ଓଡ଼ିଶାରେ ଘରୋଇ ବସ ବୀମା ଅବଧି ଛଅ ମାସ ବୃଦ୍ଧି ହେବ !
ମୋଅନୁଭବ.କମ୍
୨୮ ଏପ୍ରିଲ୍
ଭୁବନେଶ୍ୱର: ଗଲା ମାର୍ଚ୍ଚ ୨୧ ତାରିଖରୁ ଓଡ଼ିଶାରେ ତାଲାବନ୍ଦ ଜାରି ରହିଛି । ଫଳରେ ରାସ୍ତା ପରିବହନ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ୧୪ ହଜାରରୁ ଅଧିକ ଘରୋଇ ବସ ମାସାଧିକ କାଳ ଅଚଳ ରହିବାରୁ ବସ ମାଲିକଙ୍କ ଆମଦାନୀ ବନ୍ଦ । ଗାଡି ଡ୍ରାଇଭର, କଣ୍ଡକ୍ଟର, କ୍ଲିନରମାନଙ୍କ ପାରିତୋଷିକ ମିଳିବା ସନ୍ଦେହରେ ରହିଛି । ତାଲାବନ୍ଦ ଯୋଗୁ ରାଜ୍ୟରେ ବାଣିଜ୍ୟ ବ୍ୟବସାୟ ବନ୍ଦ ଥିଲେ ମଧ୍ୟ ମାନବିକତା ଦୃଷ୍ଟିରୁ କର୍ମଚାରୀଙ୍କୁ ଛଟେଇ ନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟବସାୟ ପ୍ରତିଷ୍ଠାନଙ୍କୁ ନିବେଦନ କରିଥିଲେ । ତେବେ, କେହି ଶୁଣିବା ଅବସ୍ଥାରେ ନ ଥିବା ଦେଖିବାକୁ ମିଳୁଛି । ଘରୋଇ ବସ ମାଲିକମାନେ ସରକାରଙ୍କୁ ଜଣାଇ ଦେଇଥିଲେ ଯେ ସେମାନଙ୍କ ବେପାର ସଂପୂର୍ଣ୍ଣ ବନ୍ଦ ଥିବାରୁ କର୍ମଚାରୀଙ୍କୁ ଦରମା ଦେବା ସମ୍ଭବ ନୁହେଁ । ଓଲଟା ସରକାର ସେମାନଙ୍କୁ (ବସ୍ ମାଲିକଙ୍କୁ) ଆର୍ଥିକ ପ୍ରୋତ୍ସାହନ ଦେବା ଆବଶ୍ୟକ । ଏହି ଦାବିକୁ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ସହ ଆଲୋଚନା କରିଛନ୍ତି । ଭିଡ଼ିଓ କନ୍ଫରେନ୍ସିଂରେ ହୋିତିବା ଆଲୋଚନାରେ ସମସ୍ତ ଘରୋଇ ବସର ବୀମା ଅବଧି ଛଅ ମାସ ବୃଦ୍ଧି କରାଯିବାକୁ ଓ ବ୍ୟାଙ୍କ ଋଣରେ ଅଧିକାଂଶ ବସ ଚାଲି ଥିବାରୁ ବସ ମାଲିକଙ୍କୁ ଇଏମଆଇ ଉପରେ ସୁଧ ଛାଡ କରାଯିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ବଦାବି ରଖାଯାଇଛି । କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଏଥିରେ ରାଜି ଥିଲେ ମଧ୍ୟ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ତାହା ଜଣାଇବାକୁ ରାଜ୍ୟ ସରକାର ପରାମର୍ଶ ଦେଇଥିବା ରାଜ୍ୟ ପରିବହନ ମନ୍ତ୍ରୀ ବେହେରାଙ୍କ ଠାରୁ ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS