ସୌମ୍ୟରଂଜନ ପଟ୍ଟନାୟକ କରୋନା ରେ ଆକ୍ରାନ୍ତ
‘Sambad’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କରୋନା ରେ ଆକ୍ରାନ୍ତ ଥିବା ସୂଚନା ମିଳିଛି । ପଟ୍ଟନାୟକ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ଆସନରୁ ଏବେ ବିଜେଡ଼ି ବିଧାୟକ ଅଛନ୍ତି । ପଟ୍ଟନାୟକ ନିଜେ ଏହା tweet କରି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତେ ନିଜ ନିଜ Covid ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି । ଇତିମଧ୍ୟରେ ଦେଶରେ ତଥା ରାଜ୍ୟରେ ରାଜନେତାମାନେ କରୋନା ସଂକ୍ରମିତ ହେଉଥିବା ସମସ୍ତଙ୍କୁ ବିସ୍ମିତ କରିଛି ।
ସରକାର କରୋନା ମୁକାବିଲା ପାଇଁ ଯେଉଁ ସବୁ ପ୍ରତିଷେଧକ ବ୍ୟବସ୍ଥା ଲାଗୁ କରିଛନ୍ତି ତାହା ସାଧାରଣ ଲୋକ ବୁଝି ପାରୁ ନ ଥିବାରୁ ବା ମାନୁ ନ ଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ସରକାର ଓ ପ୍ରଶାସନ ଦାବି କରି କଟକଣା ବଢାଇ ଚାଲିଥିବା ବେଳେ ଅତ୍ୟନ୍ତ ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ରହିଥିବା ଏବଂ କଟକଣା ମାନି ଚାଲୁଥିବା ବଡ଼ବଡ଼ିଆ ଓ ରାଜନେତା ଓ ବ୍ୟକ୍ତିବିଶେଷ ନିଜକୁ କେମିତି ସୁରକ୍ଷିତ ରଖି ପାରୁ ନାହାଁନ୍ତି ବୋଲି ଏବେ ପ୍ରଶ୍ନ ହେଲାଣି । ମେଗା ଷ୍ଟାର ଅମିତାଭ ବଚ୍ଚନ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, ଦେଶର କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସତ ହୋଇଥିବା ଏଭଳ ପ୍ରଶ୍ନ କରିବାର ସୁଯୋଗ ସୃଷ୍ଟି କରିଛି |
ଏପରିକି, ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ କରୋନା ସଂକ୍ରମିତ ଥିବା ଗତକାଲି ନୂଆଦିଲ୍ଲୀରେ ତାଂକ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଜଣାପଡି ଥିଲା | ସେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗତକାଲି ନୂଆଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ୍ ହସ୍ପିଟାଲ୍ କୁ ଯାଇଥିବା ବେଳେ ତାଂକ ସ୍ୱାବ ନମୁନା ପରୀକ୍ଷା ହୋଇଥିଲା । ମୁଖାର୍ଜୀ କରୋନା ସଂକ୍ରମିତ ଥିବା ନମୁନା ପରୀକ୍ଷାରୁ ଜଣାପଡିବା ପରେ ସେ ନିଜେ tweet କରି ଗଲା ୨୪ ଘଣ୍ଟ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ଯିବା ସହ ନିଜ ନିଜ swab ନମୁନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଥିଲେ ।
ଗତକାଲି ପୂର୍ବ ରାଷ୍ଟ୍ରପତି ମୁଖାର୍ଜୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କ ମସ୍ତିଷ୍କରେ କିଛି ପରିମାଣର ରକ୍ତ ଜମାଟ ବାନ୍ଧିଥିବା ଜାଣି ହସ୍ପିଟାଲରେ ଅସ୍ତ୍ରୋପଚାର କ କରାଯାଇଥିଲା । ଅସ୍ତ୍ରୋପଚାର ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଂଟିଲେଟରରେ ରଖା ଯାଇଛି | ମୁଖାର୍ଜୀ 2012ରୁ 2017 ଯାଏଁ ଭାରତର ରାଷ୍ଟ୍ରପତି ଥିଲେ | 2019ରେ କେନ୍ଦ୍ର ସରକାର ତାଂକୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିଛନ୍ତି | 84 ବର୍ଷ ବୟସ୍କ ମୁଖାର୍ଜୀଂକ ସ୍ବାସ୍ଥାବସ୍ଥା ସଂକଟାପନ୍ନ ରହିଛି ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି |
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS