ତାମିଲନାଡ଼ୁର ୩ଟି ସହରରେ ସଂପୂର୍ଣ୍ଣ ତାଲାବନ୍ଦ
ଚେନ୍ନାଇ
୨୪ ଏପ୍ରିଲ୍
ତାମିଲନାଡୁର ତିନି ସହର ଚେନ୍ନାଇ, ମଦୁରାଇ ଓ କୋଏମ୍ବାଟୁରୁ ଏପ୍ରିଲ ୨୬ ତାରିଖ ସକାଳ ୬ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ସଟ୍ ଡାଉନ୍ କରାଯାଉଥିବା ତାମିଲନାଡୁ ସରକାର ଆଜି ଘୋଷଣା କରିଛନ୍ତି । ଏହି ସଟ୍ ଡାଉନ୍ ସମୟରେ ଖାଦ୍ୟ ଡେଲିଭରି ଜାରି ରହିବ ଏବଂ ଔଷଧ ଦୋକାନ ଓ ମେଡ଼ିକାଲ ଖୋଲା ରହିବ । ବାକି ସବୁ ବନ୍ଦ ରହିବ ବୋଲି ସରକାର କହିଛନ୍ତି । ରାଜ୍ୟରେ କୋଭିଡ଼-୧୯ ସଂକ୍ରମିତଙ୍କ ସଂଖ୍ୟା ଆଜି ସୁଦ୍ଧା ୧୬୮୩ ରହିଛି ଓ ମୃତ୍ୟୁ ସଂଖ୍ୟା ୨୦ରେ ପହଂଚିଛି । ୭୫୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ତାମିଲନାଡୁ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS