କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କରୋନା ଆକ୍ରାନ୍ତ
୦୨ ଅଗଷ୍ଟ
ଭୁବନେଶ୍ୱର
ଅମିତାଭ ଆଉଟ୍, ଅମିତ୍ ଶାହା ଇନ୍ । ଏହି ଖବର ଆଜି ଚର୍ଚାକୁ ଆସିଛି | ଏଥିରୁ ଜଣାପଡୁଛି, କରୋନା ଦେଖୁନି କିଏ କେତେ ଶକ୍ତିଶାଳୀ । ସୁବିଧା ପାଇଲେ ଚାଟି ଦେଉଛି ମୁଣ୍ଡ । ସେ ସୁପରଡୁପର୍ ଷ୍ଟାର ଅମିତାଭ ବଚ୍ଚନ ହୁଅନ୍ତୁ ବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ହୁଅନ୍ତୁ – କୌଣସି ବାଛବିଚାର ନାହି, ଏହି ଚୀନ ମହାମାରୀର । କିଛି ଦିନ ତଳେ ପ୍ରଥମେ ଅମିତାଭ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ପଜେଟିଭ୍ ଚିହ୍ନଟ ହୋଇ ମୁମ୍ବାଇସ୍ଥିତ ନାନବତୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଲେ | କିନ୍ତୁ, ତାଂକ ପତ୍ନୀ ଜୟ ବଚ୍ଚନ ନମୁନା ପରୀଖ୍ୟାରୁ ନେଗେଟିଭ ବାହାରିଲେ । ଅମିତାଭ, ଅଭିଷେକଙ୍କ ଠାରୁ ସଂକ୍ରମଣ ବ୍ୟାପି ଥିଲା ବୋହୂ ଓ ନାତୁଣୀଂକୁ | ସେମାନେ କରୋନା ପଜେଟଭ୍ ଚିହ୍ନଟ ବୋଇ ପହଂଚି ଗଲେ ନାନାବତୀରେ । ଆଜି ଅଗଷ୍ଟ ୨ ତାରିଖରେ ଅମିତାଭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା କରୋନା ଆକ୍ରାନ୍ତ ହୋଇ ନୂଆଦିଲ୍ଲୀ ଗୁରୁଗାଁଓ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ସୂଚନା ମିଳିଛି | କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ନିଜ ଆଡୁ ଟୁଇଟ୍ କରି ତାଂକ କରୋନା ରପୋର୍ଟ ପରିପ୍ରକାଶ କରିଛନ୍ତି | ନ ହେଲେ, କାହାର ଏତେ ସାହାସ, ଗୃହ ମନ୍ତ୍ରୀ ଶାହା କରୋନା ଆକ୍ରାନ୍ତ ବୋଲି ରିପୋର୍ଟ ଛାପି ଦେବ ବା ପ୍ରସାରଣ କରିବ ? ସିଧା ଜେଲ୍ ଯିବାକୁ କିଏ ଚାହିଁବ ! କେବଳ, ଅମିତାଭ ବଚ୍ଚନ, ଅମିତ୍ ଶାହା, ଐଶ୍ୱର୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନ ନୁହଁନ୍ତି, ଇତିମଧ୍ୟରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ କରୋନା ପଜେଟିଭ୍ ହୋଇ ରାଜଧାନୀ ଭୋପାଳ ରେ ଚିକିତ୍ସାଧୀନ ଅଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ମଧ୍ୟ କରୋ ନା ସଂକ୍ରମିତ ଚିହ୍ନଟ ହୋଇଥିବା ଆଜି ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି । ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, କରୋନା ମହାମାରୀର ମୁକାବିଲା ପାଇଁ ଘରେ ଓ ବାହାରେ ବାରମ୍ବାର ହାତ ଧୋଇବା, ନିଜକୁ ଓ ନିଜ ପରିବେଶକୁ ସାନିତାଇଜ୍ କରିବା, ନିହାତି ଜରୁରୀ କାର୍ଯ୍ୟ ନ ଥିଲେ ଘରେ ବନ୍ଦ ହୋଇ ରହିବା, ଘରୁ ବାହାରକୁ ବାହାରିଲେ ନାକରୁ ଥୋଡି ପର୍ଯ୍ୟନ୍ତ ମାସ୍କ ରେ ମୁହଁକୁ ଘୋଡାଇ ରଖିବା, ପରସ୍ପର ମଧ୍ୟରେ ଛଅ ଫୁଟ ଦୂରତା ବଜାୟ ରଖିବା ଏବଂ ପାଖରେ କେହି କରୋନା ରୋଗୀ ଥିଲେ ସତର୍କ କରାଉଥିବା ‘ଆରୋଗ୍ୟ ସେତୁ’ ଆପ୍ ସମସ୍ତେ ଡାଉନଲୋଡ୍ କରିବା ପାଇଁ ତିନି ମାସରୁ ଅଧିକ ହେଲା ଗଣମାଧ୍ୟମରେ ସରକାରଙ୍କ ପ୍ରଚାରର ସୂତ୍ରଧାର ସାଜି ଥିବା ଏହି ମହାନ ବ୍ୟକ୍ତିମାନେ କେମିତି କରୋନା ମହାମାରୀର ଶିକାର ହୋଇ ଗଲେ ? ଯଦି ସେମାନେ ସବୁ ପ୍ରକାର ସତର୍କତା ମଧ୍ୟରେ ରହି କରୋନାରେ ଫସିଲେ, ସାଧାରଣ ଲୋକଙ୍କୁ ମାଡି ବସିବାକୁ ଏହି ମହାମାରୀକୁ କେତେ ସମୟ ବା ଲାଗିବ ?
ପ୍ରସାଦ ରାଓ
ମୁଖ୍ୟ ସମ୍ପାଦକ
ମୋ ଅନୁଭବ ମିଡ଼ିଆ
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS