ବିଜେଡ଼ିରେ ନବକଳେବର, ୮ ବରିଷ୍ଠ ଓ ୯ ଉପସଭାପତି
ପ୍ରସାଦ ରାଓ
ଭୁବନେଶ୍ୱର, ଜୁଲାଇ ୦୧
ମୋଅନୁଭବ.କମ୍
ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ନବକଳେବର କରି ଆଠ ଜଣ ବରିଷ୍ଠ ଉପ ସଭାପତିଙ୍କୁ ଓ ୯ ଜଣ ଉପ ସଭାପତିଙ୍କୁ ନିଯୁକ୍ତି ଦେବା ସହ ଦାୟିତ୍ୱ ବଂଟନ କରିଛନ୍ତି । ବରିଷ୍ଠ ଉପ ସଭାପତି ଭାବେ ନିଯୁକ୍ତି ପାଇଥିବା ୮ ଜଣ ନେତା ହେଉଛନ୍ତି – ଅନଂଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ବିମ୍ବାଧର କୁଅଁର, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ଅନନ୍ତ ଦାସ, ବିଜୟଶ୍ରୀ ରାଉତରାୟ ଓ ଲାଲ ବିହାରୀ ହିମିରିକା । ଏହାଛଡା, ନିଯୁକ୍ତ ପାଇଥିବା ନଅ ଜଣ ଉପସଭାପତି ହେଉଛନ୍ତି – ଦେବୀ ମିଶ୍ର, ମଂଗଳା କିଷାନ, ସୌମ୍ୟ ରଂଜନ ପଟ୍ଟନାୟକ, ବିକ୍ରମ କେଶରୀ ଆରୁଖ, ଉଷା ଦେବୀ, ପ୍ରମିଳା ମଲ୍ଲିକ, ବଦ୍ରି ନାରାୟଣ ପାତ୍ର, ପ୍ରଦୀପ ଅମାତ ଓ ପଦ୍ମନାଭ ବେହେରା । ଦଳର ବରିଷ୍ଠ ନେତା ସଂଜୟ ଦାସବର୍ମା ବିଜେଡ଼ି ମୁଖ୍ୟାଳୟର ସାଧାରଣ ସଂପାଦକ ରହିଥିବା ଅପରାହ୍ନ ସୁଦ୍ଧା ଖବର ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS