ଆଉ ୩ କରୋନା ପଜେଟିଭ୍ ଚିହ୍ନଟ, ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି
ଭୁବନେଶ୍ୱର
ମେ’୦୫
ମୋଅନୁଭବ.କମ୍
ଆଜି କଟକ ଜିଲ୍ଲା ତିଗିରିଆରୁ ଗୋଟିଏ ଓ ବାଲେଶ୍ୱର ଜିଲ୍ଲାରୁ ଦୁଇଟି କରୋନା ପଜେଟିଭ୍ କେସ୍ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି ପାଇଛି । କଟକ ତିଗିରିଆରୁ ଚିହ୍ନଟ ହୋଇଥିବା କରୋନା ପଜେଟିଭ୍ ଜଣକ ସୁରଟ ଫେରନ୍ତା । ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ଦୁଇ ନୂଆ କରୋନା ଆକ୍ରାନ୍ତ ପଶ୍ଚିମ ବଂଗ ଫେରନ୍ତା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ସୂଚନା ମିଳିଛି । ତିଗିରିଆରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ସୁରଟ ଫେରନ୍ତାଙ୍କ ବୟସ ୩୪ ବର୍ଷ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ଦୁଇ କରୋନା ଆକ୍ରାନ୍ତଙ୍କ ବୟସ ୫୦ (ମହିଳା) ଓ ୨୬ (ପୁରୁଷ) । ଆଜି ଗଂଜାମ ଜିଲ୍ଲାରୁ ମଧ୍ୟ ଆଉ ଏକ କରୋନା ପଜେଟିଭ୍ କେସ୍ ଚିହ୍ନଟ ହୋଇଛି । ଫଳରେ, ଗଞ୍ଜାମ ଜିଲ୍ଲାରେ କରୋନା ପଜେଟିଭ୍ କେସ୍ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ପୂର୍ବରୁ ଦୁଇ ଜଣ ସୁରଟ ଫେରନ୍ତା କୋଭିଡ଼-୧୯ ପଜେଟିଭ୍ ଥିବା ଚିହ୍ନଟ ହୋଇଥିଲେ । ଆଜି ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାର ତୃତୀୟ କରୋନା ପଜେଟିଭ୍ ହେଉଛନ୍ତି ଜଣେ ୧୮ ବର୍ଷର ଯୁବକ । ସେ ସୁରଟରୁ ଫେରି ସରକାରୀ କ୍ୱାରେଂଟାଇନରେ ଥିଲେ । ତାଙ୍କ ନମୁନା ପରୀକ୍ଷାରୁ ସେ କରୋନା ପଜେଟିଭ୍ ଥିବା ଜଣାପଡ଼ିଛି । ଆଜି ଚିହ୍ନଟ ତିନିଟି ନୂଆ କେସ୍ କୁ ମିଶାଇ ରାଜ୍ୟରେ ଅପରାହ୍ନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଂଚି ଥିବା ବେଳେ ସେଥିରୁ ୬୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଓ ରାଜ୍ୟରେ ଜଣକ ମୃତ୍ୟୁ ଘଟିଛି । ୧୧୨ ଜଣ ଚିକିତ୍ସାଧିନ ଥିବା ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟରେ ଦର୍ଶାଯାଇଛି । ଅପରାହ୍ନ ସୁଦ୍ଧା ଯାଜପୁର ଜିଲ୍ଲାରେ ସର୍ବାଧିକ ୫୧ ଜଣ, ଖୋର୍ଦ୍ଧା ଜିଲ୍ଲାର ୧୫ ଜଣ, ବାଲେଶ୍ୱର ଜିଲ୍ଲାର ୧୯ ଜଣ, ଭଦ୍ରକ ଜିଲ୍ଲାର ୯ ଜଣ, ସୁନ୍ଦରଗଡ଼ ଜିଲ୍ଲାର ୬ ଜଣ, ଗଂଜାମ ଜିଲ୍ଲାର ୩ ଜଣ, ବଲାଙ୍ଗୀର ଜିଲ୍ଲାର ୨ ଜଣ, ଝାରସୁଗୁଡ଼ା ଜିଲ୍ଲାର ୨ ଜଣ, କେଉଁଝର ଜିଲ୍ଲାରେ ୨ ଜଣ ଏବଂ କୋରାପୁଟ, କଟକ ଓ ଦେବଗଡ଼ ଜିଲ୍ଲାର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS