ବଲିଉଡ଼ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ସଂଗରୋଧରେ
ମୁଜାଫରନଗର, ମେ’୧୯
ମୋଅନୁଭବ.କମ୍
ବଲିଉଡ଼ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଓ ତାଙ୍କ ନିକଟ ସଂପର୍କିୟ ବିହାର ମୁଜାଫରନଗର ଜିଲ୍ଲା ବୁଧନାରେ ଥିବା ଘରେ ହୋମ୍ କ୍ୱାରେଂଟାଇନରେ ଥିବା ସୂଚନା ମିଳିଛି । ସିଦ୍ଦିକି ମା’, ଭାଇ, ଭାଉଜଙ୍କ ସହ ଟ୍ରାଭେଲ ପାସ୍ ରେ ମେ’୧୫ରେ ଘରକୁ ଫେରି ଥିଲେ । ଘରକୁ ଫେରିବା ପରେ ପରିବାର ସହ ସେ ମେଡ଼ିକାଲ ସ୍କ୍ରିନିଂ ମଧ୍ୟ କରାଇ ଥିଲେ । ସମସ୍ତଙ୍କ କୋଭିଡ଼-୧୯ ସ୍ୱାବ୍ ନମୁନା ପରୀକ୍ଷା ନେଗେଟିଭ୍ ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କ୍ୱାରେଂଟାଇନ୍ ପ୍ରୋଟୋକଲ୍ କୁ ମାନ୍ୟତା ଦେଇ ସେମାନେ ସଂଗରୋଧରେ ରହିଛନ୍ତି । ମେ’ ୨୫ ପର୍ଯ୍ୟନ୍ତ ଅଭିନେତା ସିଦ୍ଦିକି ପରିବାର ସହ ସଂଗରୋଧରେ ରହିବେ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ସିଦ୍ଦିକିଙ୍କ ଘରକୁ ଯାଇ ତାଙ୍କୁ ୧୪ ଦିନ ହୋମ୍ କ୍ୱାରେଂଟାଇନରେ ରହିବାକୁ ନିର୍ଦେଶ ଦେଇଥିଲେ ବୋଲି ବୁଧନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS