ବଲିଉଡ଼ ଗାୟିକା କନିକା କପୁରଙ୍କୁ ୟୁପି ପୁଲିସର ନୋଟିସ୍
୨୮ ଏପ୍ରିଲ୍
ବଲିଉଡ଼ ଗାୟିକା କନିକା କପୁରଙ୍କ ପିଛି ଛାଡୁନି ବିବାଦ । କରୋନା ସଂକ୍ରମଣ ଥିବା ସତ୍ୱେ ସେ ବିଭିନ୍ନ ସ୍ଥାନରେ କନସର୍ଟ କରିବା ସହ ଭିଆଇପିଙ୍କ ସହ ମିଳାମିଶା କରିଥିବା ଅଭିଯୋଗ ହୋଇଥିଲା ଏବଂ ଏଥିସକାଶେ ସେ ବିବାଦ ଘେରକୁ ଚାଲି ଆସିଥିଲେ । ତାଙ୍କର ଏକାଧିକ ଥର ସ୍ୱାବ୍ ନମୁନା ପରୀକ୍ଷା ହୋଇଛି । ପ୍ରଥମ ତିନି ଥର କରୋନା ପଜେଟିଭ୍ ବାହାରିଥିବା ବେଳେ ଚତୁର୍ଥ ଥର ନେଗେଟିଭ୍ ରିପୋର୍ଟ ଆସିବାରୁ ତାଙ୍କୁ କ୍ଲିନଚିଟ୍ ମିଳିଥିଲା । ତଥାପି, ୟୁପିରେ ହୋଇଥିବା ଏକ ଏତାଲା ଭିତ୍ତିରେ ପୁଲିସ ଗତକାଲି ତାଙ୍କୁ ନୋଟିସ ଜାରି କରି ୩୦ ତାରିଖ ସରୋଜୀନୀ ନଗର ଥାନାରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ ନିର୍ଦେଶ ଦେଇଛନ୍ତି । କରୋନା ଭଳି ଜୀବନନାଶକ ଭାଇରସ୍ କୁ ସଂପ୍ରସାରିତ କଲା ଭଳି ଦାୟିତ୍ୱହୀନ କାର୍ଯ୍ୟ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏତାଲା ଥିବାରୁ ତାଙ୍କୁ ଏହି ନୋଟିସ ଜାରି କରାଯାଇଥିବା ପୁଲିସ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS