୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱ କପ୍ ଫୁଟବଲ୍ ୨୦୨୧ରେ
ଚେନ୍ନାଇ, ମେ’୧୫
୧୭ବର୍ଷରୁ କମ୍ ଫିଫା ମହିଳା ବିଶ୍ୱ କପ୍ ଫୁଟବଲ୍ ପ୍ରତିଯୋଗିତା୨୦୨୧ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ ବୋଲି ଆଂଚଳିକ ଆୟାଜନ କମିଟି ଗତ ମଙ୍ଗଳବାର ଦିନ ଘୋଷଣା କରିଛି । ଏହି ମହିଳା ବିଶ୍ୱ କପ୍ ୨୦୨୦ ନଭେମ୍ବରରେ ଭାରତରେ ହେବାର ଥିଲା । ତେବେ, କୋଭିଡ଼-୧୯ ମହାମାରୀର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ସଂଗ୍ରାମ ଚାଲି ଥିବାରୁ ପ୍ରତିଯୋଗିତା ସ୍ଥଗିତ ରହିଥିଲା । ମହାମାରୀ ପରିସ୍ଥିତିର ଠିକଣା ଆକଳନ ପରେ ୨୦୨୧ରେ ଏହି ପ୍ରତିଯୋଗିତା ହେବ ବୋଲି ଆୟୋଜନ କମିଟି କହିଛି । ମହିଳା ବିଶ୍ୱ କପ୍ରେ ଭାଗ ନେବାକୁ ଖେଳାଳୀଙ୍କ ବୟସ ସୀମା ପୂର୍ବରୁ ଯାହା ଧାର୍ଯ୍ୟ ଥିଲା ସେଥିରେ କୌଣସି ପରିବର୍ତନ କରାଯଇ ନାହିଁ । ୨୦୦୩ ଜାନୁୟାରୀ ୧ ତାରିଖ ପରେ ଓ ୨୦୦୫ ଡ଼ିସେମ୍ବର ୩୧ ପୂର୍ବରୁ ଜନ୍ମଗ୍ରହଣ କରିଥିବା ମହିଳା ଫୁଟବଲ୍ ଖେଳାଳୀ ଏଥିରେ ଭାଗ ନେଇ ପାରିବେ । ତେଣୁ, ୨୦୨୧ରେ ଭାଗ ନେବାକୁ ଥିବା ବିଭିନ୍ନ ଦଳକୁ ନୂଆ ଖେଳାଳୀ ଖୋଜିବାର ଚାପ ରହିବ ନାହିଁ । ୨୦୨୦ ବିଶ୍ୱକପ୍ ଖେଳିବା ପାଇଁ ଯେଉଁମାନଙ୍କୁ ଚୟନ କରାଯାଇଥିଲା ସେହିମାନେ ୨୦୨୧ ମହିଳା ବିଶ୍ୱ କପ୍ ଖେଳି ପାରିବେ । ମହିଳା ବିଶ୍ୱକପ୍ ଫୁଟବଲ୍ର ବିଭିନ୍ନ ଇଭେଂଟ୍ ଆୟୋଜନ ନିମନ୍ତେ ଫିଫା ଆଂଚଳିକ ଆୟୋଜନ କମିଟି ୫ଟି ସହରକୁ ଚିହ୍ନଟ କରିଛି । ଭୁବନେଶ୍ୱର, ଅହମ୍ମଦାବାଦ, ଗୁଆହାଟୀ (ଗୌହାଟୀ), କଲିକତା ଓ ନାଭି ମୁମ୍ବାଇ ସହରକୁ ଚିହ୍ନଟ କରାଯାଇ ଥିବାରୁ ସବୁ ଇଭେଂଟ୍ ଏସବୁ ସହରରେ ହିଁ ହେବ । ନିଖିଳ ଭାରତ ଫୁଟବଲ୍ ଫେଡେରେସନ୍ (ଏଆଇଏଫଏଫ)ର ନିଜସ୍ୱ ଖେଳପଡିଆ ନ ଥିବାରୁ ବିଭିନ୍ନ ଇଭେଂଟ୍ ଆୟୋଜନ ପାଇଁ ସହରରେ ଥିବା ଷ୍ଟାଡିୟମଗୁଡିକ ସହ ଖୁବଶୀଘ୍ର ନୂଆ ଚୁକ୍ତି ହେବ ବୋଲି ସୂଚନା ମିଳିଛି । ଭାରତ ଆୟୋଜକ ଦେଶ ହୋଇଥିବା ବେଳେ ୧୬ଟି ଦେଶ ଏହି ମହିଳା ବିଶ୍ୱକପ୍ ଫୁଟବଲରେ ଭାଗ ନେବେ । ପରିବର୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାଦେଶୀୟ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗୀତାଗୁଡିକ ଠିକଣା ଭାବେ ଆୟୋଜନ କରିବାକୁ ସଂପୃକ୍ତ ଦେଶଙ୍କୁ ପରାମର୍ଶ ଦିଆଯାଇଛି । ଫିଫାର ଆଂଚଳିକ ଆୟୋଜନ କମିଟିର ଘୋଷଣାକୁ ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ୱାଗତ କରିଛନ୍ତି । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜୁ ମଧ୍ୟ ଏହାକୁ ସ୍ୱାଗତ କରି ବିଶ୍ୱ କପ୍ ଆୟୋଜନ ପାଇଁ ସରକାର ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ଏହି ପ୍ରତିଯୋଗିତାର ୮ଟି ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳା ଯିବା କାର୍ଯ୍ୟକ୍ରମ ରହିଛି । ଏଥିରେ ଗୋଟିଏ ଲେଖାଏଁ କ୍ୱାଟର ଫାଇନାଲ୍ ଓ ସେମିଫାଇନାଲ୍ ସାମିଲ ଅଛି । ନଭି ମୁମ୍ବାଇରେ ଅନ୍ୟ ସେମିଫାଇନାଲ୍ ସହ ତୃତୀୟ ସ୍ଥାନ ଫ୍ଲେଅଫ୍ ଓ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS