ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶ ପାଇଲା, ପାସ୍ ହାର ୯୯.୩୭ ପ୍ରତିଶତ
ନୂଆଦିଲ୍ଲୀ
ଜୁଲାଇ ୩୦
ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମୋଟ ୧୩ ଲକ୍ଷ ୦୪ ହଜାର ୫୬୧ ଛାତ୍ରଛାତ୍ରୀ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ଦେବାକୁ ରେଜିଷ୍ଟେସନ କରିଥିବା ବେଳେ ସେଥିରୁ ୧୨ ଲକ୍ଷ ୯୬ ହଜାର ୩୧୮ ଜଣ ପାସ୍ କରିଛନ୍ତି । ପାସ୍ ହାର ୯୯.୩୭ ପ୍ରତିଶତ ରହିଛି । ଗତ ବର୍ଷ ତାହା ୮୮. ୭୮ ପ୍ରତିଶତ ଥିଲା । କରୋନା ଦ୍ୱତୀୟ ଲହର କାରଣରୁ କେନ୍ଦ୍ର ସରକାର ଚଳିତ ବର୍ଷର ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲେ । ସିବିଏସଇ କତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ମାର୍କ ଏବଂ ପ୍ରାକ୍ଟିକାଲ୍ ମାର୍କକୁ ନେଇ ପରୀକ୍ଷା ଫଳ ନିର୍ଣ୍ଣୟ କରିବା ସହ ତାହା ଆଜି ଘୋଷଣା କରିଛନ୍ତି । ଡ଼ିଜିଟାଲ୍ ମୋଡରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ଛାତ୍ରଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ୯୯.୬୭ ପ୍ରତିଶତ ଛାତ୍ରୀ ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଛାତ୍ରଙ୍କ ପାସ୍ ହାର ହେଉଛି ୯୯.୧୩ ପ୍ରତିଶତ । ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ଛାତ୍ରଛାତ୍ରୀ ସିବିଏସଇ ବୋର୍ଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଚଳିତ ବର୍ଷ ସିବିଏସଇ ଓ ବିଭିନ୍ନ ରାଜ୍ୟ ସ୍ତରର ଦ୍ୱାଦଶ ବୋର୍ଡ ପରୀକ୍ଷାରେ ପାସ୍ ହାର ଯଥେଷ୍ଟ ଅଧିକ ଥିବାରୁ ପାସ୍ ହୋଇଥିବା ଛାତ୍ରଛାତ୍ରୀ ଅଣ୍ଡର ଗ୍ରାଜୁଏଟ୍ ପାଠ୍ୟକ୍ରମରେ ଆଡ଼ମିଶନ ପାଇବା ନେଇ ଏଥର ସମସ୍ୟା ହେବ । କାରଣ, ଆଡ଼ମିଶନ ପାଇଁ କଟ୍ ଅଫ୍ ମାର୍କ ଅଧିକ ରହିବା ସୁନିଶ୍ଚିତ । ସିବିଏସଇ ବୋର୍ଡ଼ରୁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ୭୦ ହଜାରରୁ ଅଧିକ ଛାତ୍ରଛାତ୍ରୀ (ପାଖାପାଖି ୫.୩ ପ୍ରତିଶତ) ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ଥିବା ବେଳେ ଦେଢ ଲକ୍ଷ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ପରୀକ୍ଷା ନହୋଇ ବିକଳ୍ପ ବ୍ୟବସ୍ଥାରେ ଚଳିତ ବର୍ଷର ପରୀକ୍ଷା ଫଳ ନିର୍ଣ୍ଣୟ ହୋଇଥିବାରୁ ସିବିଏସଇ କତ୍ତୃପକ୍ଷ କୌଣସି ମେରିଟ୍ ଲିଷ୍ଟ୍ ଜାରି କରି ନାହାନ୍ତି । ମୋଟ ୬ ହଜାର ୧୪୯ ଛାତ୍ରଛାତ୍ରୀଙ୍କୁ କଂପାର୍ଟମେଂଟାଲ୍ ତାଲିକାରେ ରଖା ଯାଇଛି । କଂପାର୍ଟମେଂଟାଲ୍ ତାଲିକାରେ ଥିବା ଛାତ୍ରଛାତ୍ରୀମାନେ ସିବିଏସଇ ପକ୍ଷରୁ ଯେତେବେଳେ ଦ୍ୱାଦଶ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି ହେବ ସେତେବେଳ କଂପାର୍ଟମେଂଟାଲ ପରୀକ୍ଷାରେ ଭାଗ ନେଇ ପାରିବେ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS