ପୁଲୱାମା ଆତ୍ମଘାତୀ ଆକ୍ରମଣରେ ଜୈସ୍ ଖର୍ଚ୍ଚ କରିଥିଲା ୫.୭ ଲକ୍ଷ ଟଙ୍କା !
ମୋଅନୁଭବ.କମ୍
ନୂଆଦିଲ୍ଲୀ/ଅଗଷ୍ଟ ୨୭
୨୦୧୯ ବର୍ଷର ପ୍ରାରମ୍ଭରେ ଜମ୍ମୁ-କଶ୍ମୀରର ପୁଲୱାମାରେ ନିରାପତ୍ତା ବଳ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣକୁ ସଫଳ ରୂପ ଦେବା ପାଇଁ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦ ପାଖାପାଖି ୬ ଳକ୍ଷ ଟଙ୍କା ଖର୍ଚ୍ଚ କରି ଥିଲା । ସେହି ଟଙ୍କାରେ ଆତ୍ମଘାତୀ ଆକ୍ରମଣରେ ବ୍ୟବହାର କରାଯାଇ ଥିବା ମାରୁତି ଇକୋ ଭ୍ୟାନ୍ ଓ ବିଷ୍ଫୋରକ ସାମଗ୍ରୀ କିଣା ଯାଇଥିଲା ବୋଲି ଏହି ଘଟଣାର ତଦନ୍ତ କରୁଥିବା ଭାରତୀୟ ଗୁଇନ୍ଦା ଏଜେନ୍ସି ଏନଆଇଏ ତାହାର ଚାର୍ଜସିଟ୍ରେ ଦର୍ଶାଇଛି । ଇତି ମଧ୍ୟରେ ଏନଆଇଏ ପୁଲୱାମା ଆତ୍ମଘାତୀ ଆକ୍ରମଣ ଘଟଣାର ଚାର୍ଜସିଟ୍ ଅଦାଲତରେ ଦାଖଲ କରିଛି । ଆତଙ୍କୀ ଆକ୍ରମଣ ପ୍ରସ୍ତୁତିରେ ଜୈସ୍ ମୋଟ ୫.୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଏନଆଇଏ ହିସାବ ଦେଇଛି ।
ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଜମ୍ମୁ-କଶ୍ମୀରର ପୁଲୱାମାରେ ନିରାପତ୍ତା ବଳ ଉପରେ ଆତ୍ମଘାତୀ ଆକ୍ରମଣ କରାଇ ତିବା ବେଳେ ଏହାର ମାଷ୍ଟରମାଇଣ୍ଡ୍ ଥିଲା ମହମ୍ମଦ ଉମର ଫାରୁକ । ପାକିସ୍ତାନୀ ଟଙ୍କାରେ ତାହା ନିକଟରେ ପହଂଚି ଥିବା ହାୱାଲା ଅର୍ଥରେ ଉମର ଫାରୁକ୍ ଏହି ଆତ୍ମଘାତୀ ଆକ୍ରମଣର ସଂରଚନା କରିଥିଲା । ଉମର ଫାରୁକ ହେଉଛି ପାକିସ୍ତାନ ମାଟିରୁ ଭାରତ-ବିରୋଧୀ ଆତଙ୍କବାଦ କାର୍ଯ୍ୟକଳାପ ଚଳାଇ ଥିବା କୁଖ୍ୟାତ ଜୈସ୍ ନେତା ମାସୁଦ ଆଝାରର ଭଣଜା । ୨୦୧୯ ଫେବୃୟାରୀ ୧୪ ତାରିଖରେ ଏହି ଆତ୍ମଘାତୀ ଆକ୍ରମଣ ଘଟିଥିଲା । ଜଣେ ଜୈସ୍ ଆତ୍ମଘାତୀ ବିଷ୍ଫୋରକ ବୋଝେଇ ହୋଇଥିବା ଏକ କାର ରାସ୍ତା କଡରେ ରଖି ସିଆପିଏଫ୍ ଯବାନମାନେ ଯାଉଥିବା କନ୍ଭୟକୁ ଟାର୍ଗେଟ୍ କରିଥିଲେ ଏବଂ ବିଷ୍ଫୋରଣରେ ଘଟରା ସ୍ଥଳରେ ୪୦ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ । ଭରତୀୟ ସେନା ତାହାର ଜବାବ ଫେବୃୟାରୀ ୨୬ ତାରିଖ ଭୋରରେ ସମୟରେ ପାକିସ୍ତାନର ଖାଇବର ପାକଥୁନଖାୱା ପ୍ରଦେଶ ଅନ୍ତର୍ଗତ ବାଲକୋଟ୍ ସହର ଉପାନ୍ତରେ ଥିବା ଜୈସ୍ ଆଙ୍କବାଦୀ ଶିବିରଗୁଡିକ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ ମାଧ୍ୟମରେ ଦେଇଥିଲା ।
ଏନଆଇଏ ଚାର୍ଜସିଟ୍ ସଂପର୍କରେ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବରରୁ ଜଣାପଡିଛି ଯେ, ୨୦୧୯ ଜାନୁୟାରୀ ଓ ଫେବୃୟାରୀ ମାସରେ ଜୈସ୍ ଆତଙ୍କବାଦୀ ଉମର ଫାରୁକର ଦୁଇଟି ବ୍ୟାଙ୍କ ଆକାଉଂଟ (ଆଲାଇଡ୍ ବ୍ୟାଙ୍କ ଓ ମିଜାନ ବ୍ୟାଙ୍କ)ରେ ପାଂଚଟି କିସ୍ତିରେ ଜମା ହୋଇଥିଲା ୧୦ ଲକ୍ଷ ଟଙ୍କା (ପାକିସ୍ତାନୀ ମୁଦ୍ରାରେ) । ଉମର ଫାରୁକ୍ କହିବା ଅନୁସାରେ ରାଉଫ୍ ଅସଗର୍ ଆଲଭି ଓ ଅମର୍ ଅଲଭି ଏହି ଟଙ୍କା ପଠାଇ ଥିଲେ । ଜମ୍ମୁ-କଶ୍ମୀରରେ ଏହି ଟଙ୍କାର କିଭଳି ବିନିଯୋଗ ହୋଇଛି ତାହାର ବିସ୍ତୃତ ତଦନ୍ତ ଚାଲିଛି । ହାୱାଲା ମାଧ୍ୟମରେ ଏହି ଟଙ୍କା ଆସି ଥିବା ଏନଆଇଏର ତଦନ୍ତ ଅଧିକାରୀମାନେ ଅନୁମାନ କରୁଛନ୍ତି । ଏହି ଟଙ୍କାରୁ ୧ ଲକ୍ଷ ୮୫ ହଜାର ଟଙ୍କା ଏକ ମାରୁତି ଇକୋ ଭ୍ୟାନ୍ କିଣାରେ ଖର୍ଚ୍ଚ ହୋଇଛି । ସଂପୃକ୍ତ ଭ୍ୟାନରେ ବିଷ୍ଫୋରକ ଗଚ୍ଛିତ ରଖିବା ପାଇଁ ଆବଶ୍ୟକ ପରିବର୍ତନ କରିବା କାର୍ଯ୍ୟରେ ୩୫ ହଜାର ଟଙ୍କା ବ୍ୟୟ ହୋଇଛି । ଦୁଇଟି ଆଇଇଡ଼ି (ଇଂପ୍ରୋଭାଇଜଡ ଏକ୍ସପ୍ଲୋସିଭ୍ ଡ଼ିଭାଇସ୍) ପ୍ରସ୍ତୁତି ସକାଶେ ଆବଶ୍ୟକ ଯାବତୀୟ ବିଷ୍ଫୋରକ ସାମଗ୍ରୀ କିଣାରେ ସେମାନେ ୨.୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଆଲୁମିନିଅମ୍ କିଣିବାରେ ଆଉ ୩୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।
ସମସ୍ତ ବିଷ୍ଫୋରକ ଦ୍ରବ୍ୟ ଅନ୍ -ଲାଇନରେ କିଣା ଯାଇଥିବା ଏନଆଇଏ କହିଛି । ୱାଇଜ୍ ଉଲ୍ ଇସଲାମ୍ ନାମକ ଜଣେ ବ୍ୟକ୍ତିର ଶ୍ରୀନଗରସ୍ଥିତ ଘରେ ୪ କିଲୋ ଆଲୁମିନିଅମ୍ ପହଂଚି ଥିଲା ଏବଂ ଆତଙ୍କବାଦୀମାନେ ତାହା ସେଠାରୁ ସଂଗ୍ରହ କରିଥିଲେ । ବିଷ୍ଫୋରଣ ଘଟଣା ପରେ ଏନଆଇଏ ୱାଇଜ୍ ଉଲ୍ ଇସଲାମ୍ କୁ ଗିରଫ କରିଥିଲା । ଏନଆଇଏ ଚାର୍ଜସିଟ୍ ରେ ଦର୍ଶାଯାଇଛି ଯେ, ପୁଲୱାମା ଆତ୍ମଘାତୀ ହମଲାର ମାଷ୍ଟର ମାଇଣ୍ଡ୍ ଉମର ଫାରୁକ ଅନ୍ୟ ୪ ଜଣ ଆତଙ୍କବାଦୀଙ୍କ ସହ ୨୦୧୮ ଏପ୍ରିଲ ୧୪ ତାରିଖରେ ସାମ୍ବା ସେକ୍ଟରରେ ଭାରତରେ ଅନୁପ୍ରବେଶ କରିଥିବା ଆଂଟି-ଟେରର୍ ଏଜେନ୍ସି ଟେକନିକାଲ୍ ଡାଟାରୁ ସୂଚନା ମିଳୁଛି । ଉମର ଫାରୁକ ଭାରତାୟ ସୀମା ଅତିକ୍ରମ କରିବା ପରେ ଇକବଲ୍ ରାଥେର ନାମକ ଅନ୍ୟ ଜଣେ ଆତଙ୍କୀ ଉମରକୁ ନେଇ କଶ୍ମୀର ଉପତ୍ୟାକାରେ ଥିବା ଅସକ୍ ନେନଗ୍ରୋ ନାମକ ଜଣେ ଜୈସ୍ ସମର୍ଥକ ଘରେ ପହଂଚାଇ ଥିଲା । ପ୍ରାଥମିକ ଅବସ୍ଥାରେ ଉମର ସେହି ଘରେ କିଛି ଦିନ ପାଇଁ ଲୁଚି ରହି ଥିିଲା । କାଳେ ଧରା ପଡିଯିବ, ସେହି ଭୟରେ ଉମର ପରବର୍ତୀ ସମୟରେ ବାରମ୍ବାର ରହଣୀ ସ୍ଥାନ ପରିବର୍ତନ କରିଥିଲା ।
ଅସକ୍ ନେନଗର୍ ଏହି ଘଟଣା ପରେ ପାକିସ୍ତାନରେ ଆତ୍ମଗୋପନ କରି ଜୈସ୍ ର ଲଂଚ ପ୍ୟାଡଗୁଡିକ ପରିଚାଳନା କରୁଥିବା ଏନଆଇଏ ସନ୍ଦେହ କରୁଛି । ଏନଆଇଏ ଚାର୍ଜସିଟ୍ ରେ ଏହା ମଧ୍ୟ କୁହାଯାଇଛି ଯେ, ପୁଲୱାମା ଆତ୍ମଘାତୀ ଘଟଣା ପରେ ଏହାର ମାଷ୍ଟର ମାଇଣ୍ଡ୍ ଉମର ଫାରୁକ ଭାରତରେ ଆଉ ଏକ ଆତଙ୍କୀ ଘଟଣା ଘଟାଇବା ଯୋଜନାରେ ଥିଲା । ତେବେ, ପୁଲୱାମାରେ ଜୈସ୍ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ଅନ୍ୟୁନ ୪୬ ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିବାରୁ ଭାରତ ସରକାର ଓ ଭାରତୀୟ ସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାକିସ୍ତାନର ବାଲକୋଟ୍ ରେ ଥିବା ଜୈସ୍-ଇ-ମହମ୍ମଦ ଆତଙ୍କୀ ଶିବିରଗୁଡ଼ିକ ଉପରେ ଭାରତୀୟ ବାୟୁ ସେନାର ରାତି ଅଧିଆ ସର୍ଜିକାଲ୍ ଷ୍ଟାଇକ୍ ହୋଇଥିଲା । ଏହି ଏୟାର ଷ୍ଟାଇକ୍ ପରେ ଉମାର ପାକିସ୍ତାନରେ ଆତ୍ମଗୋପନ କରିବା ସହ ପରବର୍ତୀ ଆକ୍ରମଣ ଯୋଜନାରୁ ନିବୃତ୍ତ ରହିଥିଲା ।
ପୁଲୱାମା ଆତ୍ୱଘାତୀ ଆକ୍ରମଣ ଘଟଣା ପରେ ଜୈସ୍ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ‘ହ୍ୱାଟ୍ସଆପ୍’ ବାର୍ତା ବିନିମୟକୁ ଏନଆଇଏ ଟ୍ରାକ୍ କରି ଏହା ଜାଣିପାରିଛି । ଏଥି ସକାଶେ ଏନଆଇଏ ବ୍ରଟିଶ ଗୁଇନ୍ଦା ସଂସ୍ଥା ଏଫବିଆଇର ସହାୟତା ନେଇ ଥିଲା । ଏହି ସବୁ ବାର୍ତା ପାକିସ୍ଥାନରୁ ବିିନିମୟ ହୋଇଥିବା ଟ୍ରେସ୍ କରାଯାଇଛି । ବାଲକୋଟ୍ ଏୟାର ଷ୍ଟାଇକ୍ ପରେ ଜୈସ୍ ଆତଙ୍କବାଦୀ ରାଉଫ୍ ଅସଗର୍ ଆଲଭି ଓ ଅମର ଆଲଭି ଶ୍ରୀନଗର ବିମାନ ବନ୍ଦରରେ ଭାରତୀୟ ବିମାନ ବାହିନୀର ଯୁଦ୍ଧ ବିମାନଗୁଡିକ କେଉଁଠି ରହୁଛି ତାହାର ସବିଶେଷ ତଥ୍ୟ ସଂଗହ କରିଥିଲେ ଏବଂ ଉମର ଫାରୁକ୍ ଏହି କାର୍ଯ୍ୟରେ ନିଜ ଜୈସ୍ ନେଟ୍ ୱାର୍କକୁ ପୁରା ଦମ୍ ରେ କାମରେ ଲଗାଇ ଥିଲା । ତାହାର ପ୍ରମାଣ ଏନଆଇଏ ନିକଟରେ ଅଛି ବୋଲି ଏହି ତଦନ୍ତକାରୀ ସଂସ୍ଥା ଚାର୍ଜସିଟ୍ ରେ ଦର୍ଶାଇ ଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS