ସିବିଏସଇ ଦଶମ ପରୀକ୍ଷାରେ ୯୯.୦୪ ପ୍ରତିଶତ ପାସ୍
ନୂଆଦିଲ୍ଲୀ
ଅଗଷ୍ଟ ୦୩
ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ୨୦ ଲକ୍ଷ ୯୭ ହଜାର ୧୨୮ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେବାକୁ ନାମ ପଂଜୀକୃତ କରିଥିବା ବେଳେ ସେଥିରୁ ୯୯.୦୪ ପ୍ରତିଶତ ଅର୍ଥାତ ୨୦ ଲକ୍ଷ ୭୬ ହଜାର ୯୯୭ ଜଣ ପାସ୍ ହୋଇଛନ୍ତି । ୨୦୨୦ରେ ପାସ୍ ହାର ୯୧.୪୬ ପ୍ରତିଶତ ଓ ୨୦୧୯ରେ ୯୧.୧୦ ପ୍ରତିଶତ ଥିଲା । ସିବିଏସଇ ତ୍ରିଭେନ୍ଦ୍ରମ ରିଜନ୍ ରେ ପାସ୍ ହାର ସର୍ବାଧିକ ୯୯.୯୯ ପ୍ରତିଶତ ଥିବା ବେଳେ ତାହା ପଛକୁ ଚେନ୍ନାଇ ଓ ବେଂଗାଲୁରୁ ରହିଛି । ଚେନ୍ନାଇରେ ୯୯.୯୬ ପ୍ରତିଶତ ଓ ବେଂଗାଲୁରୁରେ ୯୯.୯୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ସିବିଏସଇ ଦଶମ ପରୀକ୍ଷାରେ ୪୧,୮୦୪ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ଚଳିତ ବର୍ଷ ସିବିଏସଇ ଛାତ୍ରଛାତ୍ରୀଙ୍କୁ ଯେଉଁ ସାର୍ଟିଫିକେଟ୍ ବା ଡକ୍ୟୁମେଟ୍ ଦେବ ସେଥିରେ ‘ଫେଲ୍’ ଶବ୍ଦ ହଟାଇ ଦେଇ ‘ଏସେନ୍ସିଆଲ୍ ରିପିଟ୍’ ଲେଖିବାକୁ ସ୍ଥିର କରିଥିବା ଜଣାପଡିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS