୯ରେ ଆଜି ସୁଦ୍ଧା ମୃତ ୧୦୯ ଜଣଙ୍କ ମଧ୍ୟରୁ ୬୩ ପ୍ରତିଶତ ହେଉଛନ୍ତି ୬୦ ବର୍ଷରୁ ଅଧିକ ବୟସର । ୩୦ ପ୍ରତିଶତ ହେଉଛନ୍ତି ୪୦ରୁ ୬୦ ବର୍ଷ ମଧ୍ୟରେ ଏବଂ ୭ ପ୍ରତିଶତ ୪୦ ବର୍ଷରୁ କମ୍ ବୟସର । ତକାଲି ଗୋଟିଏ ଦିନରେ ଦେଶରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ କରୋନା ସଂକ୍ରମିତଂକ ମଧ୍ୟରୁ ୭୬ ପ୍ରତିଶତ ପୁରୁଷ ହୋଇଥିବା ବେଳେ ମଧ୍ୟରୁ ୨୪ ପ୍ରତିଶତ ହେଉଛନ୍ତି ମହିଳା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନ ଦେଇଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS