କଟକ-ଭୁବନେଶ୍ୱର ବସ୍ ଚାଲିବ
ଭୁବନେଶ୍ୱର, ମେ’୧୨
କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ତାଲାବନ୍ଦ ଯୋଗୁ ୪୯ ଦିନ ହେଲା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିଛି । ରାଜ୍ୟ ସରକାର ବସ୍ ଚଳାଚଳ ପାଇଁ ଘରୋଇ ବସ୍ ମାଲିକଙ୍କୁ ଅନୁମତି ଦେଇଥିଲେ ମଧ୍ୟ ସାମାଜିକ ଦୂରତ୍ୱ ବଜାୟ ରଖିବା ସକାଶେ ୫୦ ପ୍ରତିଶତ ଯାତ୍ରୀ ହିଁ ବସ୍ ରେ ଯାଇ ପାରିବେ ବୋଲି ସର୍ତ ରଖିବାରୁ ବସ୍ ମାଲିକମାନେ ସେଥିରେ ରାଜି ହୋଇ ନ ଥିଲେ । ୫୦ ପ୍ରତିଶତ ଯାତ୍ରୀ ନେଇ ବସ୍ ଚଳାଇଲେ ବ୍ୟାପକ କ୍ଷତି ହେବ ବୋଲି ସେମାନେ ଦର୍ଶାଇ ଥିଲେ । ଏବେ, ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟରେ ଗ୍ରୀନ୍ ଜୋନରେ ବସ୍ ଚଳାଚଳ କରାଇବାକୁ ସରକାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଯେହେତୁ ବସ୍ ର ଅଧା ସିଟ୍ ରେ ଯାତ୍ରୀ ପରିବହନ ହେବ, ବସ୍ ମାଲିକ କ୍ଷତିଗ୍ରସ୍ତ ହେବେ । ତେଣୁ, ବସ୍ ଚାଲିଲେ କ୍ଷତି ହ୍ରାସ ପାଇଁ ବସ୍ ଭଡା ଦୁଇ ଗୁଣ ହେବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ବସ୍ ଚଳାଚଳ ପାଇଁ ପରିବହନ ବିଭାଗ ଦେଇଥିବା ପ୍ରସ୍ତାବ ଆଜି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଥିବା ମନ୍ତ୍ରୀଙ୍କ ଠାରୁ ପ୍ରକାଶ । ସରକାରୀ କର୍ମଚାରୀଙ୍କ ଯିବା ଆସିବା ସୁବିଧା ପାଇଁ କଟକ-ଭୁବନେଶ୍ୱର ମଧ୍ୟରେ ପ୍ରଥମେ ଓଏସଆରଟିସିର ଗୋଟିଏ ବସ୍ ଚାଲି ପାରେ ବୋଲି ଏହି ସୂତ୍ରରୁ ପ୍ରକାଶ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS