ବାଏଫ୍ ଓ ଏଚୟୁଏଲ୍ ତରଫରୁ ରିଲିଫ ବଂଟନ
ଅନୁଗୁଳ
ମେ’୦୫
ମୋଅନୁଭବ.କମ୍
ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାଠାରେ ବାଏଫ୍ ଓ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ଼ (ଏଚୟୁଏଲ) ପକ୍ଷରୁ ବାହାଲ ସାହି, ଗୋଲାଗାଡିଆ, କଂପାସୋଲା, କଂକରପାଲ, ଶାଲଖମନ, କେନ୍ଦୁପୋଷି ଆଦି ଛଅଟି ଗ୍ରାମର ୧୫୦ ଭୂମିହୀନ, ପ୍ରବାସୀ ଶ୍ରମିକ ଓ ଅକ୍ଷମ ପରିବାରକୁ ରିଲିଫ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଗ୍ରାମରେ ବାଏଫ୍ ଓ ଏଚୟୁଏଲ (ପ୍ରଭାତ)ର ଗୋଷ୍ଠୀ ସମ୍ବଳ ବ୍ୟକ୍ତି ତଥା ସ୍ୱେଚ୍ଛାସେବୀ ରତ୍ନାକର ପ୍ରଧାନ, ଦିଲ୍ଲୀପ ସାହୁ, ଲିଙ୍ଗରାଜ ସାହୁ, ସରୋଜିନୀ ନାୟକ, ଗିରିଶ ଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ । ପ୍ରକଳ୍ପ ଅଧିକାରୀ ସୁଧାଂଶୁ ରାୟଗୁରୁ ଏହି ଅବସରରେ କରୋନା ରୋଗର କାରଣ ଓ ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରାଇ ଥିଲେ । କରୋନା ମହାମାରୀର ବିଲୋପ ପାଇଁ ନିୟମିତ ମାସ୍କ ବ୍ୟବହାର, ହାତ ଧୋଇବା, ଏକାନ୍ତବାସ ଆଦି ପାଂଚଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବାଏଫ ଓ ପ୍ରଭାତର ସ୍ୱେଚ୍ଛାସେବୀ ଆଶିଷ ବିସେନ ଓ ଶିବ ପ୍ରସାଦ ଦାସ ଗ୍ରାମବାସୀଙ୍କୁ କୋଭିଡ଼-୧୯କୁ ପ୍ରତିହତ କରିବା ନିମନ୍ତେ ପ୍ରବାସୀ ଶ୍ରମିକଙ୍କୁ ବାଧ୍ୟତାମୂଳକ ପଂଜୀକରଣ କରାଯିବା ଓ ସ୍ୱତନ୍ତ୍ର ସଂଗରୋଧ ଗୃହରେ ରଖାଯିବା ବ୍ୟବସ୍ଥା ସଂପର୍କରେ ସଚେତନ କରାଇ ଏହି କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଥିଲେ । ବାଏଫ ଓ ଏଚୟୁଏଲ ପକ୍ଷରୁ ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକର ବିରସିଂଗଡ଼, କନସର, ଚାମୁଣ୍ଡା ପଂଚାୟତର ୧୦ଟି ଗ୍ରାମର ୧୫୩ ଜଣ ଗରିବ ହିତାଧିକାରୀଙ୍କୁ ରିଲିଫ ପ୍ରଦାନ କରାଯାଇଥିବା ମଧ୍ୟ ପ୍ରକଳ୍ପ ଅଧିକାରୀ ରାୟଗୁରୁ ଜଣାଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS