ରିଷି କପୁରଙ୍କ ଶେଷକୃତ୍ୟ ସଂପନ୍ନ
ମୁମ୍ବାଇ: ବଲିଉଡ଼ର ଏଭରଗ୍ରୀନ ରୋମାଂଟିକ୍ ହିରୋ ରିଷି କପୁରଙ୍କ ୬୭ ବର୍ଷ ବୟସରେ ଆଜି ମୁମ୍ବାଇରେ ପରଲୋକ ଘଟିଛି । ସେ ଦୁଇ ବର୍ଷ ହେଲା କ୍ୟାନସରରେ ପୀଡ଼ିତ ଥାଇ ଜୀବନ ସହ ଲଢୁ ଥିଲେ । ଆଜି ଅପରାହ୍ନ ୪ଟା ସମୟରେ ଦକ୍ଷିଣ ମୁମ୍ବାଇର ଚାନ୍ଦୱାଡି କ୍ରିମେଟୋରିୟମରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ବୁଧବାର ରିଷିଙ୍କୁ ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମୁମ୍ବାଇର ଏଚଏନ ରିଲାଏନ୍ସ ହସପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ଗୁରୁବାର ସକାଳେ ତାଙ୍କ ମୃତ୍ୟୁ ଘଟିଛି । ଶେଷକୃତ୍ୟ ସଂପନ୍ନ ସମୟରେ ତାଙ୍କ ପତ୍ନୀ ବଲିଉଡ଼ର ଜଣାଶୁଣା ତାରକା ନିତୁ ସିଂହ, ପୁଅ ରଣବୀର କପୁର, ବଡ଼ ଭାଇ ରଣଧୀର କପୁର, ଶିଳ୍ପପତି ଅନୀଲ ଆମ୍ବାନୀ, ତାଙ୍କ ପତ୍ନୀ ଟିନା ଆମ୍ବାନୀ (ଟିନା ମୁନିମ), କରିନା କପୁର ଖାନ ଓ ସୈଫ ଅଲ୍ଲୀ ଖାନ୍, ଅଭିଷେକ ବଚ୍ଚନ, ଆଲିଆ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ । ଦିନ୍ଦୀ ଚଳଚ୍ଚିତ୍ର ‘ବବି’ରୁ ରିଷି ନାୟକ ଭାବେ ବଡ ପରଦାରେ ଅଭିନୟ ଆରମ୍ଭ କରିଥିଲେ । ତାହା ପୂର୍ବରୁ ସେ ଶିଶୁ କଳାକାଳ ଭାବେ କାର୍ଯ୍ୟ କରିଛନ୍ତି । ରିଷିଙ୍କ ମୃତ୍ୟୁରେ କପୁର ପରିବାର ଆଉ ଏକ ବୃକ୍ଷର ପତନ ଘଟିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS