ତାଲାବନ୍ଦ ଉଠିବା ପରେ ଇଲେଟ୍ ଆଥେଲେଟଙ୍କ ତାଲିମ ଆରମ୍ଭ: କିରଣ ରିଜ୍ଜୁ
ନୂଆଦିଲ୍ଲୀ
ମେ’୧୧
ଦେଶରୁ ତାଲାବନ୍ଦ ଉଠିବା ପରେ ଇଲେଟ୍ ଆଥେଲେଟ୍ଙ୍କ ତାଲିମ ଆରମ୍ଭ ହେବ । ସେ ପର୍ଯ୍ୟନ୍ତ ୈଧ÷ର୍ଯ୍ୟର ଅପେକ୍ଷା କରିବାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜ୍ଜୁ ଖେଳାଳୀ ଓ ଷ୍ଟେକ୍ ହୋଲଡରମାନଙ୍କୁ ପରାମର୍ଶ ଦେଇଛନ୍ତି। ମେ’ ୩ରେ ତାଲାବନ୍ଦ ଉଠିଲେ ତାଲିମ୍ ଆରମ୍ଭ ହେବ ବୋଲି ସେ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ । ତେବେ, ଦେଶରେ କରୋନା ସଂକ୍ରମଣ ବଢୁଥିବା ଦେଖି ସରକାର ମେ’୧୭ ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ବାଢାଇଲେ । ସେଇଥିପାଇଁ ସେ ପ୍ରତିଶ୍ରୁତି ରକ୍ଷା କରି ପାରି ନାହାନ୍ତି । ମେ’ ୧୭ ପରେ ତାଲାବନ୍ଦ ଉଠିଲେ ଖେଳାଳୀଙ୍କ ତାଲିମ ଆରମ୍ଭ ହେବ । ଜାତୀୟ ଓ ଅନ୍ତର୍ଜାତିକ ସ୍ତରରେ ବିଭିନ୍ନ କ୍ରୀଡ଼ାରେ ଭାଗ ନେଉଥିବା ଖେଳାଳୀମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦେଶ ପାଇଁ ଗୁରୁତ୍ୱପୁର୍ଣ୍ଣ ହୋଇଥିବାରୁ ତାଲାବନ୍ଦ ଅବଧିରେ ସମସ୍ତ ତାଲିମ କାର୍ଯ୍ୟକ୍ରମ ବନ୍ଦ ରହି ଥିଲା । ତାଲାବନ୍ଦ ଉଠିବା ପରେ ପ୍ରଥମେ ଇଲେଟ୍ ଆଥେଲେଟ୍ ଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ । ପରେ, ପର୍ଯ୍ୟାୟକ୍ରମେ ‘ସାଇ’ ତାଲିମ କେନ୍ଦ୍ର ସବୁ ଖୋଲିବ । ସେ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ସେ କହିଛନ୍ତି ।
ଦେଶରେ କେରାନା ସଂକ୍ରମଣ ବଢିବାରୁ ଗତ ମାର୍ଚ୍ଚ ମାସ ମଧ୍ୟ ଭାଗରେ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ବା ‘ସାଇ’ରେ ଚାଲିଥିବା ସମସ୍ତ ଜାତୀୟସ୍ତର ତାଲିମ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ଡ଼ିଜାଷ୍ଟର ମ୍ୟାନେଜମେଂଟ ଆକ୍ଟ୍ରେ ସ୍ପୋର୍ଟସ୍ ଇଭେଂଟ୍ ସବୁ ଅତ୍ୟାବଶ୍ୟକ ସେବାରେ ଯାଉ ନାହିଁ । ତେଣୁ, ଖେଳାଳୀଙ୍କ ପାଇଁ ଆଇନ କୋହଳ ହେବା ଅବକାଶ ନାହିଁ ବୋଲି ରିଜ୍ଜୁ କହିଛନ୍ତି । ଦେଶର ବିଭିନ୍ନ ‘ସାଇ’ କ୍ୟାଂପସରେ ରହୁ ଥିବା ଟ୍ରାକ୍ ଏଣ୍ଡ୍ ଫିଲ୍ଡ ଆଥେଲେଟ୍ ମାନେ ସେମାନଙ୍କୁ କ୍ୟାଂପସ୍ ଭିତରେ ପ୍ରାକ୍ଟିସ୍ ପାଇଁ ଅନୁମତି ଦିଆଯିବାକୁ କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ସେମାନଙ୍କୁ ଏଯାଏଁ ଅନୁମତି ମିଳି ନାହିଁ । ବକ୍ସିଂ, ରେସଲିଂ ଭଳି ଦେହକ ଦେହ ଛୁଉଁ ଥିବା ଖେଳ କ୍ଷେତ୍ରରେ ତାଲିମ୍ ଆରମ୍ଭ କରିବାକୁ କ୍ରୀଡା ମନ୍ତ୍ରଣାଳୟ ଚାହୁଁ ଥିଲେ ମଧ୍ୟ ଶରୀରକୁ ଶରୀର ସ୍ପର୍ଶ ହେଲେ କୋଭିଡ଼ ସଂକ୍ରମଣ ଭୟ ଥିବାରୁ ବର୍ତମାନ ପରିପ୍ରେକ୍ଷୀରେ ତାହା ସମ୍ଭବ ହେଉ ନ ଥିବା ମନ୍ତ୍ରୀ କହିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS