ଖେଳାଳୀଙ୍କ ପାଇଁ ଷ୍ଟାଡିୟମ ଖୋଲିଲା, କିନ୍ତୁ ଦର୍ଶକଙ୍କୁ ମନା
ନୂଆଦିଲ୍ଲୀ, ମେ’୧୯
ମୋଅନୁଭବ.କମ୍
କରୋନା ମୁକାବିଲା ପାଇଁ ମେ’୧୮ରୁ ଦେଶରେ ଚତୁର୍ଥ ଦଫା ତାଲାବନ୍ଦ ଆରମ୍ଭ ହୋଇଛି । ପୂର୍ବ ତିନି ଦଫା (ମାର୍ଚ୍ଚ ୨୫ରୁ ମେ’୧୭) ତାଲାବନ୍ଦ ସମୟରେ କେନ୍ଦ୍ର ସରକାର କ୍ରୀଡ଼ା ସଂପର୍କିତ କ୍ଷେତ୍ରରେ ବିଭିନ୍ନ କଟକଣା ଜାରି କରି ସେସବୁ କଡାକଡି ଭାବେ କାର୍ଯ୍ୟକାରୀ କରାଇ ଥିଲେ । ଦେଶରେ ଅର୍ଥନୈତିକ ସୁଧାର ଆଣିବା ପାଇଁ ତୃତୀୟ ଦଫା ତାଲାବନ୍ଦ ଅବଧିରେ ଗ୍ରାମାଂଚଳରେ କୃଷି ଓ କୃଷି ସଂପର୍କିତ କ୍ଷେତ୍ର, ନିର୍ମାଣ ଓ ମରାମତି କ୍ଷେତ୍ର ଏବଂ ମନରେଗା ଭଳି ଗରିବ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଉ ଥିବା କାର୍ଯ୍ୟକ୍ରମକୁ କଟକଣା-ମୁକ୍ତ କରାଯାଇଥିଲେ ମଧ୍ୟ କ୍ରୀଡା କ୍ଷେତ୍ରରେ କଟକଣା ବଳବତ୍ତର ଥିଲା । ଫଳରେ, ମାର୍ଚ୍ଚ ମାସ ମଧ୍ୟଭାଗରୁ ଦେଶରେ ସମସ୍ତ ପ୍ରକାର କ୍ରୀଡା ଓ କ୍ରୀଡା ସଂବନ୍ଧିତ ତାଲିମ କାର୍ଯ୍ୟକ୍ରମ ବନ୍ଦ ଥିଲା । ଖେଳାଳୀମାନେ ଏକ ଅନିଶ୍ଚିତ ବାତାବରଣ ଦେଇ ଗତି କରୁଥିଲେ । ଷ୍ଟାଡିୟମ୍ ଓ ସ୍ପୋର୍ଟସ୍ କଂପ୍ଲୋକ୍ସ ସବୁ ଖୋଲାଯାଇ ସେମାନଙ୍କୁ ଷ୍ଟାଡିୟମ୍ ଭିତରେ ପ୍ରାକ୍ଟିସ୍ କରିବାକୁ ସୁଯୋଗ ଦିଆଯାଉ ବୋଲି ବହୁ ବରିଷ୍ଠ ଆଥେଲେଟ୍ ଓ କ୍ରୀଡା ସହ ସଂପୃକ୍ତ ବ୍ୟକ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ନିବେଦନ କରିଥିଲେ । ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ଅବଧିରେ ରକାର ସେମାନଙ୍କ କଥା ଶୁଣିଛନ୍ତି। ୧୮ ତାରିଖରୁ ଷ୍ଟାଡିୟମ୍ ଓ ସ୍ପୋର୍ଟସ୍ କଂପ୍ଲୋକ୍ସ ସବୁ ଖୋଲିବାକୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଛନ୍ତି । ତେବେ, ଦର୍ଶକଙ୍କୁ ଷ୍ଟାଡିୟମ୍ ଭିତରକୁ ପ୍ରବେଶ ଅନୁମତି ନାହିଁ । ୧୭ ତାରିଖ ପ୍ରକାଶିତ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଗାଇଡ୍ ଲାଇନ୍ରେ ଏକଥା ସ୍ପଷ୍ଟ କରାଯାଇଛି । ଏହାର ଅର୍ଥ ହେଉଛି, ୧୮ ତାରିଖରୁ ଷ୍ଟାଡିୟମ୍ ଓ ସ୍ପୋର୍ଟସ୍ କଂପ୍ଲୋକ୍ସ ସବୁ ଖୋଲିବାକୁ, ଖେଳାଳୀଙ୍କୁ ଷ୍ଟାଡିୟମ୍ ଭିତରେ ବ୍ୟକ୍ତିଗତ ଭାବେ ପ୍ରାକ୍ଟିସ୍ କରିବାକୁ ସରକାର ଅନୁମତି ଦେଇଥିବା ବେଳେ ଷ୍ଟାଡିୟମରେ ବାହାର ଲୋକଙ୍କ ପ୍ରବେଶକୁ ଅନୁମତି ଦେଇ ନାହାନ୍ତି । କିନ୍ତୁ, ପ୍ରାକ୍ଟିସ୍ ସେସନ୍ ଓ ତାଲିମ କାର୍ଯ୍ୟକ୍ରମରେ ଏକସମୟରେ କେତେ ଜଣ ଭାଗ ନେଇ ପାରିବେ ଏବଂ ସ୍ୱୀକୃତିପ୍ରାପ୍ତ ଖେଳାଳୀଙ୍କ ବ୍ୟତୀତ ବାହାରୁ କେହି ଖେଳିବା ସକାଶେ ଷ୍ଟାଡିୟମ ଭିତରକୁ ଯାଇ ପାରିବ କି ନାହିଁ, ସେ ସଂପର୍କରେ ଗୃହ ମନ୍ତ୍ରଣାଳୟ ଗାଇଡଲାଇନ୍ ରେ କିଛି ସ୍ପଷ୍ଟ ଉଲ୍ଲେଖ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS